ଗେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୬୭ ବର୍ଷ ବୟସ୍କ ବୃଦ୍ଧ, ଜାଣନ୍ତୁ ପୂରା କାହାଣୀ


ମନୁୁଷ୍ୟକୁ ନିଜର ଯୋଗ୍ୟତା ଦେଖାଇବା ପାଇଁ ସୁଯୋଗ ଜୀବନରେ ପ୍ରାୟତଃ ମିଳେ । କେତେକ ନିଜର ଯୋଗ୍ୟତା ପ୍ରମାଣିତ କରାଇ ପାରିଲେ ଆଉ କେତେକ କରାଇ ପାରନ୍ତି ନାହିଁ । ନିଜର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ଆତ୍ମବିଶ୍ୱାସର ନିହାତି ଆବଶ୍ୟକତା ରହିଛି । ବର୍ତ୍ତମାନ ଜଣେ ଅବସରପ୍ରାପ୍ତ ଶିକ୍ଷକ ଏହା ପ୍ରମାଣିତ କରି ଦେଖାଇଛନ୍ତି । ସେ ୬୭ ବର୍ଷ ବୟସରେ ଗେଟ ପରୀକ୍ଷା ପାସ କରି ଦେଖାଇଛନ୍ତି ।
ତାଙ୍କ ନାମ ହେଉଛି ଶଙ୍କରନାରାୟଣ ଶଙ୍କରାପାଣ୍ଡିଆନ ଅଟେ । ସେ ଏହି ପରୀକ୍ଷା ପାସ କରିଥିବା ସବୁଠାରୁ ବୟସ୍କ ବ୍ୟକ୍ତି ଅଟନ୍ତି । ଅନ୍ୟପଟେ ଆଇଟିଆଇ କାନପୁରରୁ ୧୭ ବର୍ଷିୟ ଜଣେ କମ ବୟସ୍କ ନାବାଳିକ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ନାମ ହ୍ରିତିକ ଶର୍ମା ଅଟେ, ସେ ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ଅଟନ୍ତି ।
ପରୀକ୍ଷାକୁ ନେଇ ଶଙ୍କରନାରାୟଣ କହିଛନ୍ତି ଯେ, “ମୁଁ ଯେତେବେଳେ ପରୀକ୍ଷା ଦେବା ପାଇଁ ଗଲି ସେତେବେଳେ ପରୀକ୍ଷା ସେଣ୍ଟରର ଅଧିକାରୀ ଭାବିଲେ ମୁଁ କେଉଁ ଛାତ୍ରର ଅଭିଭାବକ ହୋଇ ଆସିଛି ବୋଧେ । କେହି ଭାବିନଥିଲେ ଯେ, ମୁଁ ପରୀକ୍ଷା ଦେବା ପାଇଁ ଆସିଛି ବୋଲି । ମୋତେ ଅଭିଭାବକଙ୍କ ସ୍ଥାନରେ ବସାଇ ଦିଆଯାଇଥିଲା । ପରେ ମୁଁ ପରୀକ୍ଷା ଦେବା ପାଇଁ ଆସିଛି ବୋଲି କହିଥିଲି ।”
ଚଳିତ ବର୍ଷ ସେ, ଗ୍ରାଜୁଏଟ ଆପି୍ଟଚ୍ୟୁଟ ଟେଷ୍ଟ ଇନ ଇଞ୍ଜିରିଙ୍ଗ ପାସ କରି ସାରିଛନ୍ତି । ତାଙ୍କର ତିନୋଟ ନାତୀ-ନାତୁଣି ଅଛନ୍ତି । ପ୍ରକାଶ ଥାଉକି, ସେ ତାମିଲନାଡୁର “ଦ ହିନ୍ଦୁ କଲେଜ”ର ଅଧ୍ୟାପକ ରହିସାରିଛନ୍ତି । କମ୍ପ୍ୟୁଟର ସାଇନ୍ସ ଏବଂ ଗଣିତରେ ତାଙ୍କର ଗଭୀର ଜ୍ଞାନ ରହିଛି । ଏହା ଛଡା ସେ ୧୯୭୬ରେ ଏଭିଭିଏମ ଶ୍ରୀ ପୁଷ୍ପମ କଲେଜ ତଞ୍ଜାପୁରରୁ ଏଏସସିରେ ପାଠ ପୂରଣ କରିସାରିଛନ୍ତି । ବର୍ତ୍ତମାନ ସେ ଆଗ୍ୟୁମେଣ୍ଟଡ ରିୟାଲିଟିରେ ରିସର୍ଚ କରିବାକୁ ଚାହୁଁଛନ୍ତି । ଏହାକୁ କହନ୍ତି ଜିଜ୍ଞାସା । ସେ କହିଛନ୍ତି ଯେ, ଶିକ୍ଷା ଗ୍ରହଣ କରିବା ବନ୍ଦ କରିବା ଉଚିତ ନୁହେଁ ।


Share It

Comments are closed.