ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏହି ଖେଳାଳୀଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ


ଭାରତ ଏବଂ ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆ ଗତ କାଲି ଖେଳାଯିବାକୁ ଅଛି । ପୂର୍ବରୁ ଭାରତ ଏହି ୫ଟି ଦିନିକିଆ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିନେଇଥିବାବେଳେ ଆଉ ୨ଟି ଦିନିକିଆ ବାକି ରହିଛି । ସେପଟେ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ସେ ଆଉ ୨ ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିପାରିବେ ନାହିଁ । ଯେଉଁଥିପାଇଁ ଦଳର ଅଧିନାୟକ ପଦ ଏବେ ରୋହିତ ଶର୍ମାଙ୍କ ହାତରେ ।
ତେବେ ରୋହିତଙ୍କ ଅଧିନାୟକତ୍ୱରେ କେଉଁ କେଉଁ ଖେଳାଳୀ ଆଗାମୀ ମ୍ୟାଚରେ ଦଳରେ ଖେଳିବାର ଅଧିକ ସମ୍ଭାବନା ରହିଛି ଆସନ୍ତୁ ଜାଣିବା ।
ଟିମ ଇଣ୍ଡିଆ ତରଫରୁ ରୋହିତ ଶର୍ମା ଏବଂ ଶିଖର ଧୱନ ଓପନର ଭୂମିକାରେ ନଜର ଆସିପାରନ୍ତି । ଉଭୟ ବ୍ୟାଟ୍ସମ୍ୟାନ ଗତ ତିନୋଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଆସୁଥିବାବେଳେ ଚତୁର୍ଥ ମ୍ୟାଚରେ ଉଭୟ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ଦଳ ବେଶ ଆଶାବାଦୀ ରହିଛି ।
ସେପଟେ ବିରାଟଙ୍କ ବଦଳରେ ଯୁବ ଖେଳାଳୀ ସୁଭମ ଗିଲଙ୍କୁ ସୁଯୋଗ ଦିଆଯାଇପାରେ । ଯଦି ଶୁଭମଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳେ ତେବେ ଏହା ତାଙ୍କ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ହେବ । ଶୁଭମଙ୍କ ସମେତ ମଡିଲ ଅର୍ଡର ଦିନେଶ କାର୍ତ୍ତିକ ଏବଂ ଅମ୍ବାତୀ ରାଇଡୁ ନଜର ଆସିପାରନ୍ତି ।
ସେହିଭଳି ଅଲରାଉଣ୍ଡରଙ୍କ ଭୂମିକାରେ ଦଳରେ ହାର୍ଦିକ ପାଣ୍ଡିଆ ଏବଂ କେଦାର ଯାଦବ ନଜର ଆସିପାରନ୍ତି । ବିବାଦରେ ଛନ୍ଦି ହୋଇଥିବା ହାର୍ଦିକ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଖୁବ ଭଲ ପ୍ରଦର୍ଶନ ଦେଖାଇଥିଲେ ।
ଭାରତୀୟ ଦଳ ବୋଲରଙ୍କ ଦୃଷ୍ଟି କୋଣରୁ ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ।


Share It

Comments are closed.