ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ


ଜଳାବତରଣ କଲା ଆଇଏନଏସ ବିକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବିମାନବାହୀ ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି । ଯାହା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ଘଟିଛି । ସବୁଠାରୁ ଖାସ୍ କଥା ଏହାଯେ ଏହା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ନୌସେନା ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଆଜି ଇତିହାସ ବଦଳିବା ଭଳି କାମ କରାଯାଇଛି ।ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ ।

ସେ ଆହୁରି କହିଛନ୍ତି ଯେ, ଆଇଏନଏସ ଦେଶରେ ନୂଆ ବିଶ୍ୱାସ ସୃଷ୍ଟି କରିଛି । ସ୍ୱଦେଶ ଜ୍ଞାନକୌଶଲରେ ଏତେ ବଡ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ ହେବା ଗୈରବର କଥା । ଏହା ଆତ୍ମନିର୍ଭର ଭାରତର ମଧ୍ୟ ପ୍ରତୀକ ଅଟେ ।
ଥରିବ ଶତ୍ରୁ, ବଢିବ ବଳ । ଶୁକ୍ରବାରଠୁ ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ । ଜଳପଥକୁ ଜଗିବ ଭାରତର ବିଶାଳ ଯୁଦ୍ଧପୋତ। ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତକୁ ଆଜି ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ।

କେରଳର କୋଚି ସିପୟାର୍ଡ ଏକ ସ୍ୱତନ୍ତ୍ର ଉତ୍ସବରେ ଏହାକୁ ନୌସେନାରେ ସାମିଲ କରାଯାଇଛି। ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତୀୟ ଶକ୍ତି ବୃଦ୍ଧି କରିବ। ଏହାକୁ ତିଆରି କରିବା ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟହୋଇଛି। ଆତ୍ମ ନିର୍ଭର ଭାରତର ଏହା ପ୍ରକୃଷ୍ଟ ଉଦାହରଣ ହୋଇଛି ।

୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନୌସେନାର ନୁଆ ନିସାନକୁ ମଧ୍ୟ ଉନ୍ମୋଚନ କରିବେ। ଭାରତର ସମୃଦ୍ଧ ନୌଚଳାଚଳ ଐତିହ୍ୟକୁ ଏହି ନୂଆ ନିସାନର ପ୍ରତୀୟମାନ ହେବ। ଯାହାକି ବ୍ରିଟିଶ ଅମଳର ନିସାନକୁ ଶେଷ କରିବ। ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ । ଆଇଏନ ବିକ୍ରାନ୍ତ ସାମିଲ ହେଲା ପରେ ଭାରତୀୟ ନୌସେନାର ବଳ ଦୁଇଗୁଣା ବଢିଯାଇଛି ।

ଆଇଏନଏସ ବିକ୍ରାନ୍ତ ଦୁଇଟି ଫୁଟବଲ ଫିଲ୍ଡ ଭଳି ବଡ । ଲମ୍ବ ହେଉଛି ୨୬୨ ମିଟର । ୧୮ ମହଲା ଉଚ୍ଚା । ଚଉଡା ପାଖାପାଖି ୬୨ ମିଟର ହେଇଥିବାବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର । ୨୪ ହଜାର କିଲୋୱାଟର ପାୱାର । ଏ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅର ଦେଖିବାକୁ ଯେମିତି, ତା କାମ ବି ଠିକ୍ ସେହିଭଳି । ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ, ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ । ୪ ହଜାର ଟନର ଏହି ସମୁଦ୍ରର ଶତ୍ରୁନାଶକ ।

ଭାରତୀୟ ନୌସେନା ପାଇଁ ଏକ ବଡ ବଳ କହିଲେ ଭୁଲ ହେବନାହିଁ । ଏହା ଭିତରେ ୨୪୦୦ କମ୍ପାଂଟମେଂଟ, ୧୬୦୦ କ୍ରିଉ, ୧୬ ବେଡ୍ ହସ୍ପିଟାଲ ରହିଛି । ୨୦୦୯ ମସିହାରୁ ନିର୍ମାଣ ହେଇଥିବା ଏହି ଏୟାରକ୍ରାଫ୍ଟ କ୍ୟାରିଅରର ୭୬ ପ୍ରତିଶତ ଉପକରଣ ସ୍ୱଦେଶୀ ଅଟେ ।ଯାହା ଶତ୍ରୁକୁ ସବୁ କ୍ଷେତ୍ରରେ ଚେକ୍ ଦେବାକୁ ସକ୍ଷମ ।

 


Share It

Comments are closed.