ଜାଣନ୍ତୁ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାର କିଛି ସହଜ ଉପାୟ


ମହିଳାଙ୍କ କେଶ ସେମାନଙ୍କ ସୋନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । କିନ୍ତୁ କେଶର ବୃଦ୍ଧି କରିବା ପାଇଁ କିଛି ଉପାୟ ମଧ୍ୟ ରହିଛି । ସେଗୁଡିକ ଆପଣାଇବା ଦ୍ୱାରା ଆପଣଙ୍କ କେଶ ବୃଦ୍ଧି ହେବା ସହିତ କେଶର ଟେକଶ୍ଚର ଏବଂ ଭଲ୍ୟୁମରେ ପରିବର୍ତ୍ତନ ଦେଖାଯିବ । ଆସନ୍ତୁ ଜାଣିବା କେଶର ବୃଦ୍ଧି ପାଇଁ କିପରି ନେବେ କେଶର ଯତ୍ନ ।
୧. ଆପଣଙ୍କ ଡ୍ରାଏ ସ୍କାଲ୍ପକୁ ମସାଜ କରନ୍ତୁ – କେଶ ବୃଦ୍ଧି କରିବା ପାଇଁ ଡ୍ରାଏ ସ୍କାଲ୍ପକୁ ମସାଜ କରିବା ସବୁଠାରୁ ଭଲ ଉପାୟ । ଏହା ଆପଣଙ୍କ ମଥାରେ ରକ୍ତ ସଂଚାଳନ ବୃଦ୍ଧି କରିବା ସହିତ ଉପଯୁକ୍ତ ନ୍ୟୁଟ୍ରିଏଣ୍ଟକୁ କେଶ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ତେଣୁ କେଶକୁ ସପ୍ତାହକୁ ଦୁଇଥର ତେଲରେ ମସାଜ କରିବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ । ଆପଣ ଓଦା କେଶରେ ମଧ୍ୟ ସ୍କାଲ୍ପକୁ ମସାଜ କରିପାରିବେ ।
୨. ଟ୍ରିମ କରାନ୍ତୁ – ସମୟ ସମୟରେ କେଶରେ ଫଟା କେଶ ରହିବା ହେତୁ କେଶ ବୃଦ୍ଧି ହୋଇନଥାଏ । ଏବଂ କେଶ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥାଏ । ତେଣୁ ପ୍ରତି ଦୁଇ ତିନି ମାସରେ ଥରେ ଟ୍ରିମ କରାନ୍ତୁ ।
୩. ସଠିକ ସପ୍ଲିମେଣ୍ଟ ନିଅନ୍ତୁ –କେଶ ବୃଦ୍ଧି କରିବା ପାଇଁଁ ଭିଟାମିନ ବି ଏବଂ ଇ ଉପକାରୀ । ତେଣୁ ଆପଣ ଭିଟାମିନ ବି ଏବଂ ଇ ଯୁକ୍ତ ଖାଦ୍ୟ ଖାଇପାରିବେ । ଆପଣ ବଜାରରେ ମିଳୁଥିବା ଭିଟାମିନ ବି ଏବଂ ଇ କ୍ୟାପସୁଲକୁ ସ୍କାଲ୍ପରେ ମସାଜ କରିପାରିବେ । ଏହା କେଶକୁ ଶକ୍ତିଶାଳୀ କରିବା ସହିତ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ ।
୪. ସଠିକ ସାମ୍ପ୍ୟୁ ଏବଂ କଣ୍ଡିସନର ବ୍ୟବହାର କରନ୍ତୁ – ସଠିକ ସାମ୍ପ୍ୟୁ ଏବଂ କଣ୍ଡିସନର ମଧ୍ୟ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସାମ୍ପ୍ୟୁ କେଶକୁ ସଫା ରଖିବା ସହିତ କଣ୍ଡିସନର କେଶକୁ ଚମକ ଏବଂ କେଶରେ ନ୍ୟୁଟ୍ରିଏଣ୍ଟ ବୃଦ୍ଧି କରିଥାଏ । ତେଣୁ ଆପଣ କେଶ ଧୋଇବା ପରେ କେଶରେ କଣ୍ଡିସନରର ବ୍ୟବହାରକୁ ନିଶ୍ଚିନ୍ତ କରନ୍ତୁ ।
୫. ଥଣ୍ଡା ପାଣିରେ ଧୁଅନ୍ତୁ – ପ୍ରାୟ ସମସ୍ତେ କେଶକୁ ଥଣ୍ଡା ପାଣିରେ ଧୋଇଥାନ୍ତି । କିନ୍ତୁ କିଛି ମହିଳା କେଶକୁ ହାଲକା ଉଷୁମ ପାଣିରେ ଧୁଅନ୍ତି । କିନ୍ତୁ ଏହା ଦ୍ୱାରା କେଶ ଖରାପ ହେବା ସହିତ କେଶର ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ସାମ୍ପ୍ୟୁ ଏବଂ କଣ୍ଡିସନର ଲଗାଇବା ପରେ କିଛି ସମୟ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା କେଶରେ ଆବଶ୍ୟକୀୟ ମଏଶ୍ଚର ରହିବା ସହିତ ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.