ପଦ୍ମପୁର ସର୍କଲର ଏଆରସିଏସଙ୍କ ସମେତ ପଦ୍ମପୁର ଓ ନବରଙ୍ଗପୁର ଆରଏମସିର ସଂପାଦକ ନିଲମ୍ବିତ


ଭୁବନେଶ୍ୱର : କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହ ସଂଜୟ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିପରି ସବ-ଆସିଷ୍ଟାଣ୍ଟ ରେଜିଷ୍ଟାର କୋଅପରେଟିଭ ସୋସାଇଟି (ଏସଏଆରସିଏସ) ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନସପେକ୍ଟର କୋଅପରେଟିଭ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସମବାୟ ବିଭାଗ ସୂତ୍ରରୁ ପ୍ରକାଶ


Share It

Comments are closed.