କେବେ ପିମ୍ପୁଡ଼ିର ପ୍ରକୃତ ଚେହେରା ଦେଖିଛନ୍ତି କି? ଦେଖିବା ପରେ ନିଜ ଆଖିକୁ କରିପାରିବେନି ବିଶ୍ବାସ


ଅଦ୍ଭୁତ ତଥା ଆଶ୍ଚର୍ଯ୍ୟକର ଫଟୋ ଦେଖିବାକୁ ହୁଏତ ଅନେକଙ୍କୁ ଭଲ ଲାଗିଥାଏ। ଅନେକ ସମୟରେ ଏଭଳି ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଭିନ୍ନ ଧରଣର ଫଟୋ ଉଠାଇବା ଅନେକଙ୍କୁ ଖୁବ୍ ପସନ୍ଦ ଆସିଥାଏ। କିଛି ଅଦ୍ଭୁତ ଫଟୋ ଉଠାଇବାକୁ ନୂଆ ନୂଆ ଉପାୟ ମଧ୍ୟ ଆପଣାଇଥାନ୍ତି ଫଟୋଗ୍ରାଫର।

ଫଟୋଗ୍ରାଫୀକୁ ନେଇ ଆଗ୍ରହୀ ଥିବା ଲୋକଙ୍କ ପାଇଁ ଏକ ବହୁତ୍ ଖାସ୍ ଫଟୋ ସାମ୍ନାକୁ ଆସିଛି। ଜଣେ ଫଟୋଗ୍ରାଫର ଏକ ପିମ୍ପୁଡ଼ିର ଏଭଳି ଫଟୋ ଉଠାଇଛନ୍ତି ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏହି ଫଟୋ ଏତେ ଭୟଙ୍କର ଯେ ଏହାକୁ ନେଇ ଫଟୋଗ୍ରାଫରଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଫଟୋକୁ ଦେଖିଲେ ଆପଣ କହିପାରିବେନି ଯେ ଏହା କୌଣସି ପିମ୍ପୁଡ଼ିର ଫଟୋ। ସତେ ଯେପରି ଏହା କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାରରେ କରାଯାଇଛି, ଏବଂ ଏହାକୁ ଏକ ଭୟଙ୍କର ପଶୁ ଭଳି ଦେଖାଯାଇଛି।

ପ୍ରକୃତରେ ଚଳିତ ବର୍ଷ ନିକନ ଓ୍ବାର୍ଲ୍ଡ ଫୋଟୋମାଇକ୍ରୋଗାଫୀ ପ୍ରତିଯୋଗିତା ପାଇଁ ଫଟୋ ମନୋନୀତ କରାଯାଉଥିଲା। ଏହାରି ମଧ୍ୟରେ ଲିଥୁଆନିଆର ଓ୍ବାଲ୍ଡ ଲାଇଫ୍ ଫଟୋଗ୍ରାଫର ୟୁଜିନିଜସ୍ କଓ୍ବାଲିୟାଉସ୍କସଙ୍କ ଏହି ଫଟୋ ଏବେ କମାଲ୍ କରୁଛି। ଏହି ପ୍ରତିଯୋଗିତାର ଏକ ସର୍ତ୍ତ ଏହା ଥିଲା ଯେ ଏଥିରେ ଫଟୋଗ୍ରାଫରଙ୍କୁ ଛୋଟ ବସ୍ତୁର ବଡ଼ ଏବଂ ଜୁମ୍ କରି ଫଟୋ ଉଠାଇବାର ଥିଲା। ଏହା ପ୍ରଥମ ଥର କୌଣସି ପିମ୍ପୁଡ଼ିର ପ୍ରକୃତର ଚେହେରା ଲୋକଙ୍କ ସାମ୍ନାକୁ ଆସିଛି। ଲୋକଙ୍କୁ ପିମ୍ପୁଡ଼ିର ଚେହେରା ଦେଖି ଭୂତ ଫିଲ୍ମର ଦୃଶ୍ୟ ପରି ମନେହୋଇଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Share It

Comments are closed.