ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୯ ଜଣ


ରାଜ୍ୟରୁ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତ୍ୟୁ ବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି । ଆଜି କରୋନାରେ ପ୍ରାଣ ହରାଇ ଥିବା ୯ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୫, ଗଜପତି, କେନ୍ଦୁଝର,ଖୋର୍ଦ୍ଧା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମ ଜିଲାରୁ ଆଜି ୫ ମୃତ୍ୟୁ ସହ ଜିଲାର ମୋଟ୍ ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧା ଜିଲାରେ ଜଣେ ମୃତ୍ୟୁ ସହ ମୋଟ୍ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି ।


Share It

Comments are closed.