ଲଙ୍କା ପ୍ରିମିୟର ଲିଗରେ ଜଲୱା ଦେଖାଇଲେ ଇର୍ଫାନ, ରଚିଲେ ନୂଆ ଇତିହାସ


ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଇର୍ଫାନ ପଠାନ ଲଙ୍କା ପ୍ରିମିୟର ଲିଗ୍‌ ଖେଳୁଛନ୍ତି। କେଣ୍ଡୀ ଟସ୍କର୍ସ ପକ୍ଷରୁ ଖେଳୁଥିବା ଇର୍ଫାନ୍‌ ଶୁକ୍ରବାର ଦିନ ପ୍ରଭାବୀ ବ୍ୟାଟିଂ କରି ଏକ ଖାସ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ପଠାନ୍‌ ଟି-୨୦ କ୍ରିକେଟରେ ୨୦୦୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଜାଫନା ଷ୍ଟାଲିଂସ ବିପକ୍ଷରେ ୧୯ଟି ବଲରୁ ୨୫ ରନ୍‌ କରି ଏହି କ୍ଲବରେ ସାମିଲ ହୋଇଛନ୍ତି। ଏଥିସହିତ ଟସ୍କର୍ସ ଟିମ୍‌ ମ୍ୟାଚରେ ବିଜୟୀ ହୋଇଥିଲା।

ଟି-୨୦ କ୍ରିକେଟରେ ଇର୍ଫାନ୍‌ ପଠାନ୍‌ ୨୦୦୦ ରନ୍‌ ପୂରଣ କରିବା ସହିତ ୧୫୦ ୱିକେଟ ନେବାରେ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇ ପାରିଛନ୍ତି। ଏହାପୂର୍ବରୁ ଏହି ଏହି ରେକର୍ଡ ଜାଡେଜାଙ୍କ ନାମରେ ଥିଲା। ଟି-୨୦ କ୍ରିକେଟରେ ପଠାନ୍‌ ଏପର୍ଯ୍ୟନ୍ତ ୧୪୨ଟି ମ୍ୟାଚ ଖେଳି ୧୭୩ଟି ୱିକେଟ ନେଇଥିବା ବେଳେ ୨ହଜାର ରନ୍‌ ପୂରଣ କରିଛନ୍ତି।

ସୂଚନାଥାଉକି, ଲାଙ୍କା ପ୍ରିମିୟର ଲିଗରେ ଇର୍ଫାନ୍‌ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ୱିକେଟ ନେଇ ପାରି ନାହାନ୍ତି। ଏହି ବାମହାତୀ ଅଲରାଉଣ୍ଡର ୨୦୨୦ ଜାନୁଆରୀ ମାସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକରୁ ସନ୍ୟାସ ନେଇ ସାରିଛନ୍ତି। ଇର୍ଫାନ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ୨୦୧୨ ମସିହାରେ ଖେଳିଥିଲେ। ସେ ଭାରତ ପକ୍ଷରୁ ୨୦୦୩ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜର ଡେବ୍ୟୁ କରିଥିଲେ। ସେ ଟିମ୍‌ ଇଣ୍ଡିଆ ପାଇଁ ମୋଟ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ ଟି ଟ-୨୦ ମ୍ୟାଚ୍‌ ଖେଳିଛନ୍ତି।

ଏଥିସହିତ ଇର୍ଫାନ ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ମଧ୍ୟ ଖେଳି ସାରିଛନ୍ତି। ସେ ଆଇପିଏଲରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗସ୍, ରାଇଜିଙ୍ଗ୍‌ ପୁନେ ସୁପରଜିଆଣ୍ଟସ୍‌ ଓ ଗୁଜୁରାଟ ଲାଏନ୍ସ ପକ୍ଷରୁ ଖେଳି ସାରିଛନ୍ତି। ସେ ଶେଷଥର ପାଇଁ ୨୦୧୭ ମସିହାରେ ଆଇପିଏଲ ଲିଗ୍‌ ଖେଳିଥିଲେ। ଏବେ ଇର୍ଫାନ ଜଣେ ସୁପ୍ରସିଦ୍ଧ ଭାଷ୍ୟକାର ହୋଇ ପାରିଛନ୍ତି।


Share It

Comments are closed.