ଜୁଲାଇ ୧ରୁ ବ୍ୟାନ୍ ହୋଇଯିବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍, ଡାଏରୀ ପ୍ରଡକ୍ଟ ତିଅରି କରୁଥିବା କମ୍ପାନୀଙ୍କୁ ଲାଗିବ ଝଟ୍‌କା


ଜୁଲାଇ ୧ରୁ ଦେଶରେ ବନ୍ଦ ହେବାକୁ ଯାଉଛି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍। ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ୟାକ୍‌ଡ ଜୁସ୍, ସପ୍ଟ ଡ୍ରିଙ୍କ୍‌ସ ଏବଂ ଡାଏରୀ ପ୍ରଡକ୍ଟ ତିଅରି କରୁଥିବା କମ୍ପାନୀଙ୍କୁ ଲାଗିବ ତଗଡ଼ା ଝଟ୍‌କା। ଏହି ନିୟମ ଲାଗୁ ହେବା ପରେ ବେଭରେଜ୍ କମ୍ପାନୀ ଗୁଡ଼ିକ ପ୍ଲାଷ୍ଟିକ୍ ଷ୍ଟ୍ର ମଧ୍ୟ ବିକ୍ରି କରିପାରିବେ ନାହିଁ। ଯାହାଫଳରେ କମ୍ପାନୀ ଗୁଡ଼ିକ ଖୁବ୍ କ୍ଷତି ସହିବେ। ତେଣୁ ଏହି ନିଷ୍ପତ୍ତି କିଛି ଦିନ ପାଇଁ ଟାଳି ଦେବାକୁ ଅମୁଲ, ମଦର ଡାଏରୀ ଏବଂ ଡାବର ଭଳି କମ୍ପାନୀ ସରକାରଙ୍କୁ ନିବେଦନ କରିଛନ୍ତି।

ପ୍ଲାଷ୍ଟିକ ସହ ଇଅର ବର୍ଡ, ବେଲୁନ୍ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ଷ୍ଟିକ୍, ପ୍ଲାଷ୍ଟିକର ପତାକା, କ୍ୟାଣ୍ଡି ହ୍ଟିକ୍, ଆଇସ୍‌କ୍ରିମ୍ ଷ୍ଟିକ୍, ସାଜସଜ୍ଜା ପାଇଁ ଥର୍ମୋକୋଲ୍ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ ଭଳି ବସ୍ତୁ ଉପରେ ପ୍ରତିବନ୍ଧକ ଲାଗିବ। ପରିବେଶରେ ହେଉଥିବା ପ୍ଲାଷ୍ଟିକ ଜନିତ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ କିଛି ଦିନ ପାଇଁ ଟାଳି ଦେବାକୁ ଦେଶର ସବୁଠୁ ବଡ଼ ଡାଏରୀ କମ୍ପାନୀ ଅମୁଲ ସରକାରଙ୍କୁ ପତ୍ର ଲେଖି ନିବେଦନ କରିଛି। ଅମୁଲ କହିଛି ଯେ, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ଵାରା ଦୁନିଆର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ ଦେଶର କୃଷକ ପ୍ରଭାବିତ ହେବେ।

ତେବେ ସରକାରଙ୍କ ଏହି ନିହ୍ପତ୍ତି ପରେ ପାର୍ଲେ ଗ୍ରୋ, ଡାବର, ମଦର ଡାଏରୀ ଭଳି ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ ଗୁଡ଼ିକ ପେପର ଷ୍ଟ୍ର ତିଆରି କରିବା ଆରମ୍ଭ କରିଦେଲେଣି। ଦେଖିବାକୁ ଗଲେ ପ୍ଲାଷ୍ଟିକ ହ୍ଟ୍ର ବଦଳରେ ପେପର ଷ୍ଟ୍ରର ଦାମ୍ ଅଧିକ ପଡ଼ିବ। ହେଲେ ଉତ୍ପାଦ ଗୁଡ଼ିକର ବିକ୍ରି ଜାରି ରଖିବା ପାଇଁ କମ୍ପାନୀ ଗୁଡ଼ିକ ପେପର ଷ୍ଟ୍ରର ସାହାରା ନେବାକୁ ବାଧ୍ୟ ହେବେ।

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଷ୍ଟ୍ର ଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ଫୋପାଡ଼ି ଦିଆଯାଉଛି। ଏହାକୁ ନଷ୍ଟ କରିବାକୁ ଜାଳି ଦିଆଯାଉଛି କିମ୍ବା ମାଟି ତଳେ ପୋତି ଦିଆଯାଉଛି। ଏହି କାରଣରୁ ପରିବେଶରେ ପ୍ରଦୂଷଣ ବଢୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।


Share It

Comments are closed.