ଭାରତର ଜବାଜୀ କାର୍ଯ୍ୟାନୁଷ୍ଠାନରେ ହାତ ଟେକିଲା ପାକିସ୍ତାନ, ଲାଉଡ ସ୍ପିକର ଜରିଆରେ ଗିଡ଼ଗିଡ଼ାଉଛି ପାକୀସ୍ତାନୀ ସେନା


ଆତଙ୍କିମାନଙ୍କୁ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଚାଲିଥିବା ଗୋଳାବର୍ଷଣ ଏବେ ତାରି ଉପରେ ହିଁ ଭାରି ପଡ଼ିଛି । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାକୁ ଭାରୀ କ୍ଷତିର ସାମ୍ନା କରିବାକୁ ପଡ଼ୁଛି । କ୍ଷତିରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସେନା ଏଣ୍ଡୁଅ ଭଳି ରଙ୍ଗ ବଦଳାଇବା ମଧ୍ୟ ଆରମ୍ଭ କରିଦେଲାଣି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ଦିନ ପାକିସ୍ତାନ ସେନା ଲାଉଡସ୍ପିକର ଜରିଆରେ ଭାରତୀୟ ସେନାଙ୍କୁ ଜବାବୀ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ ଅନୁରୋଧ କରିଛି ।
ଜଣାଇଦେଉଛୁ ଯେ କାଲି ଅର୍ଥାତ ଗୁରୁବାର ଦିନ ପାକିସ୍ତାନୀ ସେନା ଅକାରଣରେ ସଂର୍ଘର୍ଷବିରାମର ଉଲଂଘନ କରିଥିଲା । ଯାହାର ଭାରତୀୟ ସେନା ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଇଥିଲା । ଏହି ସମୟରେ ପାକିସ୍ତାନକୁ ଭାରୀ କ୍ଷତି ଉଠାଇବାକୁ ପଡ଼ିଥିଲା । ପାକିସ୍ତାନର ଅନେକ ଚେକପଏଂଟ ନଷ୍ଟ ହୋଇଯାଇଥିଲା ।
ପାକିସ୍ତାନର ତିନିଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୨ରୁ ଅଧିକ ସୈନିକ ଆହତ ହୋଇଥିବା ସୂଚନା ରହିଛି । ଏହି ଆହତ ଓ ମୃତ ସୈନିକଙ୍କର ଶବକୁ ଉଠାଇବା ପାଇଁ ପାକିସ୍ତାନ ଏଣ୍ଡୁଅ ଭଳି ରଙ୍ଗ ବଦଳାଇଛି । ଏହା ପୂର୍ବରୁ ପାକିସ୍ତାନୀ ସେନା ଅନେକ ଥର ନୀଲମ ଘାଟିରେ ଏଭଳି କରିସାରିଛି ।
ଗୋଟିଏ ପଟେ ପାକିସ୍ତାନୀ ସେନା ଏଭଳି ଅନୁରୋଧ କରୁଛି ପୁଣି ଅନ୍ୟପଟେ ଉରି ସେକ୍ଟରରେ ଗୋଳାବର୍ଷଣ ମଧ୍ୟ ଜାରି ରଖିଛି । ସୀମା ଆରପଟୁ ଉରୀ ସେକ୍ଟରରେ ଭାରୀ ଗୋଳାବର୍ଷଣ ଜାରି ରଖିଛି । ଯାହାର ଭାରତୀୟ ସେନା କଡ଼ା ଜବାବ ଦେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲମ୍ବା ସମୟ ପରେ ଏଭଳି ଗୋଳାବର୍ଷଣ ଚାଲିଛି ।
ଲୋକଙ୍କ ମତରେ ପାକିସ୍ତାନକୁ ତାହାରି ଭାଷାରେ ଉଚିତ ଶିକ୍ଷା ଦେବା ଆବଶ୍ୟକ,ତେବେଯାଇ ଆମେ ଶାନ୍ତିରେ ରହିପାରିବୁ । ସବୁଦିନ ପାକିସ୍ତାନର ଏଭଳି ଖଳ କାର୍ଯ୍ୟକଳାପ ଜୀବନକୁ ବିପଦରେ ପକାଇଦେଇଛି ।


Share It

Comments are closed.