ଛୋଟ ହେଲେ ମଧ୍ୟ ବେଶ ଲାଭକାରୀ ହୋଇଥାଏ ଜାମୁକୋଳି, ମିଳିଥାଏ ଆଶ୍ଚର୍ଯ୍ୟଜନକ ଫାଇଦା


ବର୍ଷା ଋତୁର ଆଗମନ ସହ ଏବେ ଚାରିଆଡେ଼ ଜାମୁକୋଳିର ଆସର ତ ନିଶ୍ଚିତ ଦେଖିବାକୁ ମିଳିବ । ଜାମୁକୋଳି ଦେଖିବାକୁ କଳା ଓ ଏହାର ଆକାର ଛୋଟ | ଏହା ଖାଇବାରେ ମଧ୍ୟ ଏହା ବେଶ ସୁଆଦିଆ ହୋଇଥାଏ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଜାମୁକୋଳି ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ମିଳେ । ଆୟୁର୍ବେଦରେ ଅନେକ ରୋଗର ଉପଚାର ପାଇଁ ଜାମୁକୋଳି ବ୍ୟବହାର କରାଯାଏ । ପାଚନ କ୍ରିୟା, ଦାନ୍ତ, ଆଖି, ପେଟ ଓ କିଡନୀ ପାଇଁ ଜାମୁକୋଳି ବହୁତ ଲାଭକାରୀ । ଏଥିରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍ସ, ଆଇରନ, କ୍ୟାଲସିୟମ ଭଳି ପୋଷକ ତତ୍ବ ରହିଥାଏ । ଜାମୁକୋଳି ଶିଶୁଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ଏହି ଛୋଟ ଫଳର କଣ କଣ ଲାଭ ରହିଛି ।

୧. ତ୍ୱଚା ଓ ଆଖି ପାଇଁ ଲାଭଦାୟକ – ଜାମୁକୋଳି ଖାଇଲେ ଓ ଏହାର ପତ୍ର ଓ ଛାଲକୁ ତ୍ୱଚାରେ ଲଗାଇଲେ ଅନେକ ଲାଭ ମିଳିଥାଏ । ଏହାର ଛାଲ ରକ୍ତ ସଫା କରି ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର କରିଥାଏ । ତ୍ୱଚାରେ ଜାମୁକୋଳି ରସ ଲଗାଇଲେ ବ୍ରଣ ହୋଇନଥାଏ । ଏହାର ରସ ଆଖି ପାଇଁ ମଧ୍ୟ ଲାଭଦାୟକ ।

୨. ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ – ଜାମୁକୋଳି ଦାନ୍ତ ପାଇଁ ମଧ୍ୟ ଲାଭଦାୟକ । ଏହାର ପତ୍ରର ରସକୁ ଦାନ୍ତ ଓ ମାଢିରେ ଲଗାଇଲେ ଦାନ୍ତ ଓ ମାଢି ମଜବୁତ ହୋଇଥାଏ । ଏହାର ରସରେ କୁଳି କଲେ ପାଇରିୟା ମଧ୍ୟ ଭଲ ହୋଇଯାଇଥାଏ ।

୩. ଜଣ୍ଡିସ ପାଇଁ ଉପଯୋଗୀ – ଜଣ୍ଡିସ ପାଇଁ ଜାମୁକୋଳି ବହୁତ ଉପଯୋଗୀ । ୧୦ ରୁ ୧୫ ମିଳି ଜାମୁକୋଳି ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସର ପ୍ରଭାବ କମ ହୋଇଥାଏ । ଏହାଦ୍ୱାରା ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୪. ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ – ମଧୁମେହ ରୋଗୀଙ୍କ ପାଇଁ ଜାମୁକୋଳି ବହୁତ ଲାଭଦାୟକ । ୧୦୦ ଗ୍ରାମ ଜାମୁ ଚେରକୁ ସଫା କରି ସେଥିରେ ୨୫୦ ମିଳି ପାଣି ମିଶାଇ ଗ୍ରାଇଣ୍ଡ କରନ୍ତୁ । ଏଥିରେ ୨୦ ଗ୍ରାମ ମିଶ୍ରି ପକାଇ ସକାଳେ – ସନ୍ଧ୍ୟାରେ ଖାଇବା ପୂର୍ବରୁ ସେବନ କରନ୍ତୁ । ମଧୁମେହ ରୋଗୀଙ୍କ ପାଇଁ ବହୁତ ଭଲ ।

୫. ଷ୍ଟୋନ ଚିକିତ୍ସା ପାଇଁ ଉପଯୋଗୀ – କିଡନୀରେ ଷ୍ଟୋନ ଥିଲେ ଜାମୁକୋଳି ବ୍ୟବହାର କରିପାରିବେ । ଜାମୁକୋଳି ଖାଇବା ଦ୍ୱାରା ଛୋଟ ଆକାରର ଷ୍ଟୋନ ବାହାରି ଯାଇଥାଏ । ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ । ଷ୍ଟୋନ ତରଳି ପରିସ୍ରା ଦେଇ ବାହାରିଯିବ ।


Share It

Comments are closed.