୧୦ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚର ନେଇଆସିଛି ଇଣ୍ଡସ ଆପଷ୍ଟୋର


ଭୁବନେଶ୍ୱର: ଭାରତରେ ଘରୋଇ ଆପ୍ ମାର୍କେଟପ୍ଲେସ ଫୋନପେର ଇଣ୍ଡସ ଆପଷ୍ଟୋର ପକ୍ଷରୁ ଇଂରାଜୀ ସମେତ ୧୦ ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚରର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଭଏସ ସର୍ଚ୍ଚ ମାଧ୍ୟମରେ ଆପଗୁଡ଼ିକୁ ଖୋଜିବାରେ ସାହାଯ୍ୟ କରିଥାଏ । ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମେସିନ ଲର୍ନିଂ ଆଲଗୋରିଦମ ଦ୍ୱାରା ଏହି ଭଏସ ସର୍ଚ୍ଚ ଟେକ୍ନୋଲୋଜି ଚାଳିତ ହୋଇଥାଏ, ଯାହା ସଠିକତା ତଥା ଶୁଦ୍ଧତାର ସହିତ ବିଭିନ୍ନ ଉଚ୍ଚାରଣ ଏବଂ ସ୍ୱରର ଢାଂଚାଗୁଡ଼ିକୁ ବୁଝିପାରେ ।

ଆଂଚଳିକ ଭାଷାରେ ପ୍ରଚଳିତ ଟେକ୍ସଟ-ଆଧାରିତ ସର୍ଚ୍ଚ ବିଶେଷ ପ୍ରକାରର କୀବୋର୍ଡ ଏବଂ ସ୍ୱତନ୍ତ୍ର ଅକ୍ଷର ଲେଖିବାର ଆବଶ୍ୟକତା ଭଳି ଅନେକ ସମସ୍ୟା ସୃଷ୍ଟି କରେ । ଏହି ବାଧାଗୁଡ଼ିକ ଅପ୍ରତିହତ ଭାବରେ ଯୋଗାଯୋଗ କରିବା କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ । ଇଣ୍ଡସ ଆପଷ୍ଟୋରର ଭଏସ ସର୍ଚ୍ଚ ଟେକ୍ନୋଲୋଜି ସହିତ ଉପଭୋକ୍ତାମାନଙ୍କୁ ଭଏସ ସର୍ଚ୍ଚ ବଟନରେ କେବଳ ଏକ ଟାପ କରିବାକୁ ପଡ଼ିଥାଏ । ଅଧିକନ୍ତୁ, ଆପ ଡେଭଲପରମାନଙ୍କ ପାଇଁ ଏହି ନୂତନ ଫିଚର ଏକ ସକରାତ୍ମକ ବିକାଶ ଅଟେ କାରଣ ଆପ ଇନଷ୍ଟଲକୁ ବଢ଼ାଇବା କ୍ଷେତ୍ରରେ ଏହା ସାହାଯ୍ୟକାରୀ ସାବ୍ୟସ୍ତ ହୋଇଛି ।

ଏହି ଫିଚରର ଶୁଭାରମ୍ଭ ସମ୍ପର୍କରେ ଇଣ୍ଡସ ଆପଷ୍ଟୋରର ସହ-ପ୍ରତିଷ୍ଠାତା ତଥା ସିପିଓ ଆକାଶ ଡୋଙ୍ଗ୍ରେ କହିଛନ୍ତି, “ନୂତନ ଭଏସ ସର୍ଚ୍ଚ ଫିଚର ହେଉଛି ସମସ୍ତେ ବ୍ୟବହାର କରିପାରିବା ଭଳି ଆପଷ୍ଟୋର ପ୍ରସ୍ତୁତ କରିବା ଦିଗରେ ଆମର ଏକ ପ୍ରୟାସ । ୮୨% ସ୍ମାର୍ଟଫୋନ ବ୍ୟବହାରକାରୀ ଭଏସ-ଆକ୍ଟିଭେଟେଡ଼ ଟେକ୍ନୋଲୋଜି ସହିତ ଜଡ଼ିତ ଥିବା ହେତୁ ଭାରତୀୟ ଭାଷାଗୁଡ଼ିକର ସୁସଂଯୋଜନ ଛଅରୁ ଷାଠିଏ ବର୍ଷ ବୟସର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ପରିଚାଳକ ହୋଇପାରିଛି । ଇଣ୍ଡସ ଆପଷ୍ଟୋରର ଉପଭୋକ୍ତା-କେନ୍ଦ୍ରିକ ଫିଚର ନିଜକୁ ଆଜି ପରିବର୍ତନଶୀଳ ଭଏସ ଟେକ୍ନୋଲୋଜିର ଶୀର୍ଷରେ ସଂସ୍ଥାପିତ କରିଛି ଯାହା ସମୟର ଆବଶ୍ୟକତା ଅଟେ ।”


Share It

Comments are closed.