କୋୱିନ ପୋର୍ଟାଲରେ ନୂଆ ଫିଚର, ଏବେ ଭ୍ୟାକ୍ସିନ ସାର୍ଟିଫିକେଟରେ ନାମ ଏବଂ ଜନ୍ମ ତାରିଖ କରିପାରିବେ ଏଡିଟ


କୋୱିନ୍ ପୋର୍ଟାଲରେ ନୂଆ ଅପଡେଟ୍। ଏଣିକି ଭ୍ୟାକ୍ସିନ ସାର୍ଟିଫିକେଟରେ କୌଣସି ଭୁଲ୍ ହୋଇଥିଲେ ନିଜେ ସୁଧାର କରିପାରିବେ। ନାମ କିମ୍ବା ଜନ୍ମ ତାରିଖରେ ଯଦି କୌଣସି ଭୁଲ୍ ହୋଇଥାଏ ତେବେ କୋୱିନ ପୋର୍ଟାଲରେ ନିଜେ ଲଗଇନ୍ କରି ସୁଧାର କରିପାରିବେ। କୋୱିନ ପୋର୍ଟାଲରେ ହୋଇଥିବା ଏହି ପରିବର୍ତ୍ତନ ବିଷୟରେ ଆରୋଗ୍ୟ ସେତୁ ଟ୍ଵିଟ୍ କରି ସୂଚନା ଦେଇଛି। ଭ୍ୟାକ୍ସିନ ସାର୍ଟିଫିକେଟରେ କୌଣସି ପ୍ରକାରର ଭୁଲ୍ ସୁଧାରିବା ପାଇଁ ଏବେ କୋୱିନ ପୋର୍ଟାଲ Raise an Issueର ବିକଳ୍ପ ଆଣିଛି। ଯଦି ଆପଣଙ୍କ ଭ୍ୟାକ୍ସିନ ସାର୍ଟିଫିକେଟରେ ଲିଙ୍ଗ, ଜନ୍ମ ତାରିଖ, ନାମ ଆଦିରେ କୌଣସି ପ୍ରକାରର ଭୁଲ୍ ହୋଇଥାଏ ତେବେ ସୁଧାରିବା ପାଇଁ ସରକାର କୋୱିନ ପୋର୍ଟାଲରେ ସୁବିଧା କରିଛନ୍ତି। ତେବେ କୌଣସି ପ୍ରକାରର ଭୁଲ୍ ସୁଧାରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ନମ୍ବରରେ ଲଗଇନ କରିବାକୁ ପଡିବ। ଏହାପରେ ଆଇଡିକୁ ସିଲେକ୍ଟ କରିବାକୁ ପଡିବ। ଏହାପରେ ଆପଣ ଏହି ସାଇଟରେ ଯାଇ Raise an Issue ବିକଳ୍ପରେ କ୍ଲିକ୍ କରିବେ। ଏହାପରେ ନାମ, ଲିଙ୍ଗ, ଜନ୍ମ ତାରିଖ ଆଦି ସୁଧାରିବା ପାଇଁ ବିକଳ୍ପ ଦେଖାଯିବ। ଏଥିରେ ଆପଣ କୌଣସି ପ୍ରକାରର ଏଡିଟ୍ କରିପାରିବେ

ଏବେ ରାଜ୍ୟ ବାହାରକୁ କିମ୍ଵା ଦେଶ ବାହାରକୁ ଯିବାକୁ ହେଲେ ଟିକାକରଣ ସାର୍ଟିଫିକେଟ ଅନିବାର୍ଯ୍ୟ କରାଯାଇଛି। ଏମିତିରେ ଯଦି ସାର୍ଟିଫିକେଟରେ କୌଣସି ପ୍ରକାରର ଭୁଲ୍ ରହିବ ତେବେ ଆପଣଙ୍କୁ ସମସ୍ୟା ହେବ। ଏଥିପାଇଁ ସରକାର କୋୱିନ ପୋର୍ଟାଲରେ ଏହି ଅପଡେଟ୍ କରିଛନ୍ତି।


Share It

Comments are closed.