ବର୍ଷା ଦିିନେ କିପରି କରିବେ ମେକଅପ, ଆସନ୍ତୁ ଜାଣିବା କିଛି ଜରୁରୀ ଟିପ୍ସ


ବର୍ଷା ଦିନେ ବାହାରକୁ ଯିବା ସମୟରେ ବର୍ଷା ପାଣି ଦ୍ୱାରା ମେକଅପ ଖରାପ ହେବାର ଖୁବ ସମ୍ଭାବନା ଥାଏ । ଏହା ପରେ ମେକଅପ ସହିତ ବର୍ଷା ଜଳର ମିଶ୍ରଣରେ ଶରୀରରେ ବହୁ ପ୍ରକାରର ସଂକ୍ରମଣ ଏବଂ ର୍ୟାସେସ ହୋଇଥାଏ । ତେଣୁ ବର୍ଷା ଦିନେ ଯଥା ସମ୍ଭବ କମ ମେକ ଅପ କରିବା ଉଚିତ ଏବଂ ଯଦି ମେକଅପ କରିବାକୁ ଭଲ ପାଉଛନ୍ତି ତେବେ କିଛି ଜରୁରୀ ତଥ୍ୟକୁ ଧ୍ୟାନ ଦେବା ଆବଶ୍ୟକ ଯାହା ଦ୍ୱାରା ତ୍ୱଚାରେ କିଛି ଖରାପ ପ୍ରଭାବ ପଡିନଥାଏ ।
୧. ୱାଟର ପ୍ରୁଫ ମେକଅପ– ଆପଣ ବର୍ଷା ଦିନେ ଯଥା ସମ୍ଭବ କମ ମାତ୍ରାର ଫାଉଣ୍ଡେସନର ବ୍ୟବହାର କରନ୍ତୁ କିମ୍ବା ୱାଟର ପ୍ରୁଫ ଫାଉଣ୍ଡେସନ କିମ୍ବା ଫେସ ପାଉଡର ବ୍ୟବହାର କରିପାରିବେ । ଏହା ଦ୍ୱାରା ବର୍ଷା ଜଳ ପଡିଲେ ମଧ୍ୟ ଫେସ ପାଉଡର ଖରାପ ହୋଇନଥାଏ । ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ୱାଟର ପ୍ରୁଫ ମେକଅପ ପାଉଚର ଏବଂ ଫାଉଣ୍ଡେସନ ଉପଲବ୍ଧ । ଆପଣ ନିଜର ତ୍ୱଚାକୁ ସୁହାଇଲା ପରି ଫାଉଣ୍ଡେସନ କିଣନ୍ତୁ ।
୨. ବ୍ଲସ– ବ୍ଲସ ମଧ୍ୟରେ ବର୍ଷା ଦିନେ ପାଉଡର ବ୍ଲସ ବ୍ୟବହାର କରିବା ଖୁବ ଭଲ ଏହା ଆପଣଙ୍କୁ ଭଲ ଲୁକ ଦେବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ରହିବ । ବର୍ଷା ଦିନେ କୌଣସି ପାର୍ଟି କିମ୍ବା ବାହାରକୁ ଯିବା ସମୟରେ ଏକ ରବର ପ୍ୟାଡ ସାହାଯ୍ୟରେ ୧ ଘଣ୍ଟା ଆଗରୁ ବ୍ଲସକୁ ଥାପି ଦିଅନ୍ତୁ ।
୩. ଆଇ ସ୍ୟାଡୋ– ବର୍ଷା ଦିନେ ଗାଢ ରଙ୍ଗର ଆଇ ସ୍ୟାଡୋ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ଆର୍କଷଣୀୟ ଲୁକ ପ୍ରଦାନ କରିବ । ଏଥିପାଇଁ ଆପଣ ମାଟିଆ, ପିଙ୍କ , ହାଲକା ନାଲି ପରି କିଛି ରଙ୍ଗ ବ୍ୟବହାର କରିପାରିବେ । କ୍ରିମ ଆଇ ସ୍ୟାଡେ ବଦଳରେ ପାଉଡର ଆଇ ସ୍ୟାଡୋ ବ୍ୟବହାର କରନ୍ତୁ ଯାହା ବର୍ଷା ପାଣିରେ ଧୋଇବ ନାହିଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରହିବ ।
୪. ମସ୍କାରା ବର୍ଷା ଦିନେ ମସ୍କାରାର ବ୍ୟବହାରକୁ କମ କରନ୍ତୁ ଯଦି ଏହା ଅତ୍ୟନ୍ତ ଆବଶ୍ୟକ ନାହିଁ । ମସ୍କାରା ବର୍ଷା ଜଳ ସହିତ ମିଶି ଯଦି ଆଖି ଭିତରେ ପଶିଥାଏ ତେବେ ଏହା ଆଖି ସଂକ୍ରମଣ ମଧ୍ୟ କରିବାର ସମ୍ଭାବନା ରହିଛି ତେଣୁ ଯଥା ସମ୍ଭବ କମ ମସ୍କାରା ବ୍ୟବହାର କରିବା ଭଲ ।
୫. ଲିପଷ୍ଟିକ– ମ୍ୟାଟ ଲିପଷ୍ଟିକ ବର୍ଷା ଦିନ ପାଇଁ ଖୁବ ଭଲ । ଏହା ବର୍ଷାରେ ଅଧିକ ସମୟ ରହିବା ସହିତ ଆର୍କଷଣୀୟ ଲୁକ ପ୍ରଦାନ କରିଥାଏ । ଗାଢ ରଙ୍ଗ ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣ ଷ୍ଟାଇଲିସ ଦେଖାଯିବେ ଏବଂ ଆପଣଙ୍କ କମ୍ଲେକ୍ସ ଏହା ବର୍ଦ୍ଦିତ ମଧ୍ୟ କରିବ । ଗ୍ଲସି ଏବଂ ଲିକୁଇଡ ଲିପଷ୍ଟିକ ବର୍ଷା ଦିନେ ବ୍ୟବହାର ନକରିବା ଖୁବ ଭଲ ।
୬. ମଶ୍ଚରାଇଜର– ବର୍ଷା ଦିନେ ଜଳବାୟୁରେ ଆଦ୍ରତା ହେତୁ ମଶ୍ଚରାଇଜରର ବ୍ୟବହାର ଖୁବ ଉପଯୋଗୀ । ଏହା ଉଭୟ ମୁହଁ ଏବଂ ହାତ ଗୋଡରେ ଲଗାନ୍ତୁ ଯାହା ସ୍କିନ ଶୁଷ୍କ କରିବାରୁ ରକ୍ଷା କରିବ । ବାଜରରେ ଉପଲବ୍ଧ ହେଉଥିବା ବିଭିନ୍ନ ମଶ୍ଚରାଇଜର ବ୍ୟବହାର କରିପାରିବେ କିମ୍ବା ଆଲୋଭେରା ମଧ୍ୟ ଆପଣ ମଶ୍ଚରାଇଜର ରୂପେ ବ୍ୟବହାର କରିପାରିବେ ।
୭. ସନ ସ୍କ୍ରିନ – ବର୍ଷା ଦିନେ ଆପଣ ଯେ କୌଣସି ମେକ ଅପ କରିବା ପୂର୍ବରୁ ସନ ସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ । ବର୍ଷା ଦିନେ ସୂର୍ଯ୍ୟଙ୍କର ପ୍ରଭାବ କମ ରହିଲେ ମଧ୍ୟ ସୂର୍ଯ୍ୟ କରିଣର ମାତ୍ରା ଖୁବ ଅଧିକ ଥାଏ । ତେଣୁ ବର୍ଷା ଦିନେ ଅଧିକ ଏସପିଏଫ ଯୁକ୍ତ ସନ ସ୍କ୍ରିନ ବ୍ୟବହାର କରିବା ଖୁବ ଭଲ ।


Share It

Comments are closed.