ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି


ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭୁବନେଶ୍ବରରେ ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ବିମାନବନ୍ଦର ଛକ ନିକଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ।

ଏହାସହ ଭୁବନେଶ୍ବର ବିଜେଡି ଜିଲ୍ଳା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ଓ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କୁ ଏହି ଜୀବନ ବ୍ୟାପି ସାଧନା ପୁରସ୍କାର ମିଳିବ । ଆସନ୍ତା ୬ ତାରିଖରେ ଭୁବନେଶ୍ଵର ଫେରିବେ ମୁଖ୍ୟମନ୍ତ୍ରୀ ।


Share It

Comments are closed.