ପୃଥିବୀର ଗୋଲାପୀ ହ୍ରଦ…… ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ . . . ..


ପାଣିର କୌଣସି ରଙ୍ଗ ନଥାଏ ବୋଲି ସମସ୍ତେ ଜାଣିଛନ୍ତି ଏବଂ ସାଧାରଣତଃ ସମୁଦ୍ର କିମ୍ବା ହ୍ରଦରେ ଆପଣ ନୀଳ କିମ୍ବା ସବୁଜ କିମ୍ବା ଧଳା ଜଳ ଦେଖିଥିବେ । କିନ୍ତୁ ଏପରି ଏକ ହ୍ରଦ ରହିଛି ଯାହାର ଜଳର ରଙ୍ଗ ଗୋଲପୀ ଅଟେ । ଏହି ହ୍ରଦ ଅଷ୍ଟ୍ରେଲିଆରେ ଅବସ୍ଥିତ ଏହାର ନାମ ହିଲିୟର ଲେକ ଅଟେ ।

ଏହି ହ୍ରଦର ଜଳର ଏକ ବିଶେଷ୍ୱତ ହେଉଛି ସେହି ହ୍ରଦର ପାଣିକୁ ଯେଉଁ ପାତ୍ରରେ ରଖିଲେ ମଧ୍ୟ ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ହୋଇନଥାଏ । ଏହି ହ୍ରଦର ପାଣିର ରଙ୍ଗ ଗୋଲାପୀ ହେବାର କୌଣସି ସଠିକ ପ୍ରମାଣ ନାହିଁ କିନ୍ତୁ ଏଥିରେ ଡୁନାଲିଏଲା ସିଲେନା ନାମକ ସୂକ୍ଷ୍ମ ଜୀବ ରହୁଥିବାରୁ ଏହା ଗୋଲାପୀ ରଙ୍ଗ ହୋଇଥାଏ ବୋଲି କୁହାଯାଏ । ଏହି ହ୍ରଦରେ ଆୟୋଡିନର ମାତ୍ରା ମଧ୍ୟ ଅଧିକ ରହିଛି । ହ୍ରଦରେ ଥିବା ସୂକ୍ଷ୍ମ ଜୀବ ଆୟୋଡିନ ସହିତ ମିଶି ଜଳର ରଙ୍ଗକୁ ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିଥାଏ । ଏହି ହ୍ରଦର ଲମ୍ବ ୨୦୦୦ ଫୁଟ ତଥା ୬୦୦ମିଟର ଅଟେ । ଏହାର ଚତୁପାଶ୍ୱର୍ରେ ବାଲି ଏବଂ ଇଉକାଲିପଟାସ ଗଛ ରହିଛି  । ଏହି ହ୍ରଦକୁ ମାଥ୍ୟୁ ଫ୍ଲିଣ୍ଡର ୧୮୦୨ ମସିହାରେ ପ୍ରଥମେ ପରିଦର୍ଶନ କରିଲେ । ଏହାର ଜଳ ଗୋଲାପୀ ହେଲେ ମଧ୍ୟ ଏଥିରେ ସୁଇମିଂ କରିବାରେ କୌଣସି ଅସୁବିଧା ହୋଇନଥାଏ । ବୌଜ୍ଞାନିକଙ୍କ ମତରେ ଏହି ଜଳ ବ୍ୟବହାର ଉପଯୋଗୀ ।


Share It

Comments are closed.