କରୋନାରେ ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅ


ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଝିଅ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି। ଦୁହିଁଙ୍କ ସ୍ବାବ ନମୁନା ନିଆଯାଇଥିବା ବେଳେ ରବିବାର ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଥିବା ନେଇ ଜଣା ପଡ଼ିବା ପରେ ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅଙ୍କୁ ବେଙ୍ଗାଲୁରୁର ମନିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ୟେଦୁରପ୍ପା (୭୭) ଟ୍ୱିଟରକୁ ଯାଇ କହିଛନ୍ତି, “ମୁଁ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛି। ମୁଁ ଭଲ ଥିବାବେଳେ ଡାକ୍ତରଙ୍କ ସୁପାରିଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିରୀକ୍ଷଣ କରନ୍ତୁ ଏବଂ ସେଲ୍ଫ କ୍ୱାରେଟିନର ପାଳନ କରନ୍ତୁ। ”


ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କୋଭିଡ -୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ହରିୟାଣାର ଗୁରୁଗ୍ରାମର ମେଡାଂଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।


Share It

Comments are closed.