ଓଡ଼଼ିଶା ଜନ୍ମିତ ଚନ୍ଦାନୀ ଖଣ୍ଡେଲୱାଲଙ୍କ ଅନୁସନ୍ଧାନକୁ ଏମଜି ଚେଞ୍ଜମେକର୍ସର ପ୍ରଶଂସା


ଭୁବନେଶ୍ୱର: ସମାଜରେ ଗଠନମୂଳକ ଅଭିନବ ସ୍ଥାୟୀ ହସ୍ତକ୍ଷେପ’କୁ ସ୍ୱୀକୃତି ଦେଉଥିବା ଓ ପ୍ରଶଂସା କରୁଥିବା, ଏମଜି ଚେଞ୍ଜମେକର୍ସ ପଦକ୍ଷେପ ବର୍ତମାନ ଏହାର ଚତୁର୍ଥ ସିଜନରେ ଓଡ଼ିଶା ଜନ୍ମିତ ଜଣେ ପ୍ରଭାବଶାଳୀ ଚେଞ୍ଜମେକର ‘ଚନ୍ଦାନୀ ଖଣ୍ଡେଲୱାଲ’ଙ୍କୁ ଗର୍ବର ସହ ସମ୍ମାନିତ କରିଛି । ଏହି ୨୬ ବର୍ଷୀୟା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକ୍ନୋଲୋଜି ସ୍ନାତକଧାରୀ ଆଦିବାସୀ ସମ୍ପ୍ରଦାୟକୁ ରୋଜଗାର ଦେଇ ବାଉଁଶ, ତାଳ ପତ୍ର, ସବାଇ ଘାସ ଏବଂ ଅନ୍ୟାନ୍ୟରୁ ହସ୍ତ ନିର୍ମିତ ଏବଂ ପର୍ଯ୍ୟାୟବରଣ ଅନୁକୂଳ ବିକଳ୍ପ ଦ୍ୱାରା ପ୍ଲାଷ୍ଟିକକୁ ବଦଳାଇବା ପାଇଁ ଇକୋଲୁପ’କୁ ପ୍ରସ୍ତୁତ କରିଛନ୍ତି । ଆଜି, ଚନ୍ଦାନୀଙ୍କ ସଫଳତା ପାଇଁ ଅଟଳ ନିଷ୍ଠା ୧୦୦୦ ରୁ ଅଧିକ କାରିଗରଙ୍କୁ ସମର୍ଥନ କରିଛି ଏବଂ ତାଙ୍କୁ ଇକୋଲୁପ ମାଧ୍ୟମରେ ଅଧିକ ସୌନ୍ଦର୍ଯ୍ୟଜନକ ଭାବେ ସନ୍ତୋଷ ତଥା ସୁଲଭ ମୂଲ୍ୟରେ ଉତ୍ପାଦ ପ୍ରସ୍ତୁତ କରିବାକୁ ସକ୍ଷମ କରିଛି । ପ୍ରାୟତଃ ମହିଳା କାରିଗରମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ପ୍ୟାକିଜିଙ୍ଗ ଉତ୍ପାଦ ତିଆରି ପାଇଁ ସ୍ୱତନ୍ତ୍ର ତାଲିମ ଦିଆ ଯାଉଛି । ସମ୍ପ୍ରତି, ପ୍ରାକୃତିକ ସାମଗ୍ରୀ ଯଥା ସବାଇ ଘାସ, ତାଳ ପତ୍ର, କାଗଜ ମେଶ, ବାଉଁଶ ଏବଂ ଅନ୍ୟାନ୍ୟରୁ ଉପହାର ପ୍ୟାକିଜିଙ୍ଗ ଷ୍ଟାର୍ଟଆପ ପ୍ରସ୍ତୁତ କରାଯାଉଛି । ଏହା ଟୋକେଇ, ଟ୍ରେ, ଏବଂ ବାକ୍ସ ଆଦି ସହିତ ପ୍ରାୟ ୨୦ଟି ବିଭିନ୍ନ ଉତ୍ପାଦ ନିର୍ମାଣ କରିଥାଏ । ପ୍ୟାକିଜିଙ୍ଗରେ ବ୍ୟବହୃତ ଷ୍ଟାଇରୋଫୋମ ବୋର୍ଡକୁ ବଦଳାଇବା ପାଇଁ ନଡା ଭଳି ସାମଗ୍ରୀ ବ୍ୟବହାର କରି ଏକ ସ୍ଥାୟୀ ଉପହାର ଅଭିଜ୍ଞତା ମଧ୍ୟ ଷ୍ଟାର୍ଟଆପ ବିକାଶ କରୁଛି । କେକ ଏବଂ କୁକିଜ ପରି ବେକ ହୋଇଥିବା ସାମାନ ପାଇଁ ବାଉଁଶ ଏବଂ ପତ୍ରରୁ ସେମାନେ ବାକ୍ସ ମଧ୍ୟ ତିଆରି କରନ୍ତି । ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ପତ୍ର, ବନ୍ୟ ଫୁଲ, ମକା ଚୋପା ଇତ୍ୟାଦି ଅଧିକ ପ୍ରାକୃତିକ କଂଚାମାଲରୁ ପ୍ରସ୍ତୁତ ପ୍ୟାକିଜିଙ୍ଗ ସହାୟକ ଅନ୍ୱେଷଣ କରିବାକୁ ଷ୍ଟାର୍ଟଆପ ଯୋଜନା କରିଛି ।

ଓଡିଶା ଜନ୍ମିତ ଚନ୍ଦାନୀ ଖଣ୍ଡେଲୱାଲ ସର୍ବଦା ପ୍ଲାଷ୍ଟିକର ବ୍ୟବହାରକୁ ନେଇ ଚିନ୍ତିତ ଥିଲେ, ବିଶେଷ କରି ଯେତେବେଳେ ପ୍ୟାକିଜିଙ୍ଗ ବିଷୟରେ ଆସୁଥିଲା । ସେ କଲେଜରେ ପଢୁଥିବା ବେଳେ ପର୍ଯ୍ୟାବରଣ-ଅନୁକୂଳ ପ୍ୟାକିଜିଙ୍ଗ ଯୋଗାଇବା ପାଇଁ ତାଙ୍କର ଅନୁସନ୍ଧାନ ଆରମ୍ଭ ହୋଇଥିଲା, ଯାହା ତାଙ୍କୁ ତାଙ୍କ କଳାତ୍ମକ ଦିଗକୁ ଆପଣେଇବା ଏବଂ ସ୍ଥାୟୀ ଏବଂ ପର୍ଯ୍ୟାୟବରଣ ଅନୁକୂଳ ଉତ୍ପାଦ ସହିତ କାର୍ଯ୍ୟ କରିବାକୁ ସଶକ୍ତ କରିଥିଲା । ଏମଜି ଚେଞ୍ଜମେକର୍ସ ଏକ ସାମୁଦାୟକ ପଦକ୍ଷେପ ଯାହାକି ନୂତନତ୍ୱ ମାଧ୍ୟମରେ ସମାଜରେ ପରିବର୍ତନ ଆଣିବା ପାଇଁ ସମସ୍ତ ବାଧାବିଘ୍ନକୁ ପାର କରିଥିବା ସଂକଳ୍ପବଦ୍ଧ ଏବଂ ସାହାସୀ ମହିଳାମାନଙ୍କୁ ଚିହ୍ନଟ ଏବଂ ସମ୍ମାନିତ କରିଥାଏ । ଏହି ବର୍ଷ ଏମଜି ଚେଞ୍ଜମେକର୍ସ’ର ସିଜନ ୪ ସ୍ଥିରତା ଉପରେ ବିଶେଷ ଧ୍ୟାନ ଦେଇଛି ଏବଂ ସକରାତ୍ମକ ସମାଜ ଗଠନ ପାଇଁ ଏମଜିର ଅଦ୍ୟମ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛି ।


Share It

Comments are closed.