ଆପଣଙ୍କ ପରିବାର ପ୍ରତି ବିପଦ ବିଷୟରେ ତୂଳସୀ ଗଛ ଏଭଳି ଦେଇଥାଏ ସଙ୍କେତ


ଶାସ୍ତ୍ରରେ କୁହାଯାଇଛି ଯେ ତୁଳସୀ ଦେବୀ ଲକ୍ଷ୍ମୀଙ୍କ ରୂପ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟନ୍ତି। ଏଥିପାଇଁ ହିନ୍ଦୁ ଧର୍ମରେ ଧାର୍ମିକ ପୂଜା ଏବଂ ଖାସକରି ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରକୁ ବ୍ୟବହାର କରାଯାଇଥାଏ। ତୁଳସୀକୁ ସମ୍ବେଦନଶୀଳ ଗଛ ବୋଲି କୁହାଯାଏ। ଏପରି କୁହାଯାଇଛି ଯେ ଯଦି କୈାଣସି ଘର ପ୍ରତି ବିପଦ ଆସିବାର ଥାଏ ତେବେ ସର୍ବପ୍ରଥମେ ତୁଳସୀ ଗଛ ଏହି ବିଷୟରେ ସଙ୍କେତ ଦେଇଥାଏ।

ଯେଉଁ ଘରେ ବିପଦ ଘନେଇ ଆସିଥାଏ ସେହି ଘରେ ଥିବା ତୁଳସୀ ଗଛ ଶୁଖି ଯାଇଥାଏ। ଉପଯୁକ୍ତ ଯତ୍ନ ପରେ ଯଦି ତୁଳସୀ ଗଛ ନ ବଞ୍ଚିଲା ଏବଂ ପତ୍ରଗୁଡ଼ିକ ଝଡ଼ିବାକୁ ଲାଗିଲା ଏବଂ ଗଛ ଝାଉଁଳିଗଲା ତେବେ ଶାସ୍ତ୍ର ଅନୁସାରେ ଏହା ହେଉଛି ବିପଦର ସଙ୍କେତ। ଏପରି ପରିସ୍ଥିତିରେ ସବୁ କାର୍ଯ୍ୟ ଧ୍ୟାନ ସହକାରେ କରିବା ଉଚିତ୍ ଏବଂ ନିଜ ଆଚରଣରେ ସଂଯମତା ରକ୍ଷା କରିବା ଉଚିତ୍।

କୁହାଯାଏ ଯେଉଁ ଘରେ ଦାରିଦ୍ର୍ୟ,ଅଶାନ୍ତି ଏବଂ ଦୁଃଖ ଥାଏ ,ସେହି ଘରେ ମାଆ ଲକ୍ଷ୍ମୀ ବାସ କରି ନଥାଆନ୍ତି। ଯେତେବେଳେ ବିପଦ ଆସିଥାଏ ସେତେବେଳେ ନକରାତ୍ମକ ପ୍ରଭାବ ଗୁଡ଼ିକ ଆସ୍ତେ ଆସ୍ତେ ପରିଲକ୍ଷିତ ହୋଇଥାଏ ଏବଂ ଏଥିପାଇଁ ମା ଲକ୍ଷ୍ମୀ ସେହି ସ୍ଥାନ ଛାଡ଼ି ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ପରିସ୍ଥିତି ବୁଧ ଗ୍ରହ କାରଣରୁ ହୋଇଥାଏ। ବୁଧ ଗ୍ରହ ସବୁଜ ରଙ୍ଗର ସ୍ବାମୀ ହୋଇଥାଏ ଏବଂ ଗଛ ପତ୍ରର କାରକ ଗ୍ରହ କୁହାଯାଇଥାଏ। ଏହାକୁ ଏକ ଏପରି ଗ୍ରହ କୁହାଯାଇଥାଏ ଯାହା ଅନ୍ୟ ଗ୍ରହର ଭଲ ଏବଂ ଖରାପ ପ୍ରଭାବକୁ ଲୋକଙ୍କ ନିକଟରେ ପହଞ୍ଚାଇଥାଏ।

ଶାସ୍ତ୍ର ଅନୁସାରେ ତୁଳସୀ ବିଭିନ୍ନ ପ୍ରକାରର ହୋଇଥାଏ। ଯେପରିକି,ରାମାତୁଳସୀ,ଶ୍ୟାମା ତୁଳସୀ,ଜ୍ଞାନ ତୁଳସୀ,ଲକ୍ଷ୍ମୀ ତୁଳସୀ,ଭୂ ତୁଳସୀ,ରକ୍ତ ତୁଳସୀ,ନୀଳ ତୁଳସୀ,ଶ୍ବେତତୁଳସୀ ଏବଂ ବନ ତୁଳସୀ। କିନ୍ତୁ ଘରେ ସାଧାରଣତଃ ରାମା ତୁଳସୀ ଏବଂ ଶ୍ୟାମା ତୁଳସୀ ପୂଜା କରାଯାଇଥାଏ।

ତୁଳସୀ ଗଛ କେବଳ ପୂଜା କରିବା ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ଏବଂ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରଭାବଶାଳୀ ହୋଇଥାଏ। ଘରେ ତୁଳସୀ ଗଛ ଲଗାଇ ପ୍ରତିଦିନ ପୂଜା କରିବାଦ୍ବାରା ଛୋଟ ଛୋଟ ବାସ୍ତୁ ଦୋଷ ଦୂର ହୋଇଥାଏ। ତୁଳସୀ ଗଛକୁ ଘରର ଦକ୍ଷିଣ-ପୂର୍ବ ଏବଂ ଉତ୍ତର-ପଶ୍ଚିମ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

ଯଦି ପରିବାରରେ କଳହର ପରିସ୍ଥିତି ସୃଷ୍ଟି ହୋଇଥାଏ ତେବେ ବାସ୍ତୁ ଅନୁସାରେ ତୁଳସୀ ଗଛର କୁଣ୍ଡ ରୋଷେଇ ଘରେ ରଖିଲେ ପାରବାରିକ କଳହ ଦୂର ହୋଇଥାଏ। ଯଦି ପରିବାରର କୈାଣସି ସନ୍ତାନ ଭୁଲ୍ ରାସ୍ତାରେ ଚାଲିଯାଇଥାଏ ତେବେ ଯେକୈାଣସି ଉପାୟରେ ତାକୁ ପ୍ରତିଦିନ ୩ଟି ତୁଳସୀ ପତ୍ର ଖାଇବାକୁ ଦେଲେ ଲାଭ ମିଳିଥାଏ।


Share It

Comments are closed.