ମୋ ଷ୍ଟାର୍ଟଅପ୍ ବୁଟ୍‌କ୍ୟାମ୍ପ୍‌ର ଶୁଭାରମ୍ଭ, ରାଜ୍ୟର ପ୍ରମୁଖ ବୈଷୟିକ ଅନୁଷ୍ଠାନରେ ଆୟୋଜିତ ହେବ


ଢେଙ୍କାନାଳ: ନିଜର ସଂସ୍ଥା ଆରମ୍ଭ କରିବା ଲାଗି ରାଜ୍ୟର ଉଦୀୟମାନ ଯୁବ ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବା ଲାଗି ଏଆଇସି-ଏନ୍‌ଆଇଏଫ୍‌ଟି ପକ୍ଷରୁ ମୋ ଷ୍ଟାର୍ଟଅପ୍ ବୁଟ୍‌କ୍ୟାମ୍ପ୍ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଆଇଜିଆଇଟି, ସରାଙ୍ଗ୍‌ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି), ରାଉରକେଲାର କୁଳପତି ପ୍ରଫେସର ଡକ୍ଟର ଚିତରଂଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ।
ଦେଶର ଅର୍ଥନୀତି ପାଇଁ ମାନବ ସମ୍ବଳର ଗୁରୁତ୍ୱ ବିଷୟରେ ସେ ବର୍ଣ୍ଣନା କରିଥିଲେ । ଆମେରିକାର ଉଦାହରଣ ଦେଇ ସେ କହିଛନ୍ତି ଯେ ସେଠାରେ ବହୁ ପ୍ରକାର ସମ୍ବଳ ଥିଲେ ମଧ୍ୟ ମାନବ ସମ୍ବଳ କ୍ଷେତ୍ରରେ ସେଠାରେ ଯୁବକଙ୍କ ତୁଳନାରେ ଅଧିକ ବୟସ୍କ ଲୋକ ରହିଛନ୍ତି । ଭାରତ କିନ୍ତୁ ସେ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଜନସଂଖ୍ୟାରେ ଯୁବପିଢ଼ିର ଯେଉଁ ବଡ଼ ଭାଗ ରହିଛି ତାହାକୁ ଉତମ ଢଙ୍ଗରେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଚୀନ୍ ଓ ତାଇୱାନର ନେତୃତ୍ୱ ବିଷୟରେ ସେ କହିଛନ୍ତି ଯେ ଏହି ଦୁଇ ଦେଶ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆମକୁ ଚୀନ୍ ଭଳି ନିଜର ଯୁବଶକ୍ତିକୁ ଭଲ ଭାବେ ବ୍ୟବହାର କରିବାକୁ ପଡ଼ିବ ।
ଶିଳ୍ପ ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟତା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ ବର୍ତମାନ ଇଞ୍ଜିନିୟର ସୃଷ୍ଟି ହେଉଥିଲେ ମଧ୍ୟ ଶିଳ୍ପରେ କାମ କରିବା ପାଇଁ ସେମାନେ ପ୍ରସ୍ତୁତ ହୋଇପାରୁନାହାନ୍ତି । ସେଥିପାଇଁ କ୍ୟାମ୍ପସ ଚୟନ ପ୍ରତି ସମର୍ଥନ ବହୁତ ଦୁର୍ବଳ ରହୁଛି । ଭାରତକୁ ଏକ ରପ୍ତାନି ଭିତିକ ଦେଶରେ ପରିଣତ ହେବାକୁ ହେଲେ ଯୁବପିଢ଼ିଙ୍କୁ ଉଦ୍ୟମିତାକୁ ଗ୍ରହଣ କରିବାକୁ ହେବ ଏବଂ ଷ୍ଟାର୍ଟଅପ୍ ସଂସ୍ଥା ସ୍ଥାପନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଏନ୍‌ଆଇଟି ଭୁବନେଶ୍ୱର ଅଧ୍ୟକ୍ଷ ଡକ୍ଟର ଏନ୍ ଏଚ୍ ଏସ୍ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟର ଷ୍ଟାର୍ଟଅପ୍ ବ୍ୟବସ୍ଥା ପାଇଁ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଆଇଜିଆଇଟି ସରାଙ୍ଗ୍‌ର ନିର୍ଦେଶକ ଡକ୍ଟର ସତ୍ୟବ୍ରତ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଆଇସି-ଏନ୍‌ଆଇଏଫ୍‌ଟିର ସିଓଓ ଦୁର୍ଗା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।
ମୋ ଷ୍ଟାର୍ଟଅପ୍ ବୁଟ୍‌କ୍ୟାମ୍ପ୍‌ର ପ୍ରଥମ ପର୍ଯ୍ୟାୟ ସମ୍ବଲପୁର, ଢେଙ୍କାନାଳ, ଗଂଜାମ ଓ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବ । ଏହା ଆଇଜିଆଇଟି ସରାଙ୍ଗରୁ ଏହାର ଯାତ୍ରା ଆରମ୍ଭ କରିବା ପରେ କଳାହାଣ୍ଡିର ଜିଇସି, ସମ୍ବଲପୁରର ଏସୟ୍ରୁ୍ରଆଇଆଇଟି, କେନ୍ଦୁଝରର ଜିସିଇ ଓ ଗଂଜାମର ପିଏମ୍‌ଇସିରେ ପହଂଚିବ । ଏହି ବୈଷୟିକ ଅନୁଷ୍ଠାନଗୁଡ଼ିକୁ ବିପିୟୁଟି ଅଧୀନରେ ନବସୃଜନ ଓ ଉଦ୍ୟମିତାର ଜ୍ଞାନ ହବ୍ ଭାବେ ସ୍ଥାପନ କରାଯାଇଛି ।
ମୋ ଷ୍ଟାର୍ଟଅପ୍ ବୁଟକ୍ୟାମ୍ପ୍‌ରେ ଷ୍ଟାର୍ଟ÷ଅପ୍ ସୃଷ୍ଟିଠାରୁ ଡିଜାଇନ୍ ଭାବନା, ଚିନ୍ତାଧାରା ମାନ୍ୟତା, ପିଓସିରୁ ଉତ୍ପାଦ ପର୍ଯ୍ୟନ୍ତର ଯାତ୍ରା, ବ୍ୟବସାୟ ମଡେଲ୍‌, ଉପଭୋକ୍ତା ଓ ଷ୍ଟାର୍ଟଅପ୍ ଆରମ୍ଭ କରିବା ଭଳି ସବୁ ବିଷୟ ସ୍ଥାନ ପାଇବ । ଏଥିରେ ୫୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେବେ, ୫୦୦ରୁ ଅଧିକ ଚିନ୍ତାଧାରା ସୃଷ୍ଟି ହେବ ଏବଂ ୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହେବ ବୋଲି ଆଶା କରାଯାଉଛି ।
ଏହି କାର୍ଯ୍ୟକ୍ରମ ନବସୃଜନ, ସମସ୍ୟା ସମାଧାନ ଓ ନିଜ ସଂସ୍ଥା ଆରମ୍ଭ କରିବା ଲାଗି ପ୍ରାରମ୍ଭିକ ଜ୍ଞାନ ପ୍ରଦାନ କରିବ । ୟୁଜି ଓ ପିଜି ପାଠ୍ୟକ୍ରମ ଅଧୀନରେ ଥିବା ଭବିଷ୍ୟତର ନବସୃଜନକାରୀ ଓ ଉଦ୍ୟୋଗୀମାନେ ଏହି ଅଭିଯାନରେ ସାମିଲ ହୋଇପାରିବେ । ସେମାନେ ଙ୍ଗଙ୍ଗଙ୍ଗ.ଜ୍ଞକ୍ଟଗ୍ଦଗ୍ଧବକ୍ସଗ୍ଧଙ୍କକ୍ଟ୍ର.ମକ୍ଟଜ୍ଞ ରେ ପଞ୍ଜୀକରଣ କରିପାରିବେ । ଏହି ଅଭିଯାନରେ ଅଂଶଗ୍ରହଣକାରୀମାନଙ୍କୁ ଷ୍ଟାର୍ଟଅପ୍ ଯାତ୍ରାର ବିଭିନ୍ନ ବିଷୟ ଉପରେ ଅବଗତ କରାଯିବ ।

 


Share It

Comments are closed.