ଓଡିଶାରେ ଏପ୍ରେଲ କିମ୍ବା ମଇ ପହିଲାରୁ ହୋଇପାରେ ସାଧାରଣ ନିର୍ବାଚନ


ଓଡିଶାରେ ଆଗାମୀ ବର୍ଷ ଏପ୍ରେଲ କିମ୍ବା ମଇ ସୁଧା ସାଧାରଣ ନିର୍ବାଚନ ହେବ ବୋଲି ଓଡିଶାର ମୁଖ୍ୟ ନିର୍ବାଚନିକ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଆଗୁଆ ନିର୍ବାଚନ ହେବ କି ନାହିଁ, ସେ ସଂପର୍କରେ ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି କୁମାର ଏହି ସୂଚନା ଦେଇଛନ୍ତି । ଗତ ଥର ଓଡିଶାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକକାଳୀନ ଭାବରେ ହୋଇଥିଲା ।
ଆଗାମୀ ନିର୍ବାଚନ ପାଇଁ ଏହାର ପ୍ରସ୍ୁତି ଜୋରସେ ଚାଲିଛି । ନିର୍ବାଚନ ଆୟୋଗ ଦ୍ୱାରା ପ୍ରସୁତ କାର୍ଯ୍ୟକ୍ରମ ମୁତାବକ ଦରକାର ହେଉଥିବା ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯିବ ବୋଲି କୁମାର ସୂଚନା ଦେଇଛନ୍ତି । କୁମାର ସାମ୍ବାଦିକ ମାନଙ୍କୁ ଏହା ବି କହିଛନ୍ତି ଯେ, ନିର୍ବାଚନ ଶୀଘ୍ର ହେବ କିମ୍ବା ନାହିଁ ଏହା ସଂପର୍କରେ ଆମେ କିଛି କହି ପାରିବୁ ନାହିଁ ।
କିନ୍ତୁ ବର୍ତ୍ତମାନ ଆମେ ଓଡିଶାରେ ୨୦୧୯ ମେ ଏବଂ ଏପ୍ରେଲ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ୁତି ଆରମ୍ଭ କରୁଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁରେନ୍ଦ୍ର କୁମାର କହିଥିଲେ ଯେ ଆସନ୍ତା ୨୦୧୯ ଜାନୁଆରୀ ୪ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।


Share It

Comments are closed.