ବିଶ୍ୱ ପାଇଁ ଏକ ଟେକ୍ନୋଲୋଜି ଗିଅର ସପ୍ଲାୟର ଭାବେ ଚୀନ୍‌କୁ ହଟାଇପାରିବ ଭାରତ


ଭୁବନେଶ୍ୱର: ବିଶ୍ୱ ବଜାରରେ ଆନ୍ତର୍ଜାତୀୟ ପ୍ରତିଦ୍ୱନ୍ଦିତା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସରକାରୀ ପ୍ରୋତ୍ସାହନ ମିଳିପାରିଲେ, ଭାରତ, ଚୀନ୍‌କୁ ହଟାଇ ଏକ ଅଗ୍ରଣୀ ଲୋ-କଷ୍ଟ, ହାଇ ଟେକ୍ନୋଲୋଜି ଟେଲିକମ୍ ଓ ଟେକ୍ନୋଲୋଜି ଉପକରଣ ଯୋଗାଣକାରୀ ହୋଇପାରିବ । ଭାରତକୁ ଚୀନ୍‌ର ଦୃଢ ପ୍ରତିଦ୍ୱନ୍ଦୀ କରିବା ପାଇଁ ସରକାରଙ୍କୁ ଏହି ଶିଳ୍ପକୁ ମାନ୍ଦାବସ୍ଥାରୁ ବାହାର କରିବାରେ ସହଯୋଗ କରି ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଥିବା ନେଇ ଫରେନ୍ କରେସ୍‌ପଣ୍ଡେଂଟ୍ କ୍ଲବ୍ ସାଉଥ୍ ଏସିଆ (ଏଫ୍‌ସିସି) ପକ୍ଷରୁ ଆୟୋଜିତ ୱେବିନାର୍‌ର ଏକ ସିରିଜ୍‌ରେ ଏକ ପ୍ୟାନେଲ୍‌ର ପ୍ରମୁଖ ପ୍ରତିଫଳନ ଥିଲା । ଏଫ୍‌ସିସି ପକ୍ଷରୁ ୩ ଜଣ ପ୍ରମୁଖ ବିଜ୍‌ନେସ୍ ଲିଡର: ଟେକ୍ ମହିନ୍ଦ୍ରାର ଏମ୍‌ଡି ଓ ସିଇଓ ସିପି ଗୁର୍‌ନାନି, ସେଲ୍ୟୁଲାର ଅପରେଟର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ (ସିଓଏଆଇ)ର ଡିଜି ରଞ୍ଜନ ମାଥ୍ୟୁସ୍ ଓ ସିଏସ୍‌ସି ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍‌ର ସିଇଓ ବରିଷ୍ଠ ସରକାରୀ ଅଧିକାରୀ ଡଃ ଦିନେଶ ତ୍ୟାଗିଙ୍କ ସହିତ ଆତ୍ମନିର୍ଭରଶୀଳତା ପ୍ରତି ଭାରତର ଅଭିଯାନ ଉପରେ ଏକ ସ୍ୱତନ୍ତ୍ର ୱେବିନାର୍‌ର ଆୟୋଜନ କରିଥିଲା । ଏହି ୱେବିନାର୍‌ରେ ସେମାନେ ମଧ୍ୟ ଅନୁଭବ କରିଥିଲେ ଯେ, ୫ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ଏକ ଆତ୍ମନିର୍ଭର ଭାରତ ଆଡକୁ ଲମ୍ଫ ଦେବା ପାଇଁ ହେଲେ ଭାରତକୁ ନୀତିଗତ ପଦକ୍ଷେପ, ସରକାରୀ-ବେସରକାରୀ ସହଭାଗିତା ଓ ଶେଷ ମାଇଲ୍ ପର୍ଯ୍ୟନ୍ତ ଏକ ସକ୍ଷମ ଉଦ୍ୟୋଗୀ ଇକୋସିଷ୍ଟମର ଆବଶ୍ୟକତା ରହିଛି ।
ଏହି ୱେବିନାର୍‌ରେ ସିପି ଗୁର୍‌ନାନି କହିଛନ୍ତିଯେ, “ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ଆନ୍ତର୍ଜାତୀୟ ବାଣିଜ୍ୟରୁ ବିମୁଖ ହେବା; ବରଂ ଆମେ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ନେତୃତ୍ୱ ନେଇ ଆନ୍ତର୍ଜାତୀୟ ବାଣିଜ୍ୟର ସକ୍ଷମକାରୀ ହେବାକୁ ଚାହୁଁଛୁ । ଭାରତ ନୂତନତ୍ୱକୁ ଗ୍ରହଣ କରିପାରିବ ଓ ପରିବର୍ତନ କରିପାରିବ କିନ୍ତୁ ଆତ୍ମନିର୍ଭର ଭାରତକୁ ଏକ ବାସ୍ତବତାରେ ପରିଣତ କରିବା ପାଇଁ ଆମକୁ ସରକାରଙ୍କ ନେତୃତ୍ୱ ଆବଶ୍ୟକ । ସେହିପରି ରଞ୍ଜନ ମାଥ୍ୟୁସ୍‌ଙ୍କ ମତରେ, ଦେଶ ମଧ୍ୟରେ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ବିପୁଳ ପରିମାଣର ସୁଯୋଗ ରହିଛି । ଆମେ ଆର୍‌ଆଣ୍ଡଡି କ୍ଷେତ୍ରରେ ଅଧିକ ନିବେଶ କରୁନାହୁଁ; ତେଣୁ ଆଇପିଆର୍ ଗେମ୍‌ରେ ଆମେ ପଛରେ ରହିଯାଇଛୁ । ଯଦି ଆମେ ଆତ୍ମନିର୍ଭର ଭାରତକୁ ଏକ ବାସ୍ତବତାରେ ପରିଣତ କରିବାକୁ ଚାହୁଁଛୁ ତେବେ ଆମକୁ ଆରଆଣ୍ଡଡିକୁ ଉତ୍ସାହିତ କରିବାକୁ ହେବ । ଆମକୁ ଉନ୍ମୁକ୍ତ ଉତ୍ସଗୁଡିକୁ ଏକ ଗମ୍ଭୀର ବ୍ୟବସାୟ ସୁଯୋଗ ଭାବେ ବିଚାର କରିବାକୁ ହେବ ଏବଂ ବାଣିଜ୍ୟିକ ବୁଝାମଣାରେ ଅଧିକ ଚତୁର ହେବାକୁ ହେବ । ଏସମ୍ପର୍କରେ ଡଃ ଦିନେଶ ତ୍ୟାଗି କହିଛନ୍ତି, କୋଭିଡ୍‌-୧୯ ସମୟରେ ଦେଶର ବିଭିନ୍ନ ଭାଗରେ ଥିବା ଆମର ଗ୍ରାମାଂଚଳ ସ୍ତରର ଉଦ୍ୟୋଗ (ଭିଏଲ୍‌ଇ)ଗୁଡିକ ଚମତ୍କାର କାମ କରିଥିଲେ । ଆମର ଭିଏଲ୍‌ଇଗୁଡିକୁ ଡିବିଟି: ଡିଜିଟାଲ ଡକ୍ଟର, ଡିଜିଟାଲ ବ୍ୟାଙ୍କର ଓ ଡିଜିଟାଲ ଟିଚର ଭାବେ କାମ କରୁଛନ୍ତି । ୧ ଲକ୍ଷ ଭିଏଲ୍‌ଇ ଦ୍ୱାରା ସିଏସ୍‌ସି ଇ-ଗ୍ରାମୀଣ ଷ୍ଟୋରଗୁଡିକ ପରିଚାଳିତ ହେଉଛି । ଆମେ ସ୍ଥାନୀୟ ଭାବେ ଉପକରଣ କିଣୁ ଓ ସ୍ଥାନୀୟ ସମୁଦାୟ କିସାନମାର୍ଟକୁ ଏହାକୁ ଯୋଗାଣ କରୁ । ଯାହାଫଳରେ ଜଣେ ଚାଷୀ ସିଧାସଳଖ ନିଜ ଉତ୍ପାଦ ଗ୍ରାହକଙ୍କୁ ବିକିପାରନ୍ତି । ସିଏସ୍‌ସିର ବିଭିନ୍ନ ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରାଯାଉଛି । ଟେକ୍ନୋଲୋଜିର ସହଯୋଗରେ ଆମେ ଆତ୍ମନିର୍ଭର ଭାରତ ନିର୍ମାଣ କରୁଛୁ । ସମଗ୍ର ବିଶ୍ୱ ଏକ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଭାରତ ଏକ ଆତ୍ମନିର୍ଭର ଅର୍ଥନୀତିର ନୂତନ ପଥକୁ ବାଛିଛି, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ରୋତ୍ସାହନ ପ୍ୟାକେଜ୍ ‘ଆତ୍ମନିର୍ଭର ଭାରତ’ର ଘୋଷଣା କରିଛନ୍ତି ଯାହାକି ଦେଶର ଅର୍ଥନୀତିର ୧୦% ।


Share It

Comments are closed.