୨୫୦୦୦ ପିନ୍‌କୋଡ୍‌ରେ ପହଂଚିଛି ଓପୋ ଇଣ୍ଡିଆର ସେଣ୍ଡ୍‌-ଇନ୍ ମରାମତି ସେବା


ଭୁବନେଶ୍ୱର : ଓପୋ ଇଣ୍ଡିଆ ଏହାର ସେବା କେନ୍ଦ୍ର ୩.୦ ସହାୟତାରେ ବିକ୍ରୟ-ପରବର୍ତୀ ସେବାରେ ବିପ୍ଳବ ଆଣିଛି ଯାହାକି ପିକ୍‌ଅପ୍ ଓ ଡ୍ରପ୍ ସେବା ସହିତ ସମଗ୍ର ଭାରତରେ ୨୫୦୦୦ ପିନ୍‌କୋଡ୍‌କୁ ବିସ୍ତାର ହୋଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଓପୋ ଇଣ୍ଡିଆ ସଫ୍ଟୱେୟାର ସମସ୍ୟା, ସ୍କ୍ରିନ୍ ଓ ବ୍ୟାଟେରୀ ବଦଳାଇବା, ସ୍ପିକର୍ ଖରାପ ଓ ଟଚ୍‌ସ୍କ୍ରିନ୍ ତ୍ରୁଟି ସମେତ ସମସ୍ତ ୮୦% ପ୍ରକାରର ସ୍ମାର୍ଟଫୋନ୍ ମରାମତି ପାଇଁ ଶୀଘ୍ର ୨୪ ଘଂଟିଆ ଟିଏଟି (ଟର୍ଣ୍ଣଆରାଉଣ୍ଡ ସମୟ)ର ଗ୍ୟାରେଂଟି ଦେବା ପାଇଁ ଉତ୍କୃଷ୍ଟ ପ୍ରକ୍ରିୟା ଆରମ୍ଭ କରିଛି । ଗତବର୍ଷ ଆରମ୍ଭ ହୋଇଥିବା ଗ୍ରାହକ ସେବା ୩.୦ ପଦକ୍ଷେପ ନିର୍ଦ୍ଧିଷ୍ଟ ଡିଭାଇସ୍‌ଗୁଡିକ ପାଇଁ ଏକ ଘଂଟାର ଅନ୍‌ସାଇଟ୍ ମରାମତି, ନୂଆ ପ୍ରଡକ୍ଟର ପ୍ରଦର୍ଶନ, ମାଗଣା ପିକ୍‌ଅପ୍ ଓ ଡ୍ରପ୍‌, ମରାମତି ଉପରେ ଡେବିଟ୍‌/କ୍ରେଡିଟ୍ କାର୍ଡ-ଆଧାରିତ ବ୍ୟାଙ୍କ ଇଏମ୍‌ଆଇ ବିକଳ୍ପ ଭଳି ଅନେକ ଲାଭ ପ୍ରଦାନ କରୁଛି ।

୨୪ ଘଂଟିଆ ସେଣ୍ଡ୍‌-ଇନ୍ ମରାମତି ସେବା ଅଧିନରେ ଗ୍ରାହକମାନେ ଓପୋ ଇଣ୍ଡିଆ ୱେବ୍‌ସାଇଟ୍‌ରେ ସେଣ୍ଡ୍‌-ଇନ୍ ରିପେୟାର ଫର୍ମ ଦାଖଲ କରି ନିଜ ସ୍ମାର୍ଟଫୋନ୍ ପାଇଁ ମାଗଣା ପିକ୍‌ଅପ୍ ଓ ଡ୍ରପ୍ ସମୟ ସ୍ଥିର କରିପାରିବେ । ସେମାନଙ୍କୁ ପିକ୍‌ଅପ୍ ଠିକଣା ସହିତ ଡିଭାଇସ୍‌ର ଆଇଏମ୍‌ଇଆଇ ନମ୍ବର ଓ ପଞ୍ଜୀକୃତ ମୋବାଇଲ ନମ୍ବର ଦାଖଲ କରିବାକୁ ହେବ । ଡିଭାଇସ୍ ସେବା କେନ୍ଦ୍ରରେ ପହଂଚିବା ମାତ୍ରେ ଓପୋ ଇଣ୍ଡିଆର ୨୪ ଘଂଟିଆ ରିପେୟାର ଟିଏଟି ଆରମ୍ଭ ହେବ । ଏଥିସହିତ ଗ୍ରାହକମାନେ ମରାମତିର ପ୍ରଗତି ସମ୍ପର୍କରେ ଏସ୍‌ଏମ୍‌ଏସ୍ ଓ ହ୍ୱାଟସ୍‌ଆପ୍ ମାଧ୍ୟରେ ନିୟମିତ ଅପ୍‌ଡେଟ୍ ପାଇବେ । ଦୂର ସ୍ଥାନରୁ ପିକ୍‌ଅପ୍ ହୋଇଥିବା ଡିଭାଇସ୍ ପାଇଁ ପିକ୍‌ଅପ୍‌, ମରାମତି ଓ ଡେଲିଭରି ୫ରୁ ୭ ଦିନ ମଧ୍ୟରେ ଶେଷ ହେବ । ଓପୋ ଇଣ୍ଡିଆର ଗ୍ରାହକମାନେ ସେଣ୍ଡ-ଇନ୍ ମରାମତି ସେବା ପାଇବା ପାଇଁ ଟ୍ୱିଟର୍ କିମ୍ବା ଫେସ୍‌ବୁକ୍‌ରେ ଅଙଚଚଙଉବକ୍ସରଓଘ ରେ ଯୋଗାଯୋଗ କରିପାରିବେ ।

ଏହି ସେବାର ବିସ୍ତାର ସମ୍ପର୍କରେ ଓପୋ ଇଣ୍ଡିଆର ସିଏମ୍‌ଓ ଦମୟନ୍ତ ସିଂହ ଖନୋରିଆ କହିଛନ୍ତି, “ଆମର ସ୍ମାର୍ଟଫୋନ୍ ମରାମତି ପିକ୍‌ଅପ୍ ଓ ଡ୍ରପ୍ ସେବାକୁ ୨୫୦୦୦ ପିନ୍‌କୋଡ୍‌କୁ ବିସ୍ତାର କରିବା ଦେଶର କୋଣଅନୁକୋଣରେ ପହଂଚଯୋଗ୍ୟ ଗ୍ରାହକ ସେବା ସୁନିଶ୍ଚିତ କରିବା ପ୍ରତି ଓପୋର ସମର୍ପଣକୁ ପ୍ରତିଫଳନ କରୁଛି ।’ ଓପୋ ଇଣ୍ଡିଆ ପକ୍ଷରୁ ଏହାର ସେବା କେନ୍ଦ୍ରଗୁଡିକରେ ନଭେମ୍ବର ୬ରୁ ୧୦ ତାରିଖ, ୨୦୨୩ ପର୍ଯ୍ୟନ୍ତ ଡିସ୍‌ପ୍ଲେ, ମେନ୍‌ବୋର୍ଡ ଓ ବ୍ୟାଟେରୀ ମରାମତି ଉପରେ ୨୫% ରିହାତି, ଫୋନ୍ ଆକ୍‌ସେସରି ଉପରେ ୧୦% ରିହାତି, ମାଗଣା ପ୍ରୋଟେକ୍ଟିଭ୍ ଫିଲ୍ମ, ବ୍ୟାକ୍ କଭର୍ ଓ ଏହାର ଫୋନ୍ ଡିସ୍‌ଇନ୍‌ଫେକ୍ସନ ସର୍ଭିସ୍ ସମେତ ପାର୍ବଣ ଅଫର୍‌ର ଘୋଷଣା କରାଯାଇଛି ।


Share It

Comments are closed.