ଧନତେରସରେ ଏହି ରାଶିରେ ବୁଧ ଗ୍ରହର ପ୍ରବେଶ : ଜାଣନ୍ତୁ କିଭଳି ରହିବ ଏହାର ପ୍ରଭାବ


ବୁଧ ଗ୍ରହ ରାଶି ପରିବର୍ତ୍ତନ କରିଛନ୍ତି। ନଭେମ୍ବର ୨ ତାରିଖ ଅର୍ଥାତ ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି। ଆଜି ସକାଳ ୯ଟା ୪୩ ମିନିଟ ରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିଛନ୍ତି। ଆଜି ଧନତେରସ ପର୍ବ ମଧ୍ୟ। ପାଞ୍ଜି ଅନୁସାରେ ବୁଧ ଆଜି କନ୍ୟା ରାଶିରୁ ତୁଳା ରାଶିରେ ବିରାଜମାନ କରିଛନ୍ତି। ବୁଧଙ୍କୁ ବାଣୀ, ବାଣିଜ୍ୟ, ଲେଖନ, ଆଇନ, ତର୍କ ଶାସ୍ତ୍ର ଓ ତ୍ୱଚା ଆଦିର କାରକ ଗ୍ରହ ବୋଲି କୁହାଯାଏ। ବୁଧ ନଭେମ୍ବର ୨୨ ତାରିଖ ଯାଏଁ ତୁଳା ରାଶିରେ ରହିବେ। ଏହାପରେ ବିଛା ରାଶିରେ ପ୍ରବେଶ କରିବେ। ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଁ କେଉଁ ରାଶି ପ୍ରଭାବିତ ହେବେ ଜାଣନ୍ତୁ।

ମେଷ – ନୂଆ ଲୋକଙ୍କ ସହ ସାକ୍ଷାତ ହେବ, ସମ୍ବନ୍ଧ ସ୍ଥାପିତ ହେବ। ବାଣିଜ୍ୟିକ ଦୃଷ୍ଟିରୁ ଭଲ ଅବସର ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସକାରାତ୍ମକ ପ୍ରଭାବ ପଡିବ। ନୂଆ ବ୍ୟବସାୟ କିମ୍ବା କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଉଚିତ ସମୟ। କିନ୍ତୁ ତରବରିଆ ସ୍ଥିତିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନ ବୁଝି ନ ବିଚାରି କୌଣସି କାମ କଲେ ହାନି ହୋଇପାରେ। ପରିବାରରେ ଖୁସିର ମାହୋଲ ରହିବ। ଆୟଠୁ ଅଧିକ ବ୍ୟୟ ନ କରନ୍ତୁ।

ବୃଷ – କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାକୁ ସଂଘର୍ଷ କରିବାକୁ ପଡିପାରେ। ଭ୍ରମ ଓ ଅବସାଦ ସ୍ଥିତି ମଧ୍ୟ ଉପୁଜିପାରେ। ସ୍ୱାସ୍ଥ୍ୟ ମାମଲାରେ ଅବହେଳା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ହୋଇପାରେ। ନିଜ ପ୍ରତିଭାରେ ବୃଦ୍ଧି କରନ୍ତୁ। ଧନ ମାମଲାରେ ସତର୍କ ରୁହନ୍ତୁ। ଋଣ ଦେବା ଓ ନେବା ସ୍ଥିତିରୁ ବଞ୍ଚନ୍ତୁ। ପ୍ରେମ ସମ୍ବନ୍ଧରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ମିଥୁନ – ବୁଧଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିରେ ଶିକ୍ଷା, ପ୍ରେମ ସମ୍ବନ୍ଧ ଆଦି ମାମଲାରେ କିଛି ଭଲ ପରିଣାମ ପ୍ରଦାନ କରିପାରେ। ଠିକ ଭୁଲ ମଧ୍ୟରେ ତଫାତ ଜାଣିବାରେ ସଫଳତା ପ୍ରାପ୍ତ କରିପାରନ୍ତି। ଖରାପ ଅନୁଭବ ମଧ୍ୟ କରିପାରନ୍ତି। ଧୋକା ବି ମିଳିପାରେ ସେଥିପାଇଁ ସତର୍କ ରୁହନ୍ତୁ। ପାଠ ପାଇଁ ସମୟ ଭଲ ରହିଛି। ବ୍ୟବସାୟରେ ଲାଭ ସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ – ପରିବାରର ପୁର୍ଣ ସହାୟତା ପ୍ରାପ୍ତ ହେବ। ଘରକୁ ଏକଜୁଟ କରିବା ଓ ମଜବୁତ କରିବାରେ ସଫଳତା ପ୍ରାପ୍ତ କରିବେ। ସମ୍ପତ୍ତି ପ୍ରାପ୍ତ ହେବାର ଅବସର ବିକଶିତ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଅଯଥା ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ମହତ୍ତ୍ୱପୂର୍ଣ୍ଣ ଯୋଜନା ସେୟାର କରିବା ସମୟରେ ସଚେତନ ରୁହନ୍ତୁ। ପ୍ରତିଦ୍ବନ୍ଦୀ ବା ଶତ୍ରୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି।


Share It

Comments are closed.