ଦେଶରେ ବେକାବୁ ହେଉଛି କରୋନା, ଗତକାଲି ତୁଳନାରେ ୨୫ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ


ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ଯାହା ପୁଣିଥରେ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୪ ହଜାର ୫୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଗତ କାଲି ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ସମୟରେ ୩୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି।

ସହିଭଳି ଗତ ୨୪ ଘଣ୍ଟାରେ ୧୧ ହଜାର ୫୭୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି।ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ରହିଛି ୯୯,୬୦୨। ଏହା ଗତକାଲି ତୁଳନାରେ ୨୯୦୨ ଅଧିକ ରହିଛି। ଏହାସହ ବର୍ତ୍ତମାନ ଯାଏ କରୋନାରେ ୫୨,୫୦,୭୭ ଲୋକଙ୍କର ମୃତ୍ୟୁ ହୋଇଛି।

ସୂଚନା ଥାଉକି, ଗତ କାଲି କରୋନା ସଂକ୍ରମଣ ସଂଖ୍ୟା ରହିଥିଲା ୧୧ ହଜାର ୭୯୩ ଏବଂ ୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ମାମଲା ବଡ଼ିବାରେ ଲାଗିଛି। ଏଠାରେ ଗତ ୨୪ ଘଣ୍ଟା ଭିତରେ ୮୭୪ ନୂଆ ମାମଲା ସାମ୍ନାକୁ ଆସିଛି।


Share It

Comments are closed.