ଭାରତର ସୁପର ଓମେନ ପାଓଲି ଏକ୍ସପ୍ରେସ ପିଟି ଉସା


ପିଟି ଉସା ଆଥେଲେଟିକ୍ସ କ୍ଷେତ୍ରରେ ଭାରତ ପାଇଁ ଗର୍ବ । ସେ ଭାରତୀୟ ଟ୍ରାକ ଏବଂ ଫିଲ୍ଡର ରାଣୀ ଏବଂ ପାଓଲି ଏକ୍ସପ୍ରେସ ଭାବେ ମଧ୍ୟ ପରିଚିତ । ଖୁବ କମ ବୟସରେ ଭାରତୀୟଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏକ ମହିୟସୀ ମହିଳା । ସମୟ ଅତିବାହିତ ହେବା ସହିତ ଲୋକଙ୍କ ମନରୁ ପିଟି ଉସା ନାମଟି ଲୋପ ପାଇବା ମଧ୍ୟ ଖୁବ କଷ୍ଟକର । ଉସା ଦୀର୍ଘ ୧୭ ବର୍ଷ ଧରି ଭାରତୀୟ ଟ୍ରାକରୁ ଦୂରେଇ ଯାଇଥିଲେ ମଧ୍ୟ ସେ ଭାରତୀୟ ଦୌଡାଳିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଆସିବେ । ପ୍ରତ୍ୟେକ ୮୦ ଏବଂ ୯୦ ଦଶକର ଲୋକମାନେ ଆଥେଲେଟିକ୍ସରେ ତାଙ୍କର ଅଦ୍ଭୁତପୂର୍ବ ଅବଦାନ ପାଇଁ ପରିଚିତ ହୋଇପାରିଥିଲେ ।
ପି ଟିର ଅର୍ଥ ସର୍ବଦା ଦୁଇଟି ଶବ୍ଦ ତଥା ପ୍ରଥମଟି ବିଦ୍ୟାଳୟରେ ଫିଜିକାଲ ଫିଟନେସ ଏବଂ ଅନ୍ୟଟି ପିଟି ଉସାଙ୍କୁ ବୁଝାଇଥାଏ । ସେ ୨୭ ଜୁନ ୧୯୬୪ରେ କରେଳର ଖେଜିଖୋଡର ପାଓଲି ସହରରେ ଜନ୍ମ ଗ୍ରହଣ କରିଥିଲେ । ପି ଟି ଉସାଙ୍କ ପୂରା ନାମ ପିୟାଭୁଲକଣ୍ଡି ଥେକାପରାମ୍ବିଲ ଉସା । ଉସା ଅଲମ୍ପିକ କ୍ଷେତ୍ରରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା । ସେ ମାତ୍ର ୧୬ ବର୍ଷ ବୟସରେ ୧୯୮୦ ମସ୍କୋ ଗେମ୍ସରେ ଅଂଶଗ୍ରହଣ କରିଥିଲେ । ସେଠାରେ ସେ ଏଲିମିନେଟ୍ ହୋଇଥିଲେ ମଧ୍ୟ ଲୋକମାନଙ୍କ ହୃଦୟ ଜିତିପାରିଥିଲେ । ସେହି ବର୍ଷ ୧୯୮୦ ପାକିସ୍ତାନ ଓପନ ନ୍ୟାସନାଲ ମିଟ୍, କରାଚିରେ ୪ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଉଷା ୧୯୮୨ ମସିହାରେ ୱାର୍ଲଡ ଜୁନିଅର ଇନଭିଟେସନ ତଥା ବର୍ତ୍ତମାନର ୱାର୍ଲଡ ଜୁନିଅର ଆଥେଲେଟିକ ଚମ୍ପିଅନସିପ ସେଓଲ ଠାରେ ୨୦୦ମି ରେସରେ ସ୍ୱର୍ଣ୍ଣ ପଦକ ଏବଂ ୧୦୦ ମି ରେସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଆଥେଲେଟିକ୍ସ ପ୍ରତି ନିଜର ଏହି ଅବଦାନ ପାଇଁ ତାଙ୍କୁ ୧୯୮୩ରେ ଅର୍ଜୁନ ପୁରସ୍କାର ଏବଂ ୧୯୮୫ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଭାରତୀୟ ତଥା ସମଗ୍ର ବିଶ୍ୱରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ୧୯୮୪ର ଲସ ଆଞ୍ଜେଲସର ଅଲମ୍ପିକ୍ସରେ ସୃଷ୍ଟି କରିପାରିଥିଲେ । ୪୦୦ମି ହର୍ଡଲ ଦୌଡରେ ସେ ୫୫.୪୨ ସେକେଣ୍ଡର ଏକ ଏସିଆନ ରେକର୍ଡ ସୃଷ୍ଟି କରିପାରିଥିଲେ । ଏହା ପରେ ନିଜର ସଫଳତାର ସିଢି ଗୋଟିଏ ପରେ ଗୋଟିଏ ଚଢି ଚାଲିଥିଲେ । ୧୯୯୮ ମସିହାରେ ଜାପାନରେ ୨ଟି ବ୍ରୋଞ୍ଜ ପାଇ ୨୦୦ମି ରେସରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ ଏବଂ ନିଜର ପୂର୍ବକୁ ରେକର୍ଡକୁ ମଧ୍ୟ ଭାଙ୍ଗି ପାରିଥିଲେ । ବର୍ତ୍ତମାନ ସେ ଗୋଟିଏ ଟ୍ରାକରେ ସ୍ୱର୍ଣ୍ଣ ପଦକ ପାଇଥିବା ପ୍ରଥମ ମହିଳା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଦ୍ୟାବିଧି ସେ ୧୦୧ ଆନ୍ତର୍ଜାତୀୟ ପଦକର ଅଧିକାରୀ ।
୨୦୦୦ରେ ପି ଟି ଉସା ନିଜର ଅବସର ପରେ ୨୦୦୨ ମସିହାରେ ଏକ ଉସା ସ୍କୁଲ ଅଫ ଆଥଲେଟିକ୍ସ ନାମକ ଏକ ଆଥଲେଟିକ ସ୍କୁଲ ଖୋଲିଛନ୍ତି । ସେହି ବିଦ୍ୟାଳୟରେ ପାଖାପାଖି ୧୮ଜଣ ଝିଅ ପିଟି ଉସାଙ୍କ ଦ୍ୱାରା ପ୍ରଶିକ୍ଷଣ ନେଉଛନ୍ତି ।


Share It

Comments are closed.