ଆମେରିକା ରାଜନୀତିରେ ନୂଆ ଟୁଇଷ୍ଟ , ପୁଣି ଫେରିଲେ ଓବାମା


ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ବାରକ ଓବାମା ପୁଣି ଥରେ ରାଜନୀତିକୁ ଫେରିଛନ୍ତି । ସେ ଏକ ନିର୍ବାଚନୀ ପ୍ରଚାର ସମୟରେ ପ୍ରଥମଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଓବାମା ନଭେମ୍ବରରେ ହେବାକୁ ଥିବା ମିଡ-ଟର୍ମ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିଛନ୍ତି । ଓବାମା ପୂର୍ବରୁ ଟ୍ରମ୍ଫଙ୍କ ବିରୋଧରେ କେବେବି ପରୋକ୍ଷ ଭାବରେ ଆରୋପ ଲଗାଇନଥିବାବେଳେ ଏହା ହେଉଛି ପ୍ରଥମଥର ଯେଉଁଥିରେ ଓବାମା ଖୋଲାଖୋଲି ଭାବେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ବିରୋଧରେ ବିଷ ଓଗଳାଇଛନ୍ତି ।
ଓବାମା ଶୁକ୍ରବାର ଦିନ ଆରବନାସ୍ଥିତ ଇଲିନିଆନ୍ସ ବିଶ୍ୱବିଦ୍ୟାଳୟରେ ଏକ ନିର୍ବାଚନୀ ପ୍ରଚାରରେ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ଆମେରିକାରେ ଚାଲିଥିବା କଳାଗୋରା ଭେଦଭାବ ଏବଂ ବିଭାଜନ ପାଇଁ ଟ୍ରମ୍ଫ ଦାୟୀ ନୁହଁନ୍ତି ବରଂ ଏଥିପାଇଁ ଲକ୍ଷଣ ହେଉଛି ଦାୟୀ । ସେ କହିଛନ୍ତି ଯେ, ଟ୍ରମ୍ଫ ଏହି ରାଗ ଏବଂ କ୍ରୋଧର ଫାଇଦା ଉଠାଉଛନ୍ତି, ଯାହାକୁ ନେଇ ବିଗତ ଅନେକ ବର୍ଷ ଧରି ରଜନୀତି କରାଯାଇ ଆସୁଛି । ଓବାମା ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କୁ କହିଛନ୍ତି ଯେ “ଏହା ଟ୍ରମ୍ଫଙ୍କ ଠାରୁ ଆରମ୍ଭ ହୋଇ ନାହିଁ ବରଂ ଏହା ହେଉଛି ଏକ ଲକ୍ଷଣ । ସେ କେବଳ ସେହି ରାଗର ଫାଇଦା ଉଠାଉଛନ୍ତି, ଯାହାକୁ ନେଇ ଅନେକ ବର୍ଷ ଧରି ରାଜନୀତି କରାଯାଉଛି । ”
ଓବାମା ସେଠାରେ ଖାସକରି ଯୁବ ଭୋଟମାନଙ୍କୁ ଭୋଟଦେବା ପାଇଁ ପ୍ରୋତ୍ସାହିତ କରିବା ସହ ନିଜର ମତବ୍ୟକ୍ତ ଜାହିର କରିବା ପାଇଁ ନିବେଦନ କରିଛନ୍ତି । ସେ ଭୋଟରମାନଙ୍କୁ ନିବେଦନ କରିବାକୁ ଯାଇ କହିଛନ୍ତି ଯେ, “ଏଥିର ଆମେରିକାର ସବୁ କିଛି ବାଜିରେ ଲାଗିଛି, ଯାହାକୁ କେବଳ ଆପଣମାନେ ହିଁ ଫେରାଇ ଆଣିପାରିବେ” । ଶୁକ୍ରବାର ଦିନ ଓବାମା ଏକ ଜିସ ର‌୍ୟାଲିରେ ଯୋଗ ଦେଇଥିଲେ । ନିର୍ବାଚନ ପୂର୍ବରୁ ଏହା ହେଉଛି ଓବାମାଙ୍କର ପ୍ରଥମ ଅଭିଭାଷଣ ଯେଉଁଥିରେ ସେ ଆଗାମୀ ନିର୍ବାଚନରେ ସକ୍ରିୟ ରହିବେ ବୋଲି ଇଙ୍ଗିତ ମଧ୍ୟ କରିସାରିଛନ୍ତି । ଓବାମା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗିବା ସହ ଆଗାମୀ ନିର୍ବାଚନ ପାଇଁ ଫଣ୍ଡ ମଧ୍ୟ କଲେକ୍ସନ କଲେ ।


Share It

Comments are closed.