ମାନବ ତଷ୍କରୀ ବିରୋଧରେ ଜାତୀୟ ସ୍ତରୀୟ ସଂଗଠନର ଶୁଭାରମ୍ଭ


ଭୁବନେଶ୍ୱର : ସମସ୍ତ ପ୍ରକାରର ମାନବ ଚାଲାଣ ବା ତଷ୍କରର ଉଦ୍ଦେଶ୍ୟ ସହ ମାନବ ଚାଲାଣର ଶିକାର ହୋଇଥିବା ୨୫୦୦ରୁ ଅଧିକ ପୀଡିତ ଇଣ୍ଡିଆନ ଲିଡରସିପ ଫୋରମ ଏଗେନଷ୍ଟ ଟ୍ରାଫିକିଂ (ଆଇଏଲଏଫଏଟି) ଗଠନ ପାଇଁ ଏକାଠି ହୋଇଛନ୍ତି । ଏ ସମସ୍ତ ପୀଡିତ ବିଭିନ୍ନ ପ୍ରକାରର ଚାଲାଣ ସହ ଲଢିଛନ୍ତି – ଦାଦନ ଶ୍ରମିକ, ଯୌନ ଚାଲାଣ, ଭିକ ମାଗିବା, ଶିଶୁ ବିବାହ, ଘରୋଇ ଚାକର, ଇଟା ଭାଟି ଏବଂ ଚୁଡି କାରଖାନାରେ କାମ କରିବା ଏବଂ ନିୟମରେ ପରିବର୍ତ୍ତନ, ଶିକ୍ଷା ଏବଂ ସଶକ୍ତିକରଣ ମାଧ୍ୟମରେ ଜାତୀୟ ସ୍ତରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ ଏମାନେ ସମ୍ମିଳୀତ ରଣନୀତି ବିକାଶ କରିବାକୁ ଏକତ୍ରିତ ହୋଇଛନ୍ତି ।
ଉତ୍ଥାନ (ପଶ୍ଚିମ ବଙ୍ଗ), ବନ୍ଧନ ମୁକ୍ତି (ପଶ୍ଚିମ ବଙ୍ଗ), ଭିମୁକ୍ତି (ପଶ୍ଚିମ ବଙ୍ଗ), ବିଜୋୟୀନି (ପଶ୍ଚିମ ବଙ୍ଗ), ଚାମ୍ପିଅନ୍ ଗ୍ରୁପ ଆଦି ବିଭିନ୍ନ ସମୁଦାୟରୁ ଆସିଥିବା ପୀଡିତମାନେ ମିଳିତ ଭାବେ ଆଇଜେଏମ୍ (ପଶ୍ଚିମ ବଙ୍ଗ), ଓଡିଶା ମାଇଗ୍ରାଣ୍ଟ ଲେବର ଆସୋସିଏସନ୍ (ଓଏମ ବିଏଲଏ)(ଓଡିଶା), ଜନ ଜାଗରଣ ମଜଦୁର ଅଧିକାର ମଞ୍ଚ (ଛତିଶଗଡ), ଆଜାଦ ଶକ୍ତି ଅଭିଯାନ (ଉତ୍ତର ପ୍ରଦେଶ), ଏରୋଡ୍ ଜିଲ୍ଲା ମହିଳା ସଂଘ (ତାମିଲ ନାଡୁ ), ବିଜେତା (ବିହାର) ଏବଂ ବିହାନ ସମୁହ (ଝାଡଖଣ୍ଡ) ତରଫରୁ ସହଯୋଗ ପାଇଛି-ଏସବୁର ଅଭିଯାନ ଗୋଟିଏ, ତାହା ହେଉଛି ମାନବ ଚାଲାଣ ବିରୋଧ କରିବା ଏବଂ ଯେଉଁମାନେ ଚାଲାଣର ଶୀକାର ପାଇଁ ନ୍ୟାୟ ପାଇବା ପଥ ସୁଧାର କରିବା ।
ଏହି ଅବସରରେ ଆଇଏଲଏଏଫଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, “ଆମେ ଆମର ଜୀବନକୁ ଆଉଥରେ ଗଡୁଛୁ ଏବଂ ଚାହୁଁଛୁ ନିଷ୍ପତି ନେବା ପ୍ରକ୍ରିୟାରେ ଆମକୁ ମଧ୍ୟ ପ୍ରମୁଖ ହାତିଧିକାରୀ ଭାବେ ବିଚାର କରାଯାଉ । ଦୀର୍ଘ ସମୟ ପାଇଁ, ଆମକୁ ପରାମର୍ଶ ନକରି କିମ୍ବା ଆମ ଜୀବନ ଅନୁଭୂତିକୁ ନବୁଝି ନିଷ୍ପତି କରାଯାଇଛି ।”


Share It

Comments are closed.