ଦାନ୍ତ ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଏହିସବୁ ଦିଗ ପ୍ରତି ରୁହନ୍ତୁ ଯତ୍ନବାନ
ଯେତେବେଳେ ଆମେ ଆମର ସାମଗ୍ରିକ ସୁସ୍ଥତା ବିଷୟରେ କହୁ, ଆମେ ସାଧାରଣତଃ ମୁଖ ସ୍ୱାସ୍ଥ୍ୟ ବିଷୟରେ ଭୁଲିୟାଉ। ସୁସ୍ଥ ଦାନ୍ତ ଏବଂ ଉତ୍ତମ ମୁଖ ପରିଚ୍ଛନ୍ନତା କେବଳ ଆମକୁ ହସିବା ପାଇଁ ଆତ୍ମବିଶ୍ୱାସ ଦେଇନଥାଏ ବରଂ ଦାନ୍ତ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯେତେବେଳେ ଆମର ସାମଗ୍ରିକ ମୁଖ ପରିଚ୍ଛନ୍ନତା ଭଲ ଥାଏ, ଏହା ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ସମସ୍ତେ ଭଲ ଦାନ୍ତ ଓ ମାଢ଼ିର ରକ୍ଷଣାବେକ୍ଷଣର ଗୁରୁତ୍ୱ ବିଷୟରେ ଜାଣିବା ଉଚିତ୍। ପ୍ରତିଦିନ ଦାନ୍ତ ଘଷିବା ଓ ଫ୍ଲସ୍ କରିବା, ନିୟମିତ ଦାନ୍ତ ଡାକ୍ତରଙ୍କ ପାଖକୁ ଯିବା, ଚିନି ଯୁକ୍ତ ଜିନିଷ ଓ କାର୍ବୋନେଟେଡ୍ ଡ୍ରିଙ୍କସ୍ ସେବନରୁ ଦୂରେଇ ରହି ଦାନ୍ତର ମୂଲ୍ୟବାନ ଯତ୍ନ ନେଇପାରିବା । ଧୂମପାନ, ମଦ୍ୟପାନ, ତମାଖୁ ଚୋବାଇବା, ଅଧିକ ଚିନି ସେବନ କରିବା ଦ୍ୱାରା ଦାନ୍ତ କ୍ଷତି ହେବା ସହ ଦାନ୍ତ ଖରାପ ହୋଇଥାଏ। କ୍ୟାଲସିୟମ ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତ ମଜଭୁତ ହୋଇଥାଏ। ପନିପରିବା, ଫଳ, ଭଳି ଖାଦ୍ୟ ଆପଣଙ୍କ ମୁଖଗହ୍ବରର ଉନ୍ନତିରେ ସହାୟକ ହୋଇଥାଏ।
ଦାନ୍ତକୁ ସୁସ୍ଥ ରଖିବା ପାଇଁ କିଛି ଟିପ୍ସ ଓ ଟ୍ରିକ୍ସ ବିଷୟରେ ଜାଣନ୍ତୁ
ନିୟମିତ ଦାନ୍ତ ଘଷିବା –
ସୁସ୍ଥ ଓ ବ୍ୟାକ୍ଟେରିଆ ମୁକ୍ତ ଦାନ୍ତ ପାଇଁ ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇଥର ଦାନ୍ତ ଘଷିବା ଆବଶ୍ୟକ। କୋମଳ ବ୍ରସ ବ୍ୟବହାର କରନ୍ତୁ, ଯାହାଦ୍ୱାରା ଆପଣଙ୍କ ମାଢି ଖରାପ ହେବ ନାହିଁ। ଦାନ୍ତର ଏନାମେଲକୁ ସୁରକ୍ଷିତ ରଖିବା ପାଇଁ ଭରପୂର ପ୍ରାକୃତିକ ମିନେରାଲ୍ସ ଥିବା ଫ୍ଲୋରାଇଡ ଟୁଥପେଷ୍ଟ ବ୍ୟବହାର କରନ୍ତୁ।
ନିଜର ଦାନ୍ତ ସୁରକ୍ଷିତ ରଖନ୍ତୁ-
ଦାନ୍ତରେ ଥିବା ଖାଦ୍ୟ ପ୍ୟାକେଜ, ବୋତଲ କିମ୍ବା ସୋଡା କ୍ୟାନକୁ ଖୋଲନ୍ତୁ ନାହିଁ; ଏହା ଦାନ୍ତରେ ଫାଟ ସୃଷ୍ଟି କରିପାରେ। ଯଦି ଆପଣ ଜଣେ କ୍ରୀଡ଼ା ଖେଳାଳି ତେବେ ଭବିଷ୍ୟତର ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ମାଉଥଗାର୍ଡ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ଅସ୍ୱାସ୍ଥ୍ୟକର ସ୍ନାକ୍ସ, କାର୍ବୋନେଟେଡ୍ ଡ୍ରିଙ୍କସ୍, ଚିନି ଯୁକ୍ତ ଜିନିଷର ଅନାବଶ୍ୟକ ସେବନଠାରୁ ଦୂରେଇ ରୁହନ୍ତୁ।
ତରଳ ପାନୀୟ ସେବନ କରନ୍ତୁ –
ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି, ଏହା ପାଟିରେ ଥିବା ବ୍ୟାକ୍ଟେରିଆକୁ ପାକସ୍ଥଳୀକୁ ବାହାର କରିଦେଇଥାଏ, ଏବଂ ସେହି ବ୍ୟାକ୍ଟେରିଆ ଆପଣଙ୍କ ପାଚନ ତନ୍ତ୍ରର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ। ଏହା ମୁହଁର ଶୁଷ୍କତା, କଫ ଏବଂ ଦୁର୍ଗନ୍ଧରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
ଛୁଆ ଙ୍କୁ ଭଲ ଅଭ୍ୟାସ ଶିଖାନ୍ତୁ-
ପିଲାଙ୍କ ଜୀବନରେ ଅତି କମ ବୟସରୁ ମୁଖ ପରିଚ୍ଛନ୍ନତା ଅଭ୍ୟାସକୁ ସାମିଲ କରିବା ଉଚିତ। ଏହି ଅଭ୍ୟାସଗୁଡ଼ିକ ସେମାନଙ୍କୁ ବ୍ରଶ୍ ଏବଂ ଫ୍ଲସ୍ କରିବାର ସଠିକ୍ ପଦ୍ଧତି ଶିକ୍ଷା ଦେବା ଆବଶକ୍ୟ । ପ୍ରାରମ୍ଭିକ ସ୍ତରରୁ ଅଭ୍ୟାସ ସେମାନଙ୍କ ମାଢ଼ି ଏବଂ ଦାନ୍ତର ଯତ୍ନ ନେବାର ଅଭ୍ୟାସ ତିଆରି କରେ।
ଦନ୍ତ ଚିକିତ୍ସକଙ୍କୁ ଭେଟନ୍ତୁ-
୬ ମାସରେ ଅତିକମ ରେ ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ନିଜର ମୁଖଗହ୍ୱର ପରୀକ୍ଷା କରାଇବା ସହ ଦାନ୍ତକୁ ଠିକ୍ ଭାବେ ସଫା କରାଇବା ଉଚିତ। ନିୟମିତ ପରିଦର୍ଶନ କରି ଆମେ କୌଣସି ବି ଦନ୍ତ ସମସ୍ୟା ବିଷୟରେ ସେମାନଙ୍କର ପ୍ରାରମ୍ଭିକ ଅବସ୍ଥାରେ ଜାଣିପାରିବା ଏବଂ ଠିକ୍ ସମୟରେ ଉପୟୁକ୍ତ ଚିକିତ୍ସା ପ୍ରଦାନ କରିପାରିବା।
Comments are closed.