ଓଡ଼ିଆ ଝିଅ ମିନାକ୍ଷୀ ମହାନ୍ତି ‘ଆଭାର’ ସମ୍ମାନରେ ସମ୍ମାନିତ


ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମାଜ ସେବା ପାଇଁ, ଓଡ଼ିଆ ଝିଅ ମିନାକ୍ଷୀ ମହାନ୍ତିଙ୍କୁ ସମ୍ମାନଜନକ ଅନମ୍ୟାଚଡ଼୍ ସପୋର୍ଟର ଆୱାର୍ଡ଼ ୨୦୨୦, ‘ଆଭାର’ ସମ୍ମାନରେ ଦିଲ୍ଲୀରେ ସମ୍ମାନିତ କରାଯାଇଛି । ଦେଶରେ ଚାଲିଥିବା ଏହି ସଙ୍କଟ ସମୟରେ କେତେକ ହାତଗଣତି ସହୃଦୟବାନ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଆଗକୁ ଆସିଥିବାବେଳେ, ବାସ୍ତବରେ ମିନାକ୍ସୀଙ୍କର ଏହି ସମାଜ ମଙ୍ଗଳ କାର୍ଯ୍ୟ ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ସମ୍ମାନ ପାଇବା ପରେ ତାଙ୍କୁ ସମାଜର ବିଭିନ୍ନ ମହଲରୁ ପ୍ରଂଶସା ମିଳିଛିି । ତାଙ୍କ ମତରେ ଏହି ସମ୍ମାନ ତାଙ୍କ ଆତ୍ମବିଶ୍ୱାସକୁ ବଢାଇଥିବା ସହିତ ଭବିଷ୍ୟତରେ ଆହୁରି ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ । ମିନାକ୍ଷୀ ଏକାଧାରରେ ଜଣେ ଫିଟନେସ୍ ଡ଼ିଜାଇନର ଥିବା ସହିତ ସାମାଜିକ କର୍ମି ଅଟନ୍ତି ।


Share It

Comments are closed.