ବିରାଟଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ‘ବାବର ଆଜାମ’


ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ‘ବାବର ଆଜାମ’ ଦିନିକିଆ କ୍ରିକେଟରେ ଅନେକ ଗୁଡିଏ ରେକର୍ଡ ନିଜ ନାମରେ କରିଛନ୍ତି । ବାବର ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ଟି ମ୍ୟାଚ ଖେଳି ୨୯୦୮ ରନ ସଂଗ୍ରହ କରିଥିବାବେଳେ ସେଥିରେ ୮ଟି ଶତକ ମଧ୍ୟ ସାମିଲ ରହିଛି । ବାବରଙ୍କ ଏହି ଉପଲବ୍ଧି ପରେ ତାଙ୍କର ନାମ ଆନ୍ତର୍ଜାତିକ କ୍ରିକେଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସ୍ଥାନ ଦିଆଯାଇଛି ।
ତେବେ ସେ ବିରାଟଙ୍କ ସହ ହେଉଥିବା ତାଙ୍କ ତୁଳନାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, “ପ୍ରାୟତଃ, ମୋ ତୁଳନା ସବୁବେଳେ ବିରାଟଙ୍କ ସହ କରାଯାଉଛି କିନ୍ତୁ ସେ ବହୁତ ବଡ ଖେଳାଳୀ ଅଟନ୍ତି ଏବଂ ମୋତେ ଲାଗୁ ନାହିଁ ଯେ, ମୁଁ ତାଙ୍କ ଆଖ ପାଖେ କିମ୍ବା ସମକକ୍ଷ ଅଟେ । ବର୍ତ୍ତମାନ ସମୟରେ ବିରାଟ ହେଉଛନ୍ତି ଶ୍ରେଷ୍ଠ ଖେଳାଳୀ ଏବଂ ସେ ତାଙ୍କ କ୍ୟାରିୟର ପ୍ରାରମ୍ଭ ଉନ୍ନତ ପ୍ରଦର୍ଶନରୁ ହିଁ ଆରମ୍ଭ କରିଥିଲେ । ”
ପ୍ରକାଶ ଥାଉକି ବିରାଟ ତାଙ୍କ କ୍ୟାରିୟରେ ଅନେକ ବିଶିଷ୍ଟ ଖେଳାଳୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ଆଇସିସ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ର‌୍ୟାକିଙ୍ଗରେ ଶୀର୍ଷ ତାଲିକାରେ ରହିଥିବାବେଳେ ସେପଟେ ବାବର ଟି-୨୦ କ୍ରିକେଟ ତାଲିକାରେ ପ୍ରଥମ ରହିଛନ୍ତି ।


Share It

Comments are closed.