ମିନ୍ତ୍ରା ପକ୍ଷରୁ ଏଣ୍ଡ୍ ଅଫ୍ ରିଜନ୍ ସେଲ୍‌ର ୧୨ତମ ସଂସ୍କରଣ ଘୋଷିତ


ଭୁବନେଶ୍ୱର: ଦେଶର ସର୍ବବୃହତ୍ ଫ୍ୟାଶନ ଇଭେଂଟ୍‌, ମିନ୍ତ୍ରା ଏଣ୍ଡ ଅଫ୍ ରିଜନ ସେଲ୍ (ଏରୋସ୍‌) ଆସନ୍ତା ଜୁନ୍ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଦେଶବ୍ୟାପୀ ଗ୍ରାହକମାନେ ୩୦୦୦ରୁ ଅଧିକ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡରୁ ୭ଲକ୍ଷରୁ ଅଧିକ ଷ୍ଟାଇଲ୍ ପାଇପାରିବେ । ଏଣ୍ଡ ଅଫ ରିଜିନ୍ ସେଲର ଏହି ଦ୍ୱାଦଶ ସଂସ୍କରଣ ଜୁନ୍ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୩୦ ଲକ୍ଷରୁ ଅଧିକ ଗ୍ରାହକ ନିଜ ଘରୁ ସୁରକ୍ଷିତ ଭାବେ ସପିଙ୍ଗ କରିବେ ବୋଲି ମିନ୍ତ୍ରା ଆଶା ରଖିଛି । ଏଣ୍ଡ ଅଫ ରିଜିନ୍ ସେଲ ବର୍ତମାନର ଅର୍ଦ୍ଧବାର୍ଷିକ ସଂସ୍କରଣ ୭ ଲକ୍ଷରୁ ଅଧିକ ଷ୍ଟାଇଲ ପ୍ରଦାନ କରିବାକୁ ଯାଉଛି, ଯେଉଁଥିରୁ ପ୍ରାୟ ସମସ୍ତ ଷ୍ଟାଇଲ୍ ଉପରେ ସ୍ୱତନ୍ତ୍ର ଅଫର୍ ଉପଲବ୍ଧ ରହିବା ସହ ପ୍ରଥମ ଥର ସପିଂ କରୁଥିବା ଗ୍ରାହକଙ୍କ ପାଇଁ ପ୍ରଥମ ଟ୍ରାଞ୍ଜାକ୍ସନ ଉପରେ ୫୦୦ ଟଙ୍କା ଛାଡ ଓ ପ୍ରଥମ ମାସ ପାଇଁ ମାଗଣା ଡେଲିଭରି ଭଳି ସ୍ୱତନ୍ତ୍ର ଅଫର୍ ସାମିଲ ରହିଛି । ଗ୍ରାହକମାନେ ଏଚ୍‌ଡିଏଫ୍‌ସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ୧୦% ରିହାତି ଏବଂ ଏଚ୍‌ଡିଏଫ୍‌ସି କାର୍ଡ ମାଧ୍ୟମରେ ଇଏମ୍‌ଆଇ ଉପରେ ୧୦%ର କ୍ୟାସ୍‌ବ୍ୟାକ୍ ପାଇପାରିବେ । ମିନ୍ତ୍ରା ସମସ୍ତ ଦିଗ ଉପରେ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରୁଛି । ୪୦୦ରୁ ଅଧିକ ବ୍ରାଣ୍ଡର ପ୍ରାୟ ୩୫୦୦ରୁ ଅଧିକ ଭାରତୀୟ ହସ୍ତଶିଳ୍ପ ଉତ୍ପାଦଗୁଡିକ ଏହି ପ୍ଲାଟ୍‌ଫର୍ମରେ ଲାଇଭ୍ ରହିଥିବାବେଳେ ଏସ୍‌ଏମ୍‌ଇଗୁଡିକୁ ଉତ୍ସାହିତ କରୁଛି ।

ଇନ୍‌ସାଇଡର୍ସର ଏଲିଟ୍ ଓ ଆଇକନ୍ ବେସ୍ (ମିନ୍ତ୍ରାର ଲୟାଲ୍‌ଟି ପ୍ରୋଗ୍ରାମର ସଦସ୍ୟ) ଏହି ଏଣ୍ଡ ଅଫ୍ ରିଜିନ୍ ସେଲ୍ ପାଇଁ ଜୁନ୍ ୧୬ ତାରିଖ ସନ୍ଧ୍ୟା ୭ଟାରୁ ୟର୍ଲି ଆକ୍‌ସେସ୍ ବା ଶୀଘ୍ର ପ୍ରବେଶର ସୁଯୋଗ ପାଇପାରିବେ ଏବଂ ଏହି ସୁଯୋଗ ପାଇବାକୁ ଚାହୁଁଥିବା ଗ୍ରାହକଙ୍କୁ ୧୯୯ ଟଙ୍କା ପଇଠ କରିବାକୁ ପଡିବ । ପରବର୍ତୀ ବିକଳ୍ପ ହେଉଛି ଜୁନ୍ ୧୮ରେ ସନ୍ଧ୍ୟା ୭ଟାରେ ଖୋଲିବାକୁ ଯାଉଥିବା ସ୍ଳଟ୍ ହାସଲ କରିବା ଏବଂ ଏହାକୁ ଗେମ୍ସ ମାଧ୍ୟମରେ ପଏଂଟ୍ ଜିତି ହାସଲ କରାଯାଇପାରିବ । ଉପଭୋକ୍ତାମାନଙ୍କ ପାଖରେ ସେଲ୍ ଅବଧି ପୂର୍ବରୁ ଏହି ପ୍ଲାଟ୍‌ଫର୍ମ ଭିଜିଟ୍ କରିବା ଓ ମାଗଣାରେ ନିଜ ପାଇଁ ଏକ ଗୋଲ୍ଡ ସ୍ଲଟ୍ ସୁରକ୍ଷିତ ରଖିବାର ବିକଳ୍ପ ରହିଛି ; ଯାହାକୁ ତାଙ୍କୁ ଜୁନ୍ ୧୮ ତାରିଖରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ଏକ ଘଂଟାର ଏକ ସ୍ଲଟ୍ ମଧ୍ୟରେ ସପିଙ୍ଗ୍ କରିବାର ସୁଯୋଗ ପ୍ରଦାନ କରିବ ।

ଏଣ୍ଡ ଅଫ ରିଜିନ୍ ସେଲ ସମ୍ପର୍କରେ ମିନ୍ତ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅମର ନାଗାରାମ କହିଛନ୍ତି ଯେ, “ଏଣ୍ଡ ଅଫ୍ ରିଜିନ୍ ସେଲର ଏହି ସଂସ୍କରଣ ବର୍ତମାନର ପରିସ୍ଥିତିରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ ଯେତେବେଳେ ଗ୍ରାହକମାନଙ୍କ ନିକଟରେ ନିଜ ଘରେ ରହି ସୁରକ୍ଷିତ ଭାବେ ସର୍ବୋତମ ଫ୍ୟାସନ ଓ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡ ହାସଲ କରିବାର ସୁଯୋଗ ରହିବ କାରଣ ଦୀର୍ଘ ଦୁଇ ମାସରୁ ଅଧିକ ସମୟର ବ୍ୟବଧାନ ପରେ ସେମାନେ ସ୍ୱାଭାବିକ ସ୍ଥିତିକୁ ଗ୍ରହଣ କରିବାକୁ ଅପେକ୍ଷା କରି ରହିଛନ୍ତି ।”

ମିନ୍ତ୍ରା ପକ୍ଷରୁ ପ୍ରଥମ ଥର ପାଇଁ ଗଭୀର ଅନୁପ୍ରବେଶ ଓ ବ୍ୟାପକ ପହଂଚ ପାଇଁ ଉଭୟ ଆଂଚଳିକ ଓ ସ୍ଥାନୀୟ ସ୍ତରରେ ୬୦ରୁ ଅଧିକ ବିବିଧ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଇନ୍‌ଫ୍ଲୁଏନ୍ସର ଆକ୍ଟିଭେସନ୍ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ଏହାର ମାର୍କେଟିଙ୍ଗ କ୍ୟାମ୍ପେନ୍ ପାଇଁ ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଓ ସୋନାକ୍ଷୀ ସିହ୍ନା ଓ ଟଲିଉଡ୍ ଅଭିନେତ୍ରୀ ସାମନ୍ଥା ଅକ୍କିନେନିଙ୍କ ସହଭାଗିତା କରିଛି ଏବଂ ଏହି ଟିଭିସି ଗୁଡିକୁ ସମସ୍ତ ପ୍ରମୁଖ ଜାତୀୟ ଓ ଆଂଚଳିକ ଚ୍ୟାନେଲ, ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକରେ ପ୍ରସାରିତ ହେବ ।


Share It

Comments are closed.