ଶୀଘ୍ର ବଦଳାଇ ଦିଅନ୍ତୁ ନିଜର ଏସବିଆଇ ଏଟିଏମ କାର୍ଡ


ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ରେ ଆକାଉଣ୍ଟ ଅଛି କି ? ଏବଂ ଉକ୍ତ ଆକାଉଣ୍ଟର ଏଟିଏମ କାର୍ଡ ଅଛି କି । ତେବେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଆଜ୍ଞା ହିଁ , ଏହା ଆମେ କହୁ ନାହୁଁ ବରଂ ଔପଚାରିକ ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏସବିଆଇ ଏଟିମ କାର୍ଡ ବଦଳାଇବାର ଶେଷ ତାରିଖ ୩୧.୧୨.୨୦୧୮ ରହିଛି । ଏସବିଆଇ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ଜରୀଆରେ ଆପଣ ଯଦି ଉକ୍ତ ତାରିଖ ସୁଦ୍ଧା ନିଜର ଏଟିଏମ କାର୍ଡ ନବଦଳାନ୍ତି, ତେବେ କାର୍ଡଟିକୁ ସମ୍ପୂର୍ଣ୍ଣ ବ୍ଲକ କରାଇଦିଆଯିବ ବୋଲି କୁହାଯାଇଛି ।
ଯେଉଁ ଗ୍ରାହକମାନଙ୍କ ପାଖରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମ କାର୍ଡକୁ ନିକଟସ୍ଥ ବ୍ୟାଙ୍କରେ ଆସି ବଦଳାଇ ଦିଅନ୍ତୁ ବୋଲି ଏସବିଆଇର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।

ଗ୍ରାହକମାନେଙ୍କୁ ଏସବିଆ କାର୍ଡ କନଭର୍ସନ ପ୍ରୋସେସନରେ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ ବରଂ ଏହା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ନିକଟରେ ଏସବିଆଇ ସହିତ ୬ଟି ଅନ୍ୟ ବ୍ୟାଙ୍କର ମିଶ୍ରଣ ହୋଇଛି, ଯାହା ଫଳରେ ଏସବିଆଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବାର ଜଣା ପଡିଛି । ଏହି ନୂତନ କାର୍ଡ ଅଧିକ ସୁରକ୍ଷିତ ହେବା ଆକାଉଣ୍ଟଧାରୀଙ୍କ ସମସ୍ତ ତଥ୍ୟ ରହିବ ବୋଲି ଏସବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।


Share It

Comments are closed.