ଭାରତରେ ଶୁଭାରମ୍ଭ ହେଲା Oppo F9, Oppo F9 Pro


Oppo ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଟଫୋନ Oppo F9 ଏବଂ Oppo F9 Proକୁ ଶୁଭାରମ୍ଭ କରାଯାଇଛି । Oppo F9ର ୪ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୧୯,୯୯୦ ରିହଥିବାବେଳେ Oppo F9 Proର ୬ଜିବି ରାମ ବିଶିଷ୍ଟ ଭ୍ୟାରିଏଣ୍ଟ ମୂଲ୍ୟ ୨୩,୯୯୦ ରିହଛି ।
Oppo F9 Pro ସନରାଇସ ରେଡ, ଟ୍ୱିଲାଇଟ ବ୍ଲୁ ଏବଂ ଷ୍ଟେରି ପର୍ପଲ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଏହାର ବିକ୍ରି ଅଗଷ୍ଟ ୩୧ ରୁ ଆରମ୍ଭ ହେବ ।
ଫିଚର ଦୃଷ୍ଟିକୋଣରୁ Oppo F9ରେ ୪ଜିବିର ରାମ ଏବଂ ୬୪ ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି ଯାହାକି ଆବଶ୍ୟକ ମୁତାବକ ୨୫୬ ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ସେହିଭଳି Oppo F9 Proରେ ୬ ଜିବିର ରାମ ଏବଂ ୬୪ ଜିବିର ଅନବୋର୍ଡ ଷ୍ଟୋରେଜ ରହିଛି ଯାହାକି ଆବଶ୍ୟକ ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଉଭୟ ସ୍ମାର୍ଟଫୋନ ଗୁଡିକରେ ଆଣ୍ଡ୍ରଏଡ ୮.୧ ଓରିଓ ବେସଡ କଲର ଓଏସ ୫.୨ ରହିଛି ।
Oppo F9 Proର ପଛ ଭାଗରେ ୧୬ଏମପି + ୨ ଏମପିର ଡୁଆଲ କ୍ୟାମେରା ରହିଥିବା ବେଳେ ଏହାର ସାମନା ଭାଗରେ ସେଲଫି ପାଇଁ ୨୫ ଏମପିର କ୍ୟାମେରା ରହିଛି । ସେହିଭଳି Oppo F9ରେ ୧୬ ଏମପିର ସାମନା କ୍ୟାମେରା ରହିଛି ।
ସଂଯୋଗୀକରଣ ଦଷ୍ଟିରୁ ଉଭୟ ସ୍ମାର୍ଟଫୋନରେ ୪ଜି ଭୋଲଟି, ୟୁଏସବି ଟାଇପ-ସି, ଜିପିଏସ, ବ୍ଲିଟୁଥ ଏବଂ ୱାଇ-ଫାଇ ଓ ଓଟିଜି ରହିଥିବାବେଳେ ୩,୫୦୦ଏମଏଏଚ ର ବ୍ୟାଟେରି ରିହଛି । ଏହା ସହ ଏଥିରେ ଭିଓଓସି ଚାର୍ଜିଙ୍ଗ କ୍ଷମତା ରହିଛି, ଯାହା ଦ୍ୱାରା ଫୋନକୁ ୫ ମିନିଟ ଚାର୍ଜ କରିବା ଦ୍ୱାରା ତାହା ଆପଣଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହେବାର କ୍ଷମତା ପ୍ରଦାନ କରିଥାଏ ।


Share It

Comments are closed.