ବିକିିନି ସହ ମାସ୍କ ପିନ୍ଧି ଏୟାରପୋର୍ଟରେ ପହଞ୍ଚିଲେ ଯୁବତୀ, ଭିଡିଓ ଭାଇରାଲ


ଆମେରିକାର ମିୟାମୀ ଏୟାରପୋର୍ଟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏୟାରପୋର୍ଟରେ ଅଚାନକ ଜଣେ ମହିଳା ବିକିନି ପିନ୍ଧି ପହଞ୍ଚିଥିଲେ । ତାଙ୍କୁ ଦେଖି ସମସ୍ତେ ଚକିତ ହୋଇଗଲେ । ସେ ତରବର ଭାବେ ଫ୍ଲାଇଟ୍ ପାଇଁ ଘରୁ ଚାଲିଆସିଥିଲେ । ବାସ୍, ଏହା ପରେ ସମସ୍ତେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଲେ । ମଜାଳିଆ ଢଙ୍ଗରେ ସମସ୍ତେ କହିଲେ ଯେ ଅତିକମରେ ସେ ମାସ୍କ ତ ପିନ୍ଧିଥିଲେ । ତେବେ ଏହା ଜଣାପଡିନାହିଁ ମହିଳା ଜଣକ କିଏ ଏବଂ ସେ କେଉଁଆଡେ ଯାଉଥିଲେ ।

ସୂଚନା ଅନୁସାରେ ଯେତେବେଳେ ମହିଳା ଜଣକ ଗ୍ରୀନ୍-ଟୁ-ପିସ୍ ସ୍ୱିମସୁ୍ଟରେ ମିୟାମୀ ଏୟାରପୋର୍ଟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଲାଖି ରହିଲା । କିନ୍ତୁ ସେ ଏମିତି ରିଆକ୍ଟ କଲେ ଯେମିତି ସେ କିଛି ବି ଭୁଲ୍ କାମ କରିନାହାଁନ୍ତି । କାନ୍ଧରେ ବ୍ୟାଗ୍ ଟଙ୍ଗାଇ ମହିଳା ଜଣକ ଆରାମରେ ଏୟାରପୋର୍ଟରେ ପହଞ୍ଚିଗଲେ । ଏହି ସମୟରେ କେହି ଯାତ୍ରୀ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ସୋସିଆଲ ମିଡିଆରେ ଏହି ଭିଡିଓକୁ ‘Humans of Spirit Airlines’ ନାମକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏଥିରେ କ୍ୟାପ୍ସନରେ ମହିଳାଙ୍କ ମଜା ଉଡାଇ ଲେଖାଯାଇଛି ଯେ ‘ଯଦି ଆପଣଙ୍କ ଦ୍ୱିପ୍ରହରରେ ପୁଲ୍ ପାର୍ଟି ଥିବ ଏବଂ ଆପଣଙ୍କୁ ଫ୍ଲାଇଟ୍ ଧରିବାର ଥିବ ।‘ ଏଥିରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଅତି କମରେ ସେ ମାସ୍କ ତ ପିନ୍ଧିଛନ୍ତି ନା…


Share It

Comments are closed.