ଭାରତ ହରାଇଲା ନିଜର ଭାରତ ରତ୍ନ


ଚିରଦିନ ପାଇଁ ସୁନିଦ୍ରା ଶୋଇଯାଇଛନ୍ତି ଭାରତର ଯୋଗ୍ୟ ସନ୍ତାନ ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ୰ ଶ୍ରୀ ଅଟଳ ବିହାରୀ ବାଜପେୟୀ । ବାଜପେୟୀ ଦୀର୍ଘ ଦିନ ହେବ କିଡନୀ ଜନିତ ସମସ୍ୟାରେ ପୀଡିତ ଥିବା ବେଳେ ଗତ ୧୬ ତାରିଖ ସନ୍ଧ୍ୟା ୫.୦୫ ସମୟରେ ତାଙ୍କର ଦେହାନ୍ତ ହୋଇଛି । ଏହି ଖବର ଆସିବ ପରେ ସମଗ୍ର ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା । ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଜକେଇ ଆସୁଥିଲା ଲୁହ । ସମସ୍ତଙ୍କ ମୁହିଁ ଗୋଟିଏ କଥା ଥିଲା ଅଟଳ ବିହାରୀ ଅମର ରୁହେ ।
ବାଜପେୟୀ ଅଫେରା ବାଟକୁ ଚାଲିଯାଇଥିବାର ସମସ୍ତେ ଜାଣିଲେ ମଧ୍ୟ ଶ୍ରଦ୍ଧାଳୁ ତାଙ୍କର ଫେରିଆସିବାର ବାଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାହିଁରହିଛନ୍ତି । କାଳେ କୌଣସି ଚତ୍ମକାର ହେବ ଏବଂ ଆମର ପ୍ରିୟ ଜନନାୟକ ଆମ ପାଖକୁ ପୁଣିଥରେ ଫେରି ଆସିବେ ।
ତେବେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କର ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ଆଜି ସକାଳ ୯ଟା ବେଳେ ତାଙ୍କ ଶରୀରକୁ ଦିଲ୍ଲୀରେ ବିଜେପି କାର୍ଯ୍ୟଳାୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଦଳୀୟକର୍ମୀଙ୍କ ସମେତ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଜି ଦିନ ପ୍ରାୟ ଦିନ ସାଢେ ଗୋଟାଏ ବେଳେ ତାଙ୍କର ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରିୟ ସ୍ମୃତିସ୍ଥଳରେ ଅପରାହ୍ମ ୪ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପୂର୍ବତ୍ତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଞ୍ଚିଥିଲେ । ସେ ୬ ଦଶକ ଧରି ଭାରତୀୟ ରାଜନୀତି, ଭାରତୀୟ ସଂସ୍କୃତି, ଭାରତୀୟ ଚେତାନାକୁ ପ୍ରଭାବିତ କରି ଆସୁଥିଲେ ।

ଅଟଳ ବିହାରୀ ବାଜପେୟୀ ଏକ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ ଏବଂ ସେ ସର୍ବଦା ଦେଶବାସୀଙ୍କ ହୃଦୟରେ ଅମର ରହିବେ ବୋଲି ରାଷ୍ଟ୍ରପତି ଶୋକବ୍ୟକ୍ତ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ଆମ ଦେଶର ବାପାଙ୍କୁ ହରାଇଛୁ ।
ବାଜପେୟୀ ଏକାଧାରରେ ଜଣେ ରାଷ୍ଟ୍ରବାଦୀ ନେତା ଥିବା ସହ ସ୍ୱାଧୀନତା ସଂଗ୍ରାମୀ ହେବା ସହ ଅଣ-କଂଗ୍ରେସ ନେତା ଭାବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କର ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ରେ ହୋଇଥିଲା । ଲକ୍ଷେ୍ନ÷÷ାରେ ସେ ୧୯୯୧, ୧୯୯୬, ୧୯୯୮ ,୧୯୯୯ ଏବଂ ୨୦୦୪ ମସିହାରେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଚାରି ଦଶନ୍ଦି ଧରି ଭାରତୀୟ ସଂସଦର ସଦସ୍ୟ ଥିଲେ । ବାଜପେୟୀ ୧୦ ଥର ଲୋକସଭା ଏବଂ ୨ ଦୁଇ ଥର ରାଜ୍ୟସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।


Share It

Comments are closed.