ଖେଲୋ ଇଣ୍ଡିଆକୁ ସ୍ୱାଗତ କରି ଭୁବନେଶ୍ୱର ବିମାନ ବନ୍ଦରରେ ବାଲୁକା କଳା


ଆସନ୍ତା ଫେବୃୟାରୀ ୨୨ ତାରିଖରୁ ଭୁବନେଶ୍ୱର ଏବଂ କଟକରେ ଅନୁଷ୍ଠିତ ହେବାକୁଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ସ୍ୱାଗତ ଜଣାଇ ଭୁବନେଶ୍ୱର ବିମାନ ବନ୍ଦରରେ ଶୋଭାପାଉଥିବା ବାଲୁକା କଳା ।
ପ୍ରକାଶ ଥାଉଖି, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୩ଟି ସଂସ୍କରଣର ସଫଳ କାର୍ଯ୍ୟକାରିତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆୟୋଜନ କରିବାକୁ ନିଷ୍ପତି ନେଇଛନ୍ତି । ଏହାର ପ୍ରଥମ ସଂସ୍କରଣକୁ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ, ଆସୋସିଏଶନ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌, ନ୍ୟାସ୍‌ନାଲ ସ୍ପୋର୍ଟସ୍ ଫେଡେରେଶନ, ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ଏବଂ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟଗୁଡିକର ସହଭାଗିତାରେ ଓଡିଶା ସରକାରଙ୍କ ଦ୍ୱାରା ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ପର୍ଯ୍ୟନ୍ତ ଆୟୋଜିତ ହେବ । ତେବେ ଏହି ଟୁର୍ଣ୍ଣାମେଂଟ୍‌ରେ ଭାରତର ୧୭୬ଟି ଇନ୍‌ଷ୍ଟିଚ୍ୟୁଟ୍‌ରୁ ୪୦୦୦ରୁ ଅଧିକ ପ୍ରତିଯୋଗୀ ୧୭ଟି ବିଭାଗରେ ଅଂଶଗ୍ରହଣ କରିବେ ।


Share It

Comments are closed.