‘ଟି-ବ୍ରେକ’ସୁଦ୍ଧା ଇଂଲଣ୍ଡ ୧୪୦/୨


ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଟେଷ୍ଟ୍ ସିରିଜରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ତେବେ ଚା’ପାନ ବିରତି ସୁଦ୍ଧା ଇଂଲଣ୍ଡ ୨ ଓ୍ୱିକେଟ୍ ହରାଇ ୧୪୦ ରନ୍ କରିଛି ।

ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ଇଂଲଣ୍ଡ ପକ୍ଷରୁ କ୍ରିଜକୁ ଓହ୍ଲାଇଥିଲେ ରୋରି ଜୋସେଫ୍ ବର୍ଣ୍ଣସ୍ ଓ ଡମ୍ ସିବଲେ । ତେବେ ରୋରି ୩୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେ ଆର ଅଶ୍ୱିନଙ୍କ ଶିକାର ହୋଇଥିଲେ । ସେହିପରି ଡ୍ୟାନ୍ ଲରେନ୍ସ ବିନା କୌଣସି ସ୍କୋର କରି ଜସପ୍ରିତ ବୁମରାହଙ୍କ ଶିକାର ହୋଇ ଆଉଟ୍ ହୋଇଥିଲେ । କିନ୍ତୁ ସିବଲେ ଓ ରୁଟ୍ ସ୍ଥିତି ସମ୍ଭାଳିଥିଲେ । ଉଭୟ ସତର୍କତାର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ନେଇଥିଲେ । ଏବେ ରୁଟ୍ ୪୫ ରନ୍ ଓ ସିବଲେ ୫୩ ରନରେ ବ୍ୟାଟିଂ କରୁଛନ୍ତି ।
ସେହିପରି ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।


Share It

Comments are closed.