ସ୍ନାୟୁ ଏବଂ ଅଟିଜିମ୍ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ୨୧ରେ


ରାଉରକେଲା: ଭାରତର ଅଗ୍ରଣୀ ନ୍ୟୁରୋ ରିଜେନେରେଟିଭ୍ ରିହାବିଲିଟେସନ ଥେରାପି ସେଣ୍ଟର ମଧ୍ୟରୁ ଅନ୍ୟତମ ମୁମ୍ବାଇସ୍ଥିତ ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ୍ ସ୍ପାଇନ୍ ଇନଷ୍ଟିଚ୍ୟୁଟ୍ (ବିଏସଆଇ) ଅଟିଜିମ୍, ସେରେବ୍ରାଲ ପାଲସି, ମସ୍କ୍ୟୁଲାର ଡାଇଷ୍ଟ୍ରୋଫି, ମେଣ୍ଟାଲ ରିଟାରଡେସନ୍, ଭଳି ଅନେକ ଅସାଧ୍ୟ ସ୍ନାୟୁ ସମ୍ବନ୍ଧିତ ରୋଗଗୁଡିକରେ ପୀଡିତ ରୋଗୀମାନଙ୍କୁ ବଞ୍ଚିବାର ନୂଆ ଆଶା ପ୍ରଦାନ କରୁଛି । ସେଥିପାଇଁ ଏହି ଅସାଧ୍ୟ ରୋଗଗୁଡିକରେ ପୀଡିତ ଥିବା ରୋଗୀମାନେ ଏହି ମାଗଣା ଶିବିରରେ ଯୋଗ ଦେବା ପାଇଁ ଆପଏଣ୍ଟମେଣ୍ଟ ଲାଗି ପୁଷ୍କଳା ୦୯୮୨୧୫୨୯୬୫୩/୦୯୯୨୦୨୦୦୪୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ସେଥିପାଇଁ ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ ତାରିଖରେ ଝାରସୁଗୁଡ଼ାରେ ସମସ୍ତ ସ୍ନାୟୁରୋଗରେ ପୀଡିତ ରୋଗୀମାନଙ୍କ ପାଇଁ ବିଶେଷକରି ପଶ୍ଚିମ ଓଡ଼ିଶା ପାଇଁ ଏକ ମାଗଣା ୱାର୍କସପ୍ କମ୍ ଓପିଡି ପରାମର୍ଶ କ୍ୟାମ୍ପର ଆୟୋଜନ କରାଯିବ । କାରଣ ସ୍ପାଇନାଲ କର୍ଡ ଇନଜ୍ୟୁରୀ, ମସ୍କୁୃଲାର ଡାଇଷ୍ଟ୍ରୋଫି, ଅଟିଜିମ୍, ସେରେବ୍ରାଲ ପାଲସି ଭଳି ରୋଗରେ ପୀଡିତ ରୋଗୀମାନଙ୍କ ପାଇଁ ଚିକିତ୍ସା ନିମନ୍ତେ ମୁମ୍ବାଇ ଗସ୍ତ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ନ୍ୟୁରୋଜେନ୍ ବିଚାର କରୁଛି । ନ୍ୟୁରୋଜେନ୍ ବିଏସଆଇକୁ ଅସାଧ୍ୟ ସ୍ନାୟୁ ସମ୍ବନ୍ଧିତ ରୋଗରେ ପୀଡିତ ରୋଗୀମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସ୍ଥାପନ କରାଯାଇଛି । ଏଠାରେ ରୋଗୀମାନେ ଏକ ସୁରକ୍ଷିତ ଓ ପ୍ରଭାବୀ ଉପାୟରେ ଷ୍ଟେମ୍ ସେଲ୍ ଥେରାପିର ଉପଯୋଗ କରି ରୋଗର ଲକ୍ଷଣ ଓ ଶାରିରୀକ ଅକ୍ଷମତାରୁ ମୁକ୍ତି ପାଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ୬୫ରୁ ଅଧିକ ଦେଶର ପ୍ରାୟ ୯୦୦୦ରୁ ଅଧିକ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା ପ୍ରଦାନ କରିଛି ।

ଏହି ଚିକିତ୍ସା ମାଧ୍ୟମରେ ସ୍ପାଇନୋ-ସେରେବେଲାର ଆଟାକ୍ସିଆ-ଭିଆଇ ରୋଗରେ ପୀଡିତ ୪୮ ବର୍ଷୀୟ ସୁଶୀଲ କୁମାର ବଢେଇ ଏବଂ ସମ୍ବଲପୁରର ୩୯ ବର୍ଷୀୟ ସୁଶାନ୍ତ କୁମାର ଲେଙ୍କାଙ୍କର ସଫଳ ଚିକିତ୍ସା ହୋଇପାରିଛି । ଡଃ ନନ୍ଦିନୀ ଗୋକୁଳଚନ୍ଦ୍ରନ୍ କହିଛନ୍ତି ଯେ, “ନ୍ୟୁରୋଜେନ୍ରେ ରୋଗୀମାନଙ୍କୁ କେବଳ ଷ୍ଟେମ୍ ସେଲ୍ ଥେରାପି ଦିଆଯାଉାହିଁ ବରଂ ସେମାନନଙ୍କୁ ଷ୍ଟେମ୍ ସେଲ୍ ଥେରାପି ପରେ ଏକ ବ୍ୟାପକ ରିହାବିଲିଟେସନ ପ୍ରୋଗ୍ରାମରେ ରଖାଯାଉଛି ।” ନ୍ୟୁରୋଜେନ୍ ବ୍ରେନ୍ ଆଣ୍ଡ ସ୍ପାଇନ ଇନଷ୍ଟିଚ୍ୟୁଟ୍ ଓ ସିଓନ୍ ମୁମ୍ବାଇର ନିର୍ଦ୍ଦେଶକ ତଥା ଏଲଟିଏମଜି ହସ୍ପିଟାଲ ଆଣ୍ଡ ଏଲଟିଏମ୍ ମେଡିକାଲ କଲେଜର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ତଥା ଅଧ୍ୟାପକ ଡକ୍ଟର ଆଲୋକ ଶର୍ମାଙ୍କ କହିବା ଅନୁସାରେ ଆମ ପକ୍ଷରୁ ପୂର୍ବରୁ ଯେଉଁ ଲକ୍ଷ ଲକ୍ଷ ରୋଗୀଙ୍କୁ ସେମାନଙ୍କ ରୋଗର କୌଣସି ଚିକିତ୍ସା ନାହିଁ ବୋଲି କୁହାଯାଇଥିଲା, ବର୍ତ୍ତମାନ ଆମେ ସେମାନଙ୍କୁ ବିଶ୍ୱାସର ସହ କହିପାରିବୁ ଯେ, ନ୍ୟୁରୋ ରିହାବିଲିଟେସନ୍ ସହ ଷ୍ଟେମ୍ ସେଲ୍ ଥେରାପିର ଉପଲବ୍ଧତା ଯୋଗୁଁ ଏବେ ସେମାନଙ୍କ ପାଇଁ ଭଲ ଦିନ ଆସିବାକୁ ଯାଉଛି ।


Share It

Comments are closed.