ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ


ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । କଟକ ସତୀଚୌରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସକାଳ ୮ଟାରେ କଟକସ୍ଥିତ ବାସଭବନରୁ ମିହିର ଦାସଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସତୀ ସତୀଚୌରା ଶ୍ମଶାନକୁ ନିଆଯାଇଥିଲା । ସହର ସାରା ଲୋକାରଣ୍ୟ ହୋଇ ଉଠିଥିଲା। ମିହିର ଦାସ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା କଟକ ସହର । ଉପରେ ବର୍ଷା ପଡ଼ୁଥିଲା ଆଉ ପ୍ରଶଂସକଙ୍କ ଆଖିରେ ଅଶ୍ରୁର ଧାର ବୋହୁଥିଲା । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ନେଇଛନ୍ତି ଶେଷ ବିଦାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅର୍ନର ଦିଆଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ୬୩ ବର୍ଷରେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ଡାଇଵେଟିସରେ ପୀଡିତ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ଡିସେମ୍ବର ୮ ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ବପୁର୍ଣ୍ଣ ଅଙ୍ଗ ଗୁଡ଼ିକ କାମ କରିବା ବନ୍ଦ କରିଦେବା ପରେ ତାଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ମିହିରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।


Share It

Comments are closed.