ପନିପରିବାକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ


ଅନେକ ଲୋକ ଏକ ସପ୍ତାହ ପାଇଁ ପନିପରିବା ଆଣିବାକୁ ପସନ୍ଦ କରିଥାନ୍ତି । ଯାହାଫଳରେ ବାରମ୍ବାର ବଜାରକୁ ଯିବାକୁ ପଡିବ ନାହିଁ । କିନ୍ତୁ ପ୍ରାୟତଃ ଫ୍ରିଜରେ ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ କମ୍ ସ୍ଥାନ ଥାଏ । ଏମିତିରେ ପ୍ରାୟ ସଭିଙ୍କ ଘରେ ଫ୍ରିଜ ମଧ୍ୟ ନଥାଏ । ଏହା ବ୍ୟତୀତ ଗ୍ରୀଷ୍ମ ଋତୁରେ ଲାଇଟ୍ ଯିବାର ସମସ୍ୟା ମଧ୍ୟ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ ପନିପରିବା ଏବଂ କ୍ଷୀର ନଷ୍ଟ ହେବାର ଭୟ ରହିଥାଏ । କିନ୍ତୁ କିଛି ଟିପ୍ସ ଅନୁସରଣ କରି, ଆପଣ ଏହି ଖାଦ୍ୟ ସାମଗ୍ରୀକୁ ବିନା ଫ୍ରିଜରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିପାରିବେ । କିନ୍ତୁ ମନେରଖନ୍ତୁ ଗରମ ଓ ସତେଜ ଖାଦ୍ୟ ହିଁ ସବୁବେଳେ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ତେଣୁ ସବୁବେଳେ ତଟକା ଆହାର ନେବା ପାଇଁ ଚେଷ୍ଟା କରନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଟିପ୍ସ ବିଷୟରେ..

ଫଳ:

ଫଳଗୁଡ଼ିକୁ ସତେଜ ରଖିବା ପାଇଁ ଉଷୁମ ପାଣିରେ ଧୋଇ ସଫା କରନ୍ତୁ । ତା’ପରେ ଏହାକୁ କୋଠରୀ ତାପମାତ୍ରାରେ ରଖନ୍ତୁ । ଏହା ସେଗୁଡିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ଏବଂ ଖାଇବା ଉପଯୋଗୀ ରଖିବ ।

ପନିପରିବା:

ଯଦି ଆପଣ ଏକାଥରକେ ଅନେକ ପନିପରିବା ଆଣନ୍ତି, ତେବେ ଆପଣ ଏହାକୁ ବନା ଫ୍ରିଜରେ ସହଜରେ ସୁରକ୍ଷିତ ରଖିପାରିବେ । ଏଥିପାଇଁ ସେଗୁଡିକୁ କାଟି ଖରାରେ ଶୁଖାନ୍ତୁ । ପନିପରିବାରେ ଥିବା ଜୀବାଣୁ ସୂର୍ଯ୍ୟକିରଣ ଦ୍ୱାରା ସଫା ହୋଇଯିବ । ଏହାର ସ୍ୱାଦ ମଧ୍ୟ ବୃଦ୍ଧି ପାଇବ ।

ଧନିଆ:

ସୂର୍ଯ୍ୟକିରଣ କିମ୍ବା ବାହାରେ ପଡିରହିବା କାରଣରୁ ଧନିଆ ଶୀଘ୍ର ଝାଉଁଳି ଯାଇଥାଏ । ତେଣୁ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଧନିଆ ପତ୍ରକୁ ଏକ ଗ୍ଲାସ ପାଣିରେ ଭାଙ୍ଗି ରଖନ୍ତୁ । ଏହା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଜା ଧନିଆ ବ୍ୟବହାର କରିପାରିବେ ।

କ୍ଷୀର:

ବିନା ଫ୍ରିଜରେ କ୍ଷୀରକୁ ସତେଜ ରଖିବା ପାଇଁ ଏହାକୁ ଫୁଟାଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହାକୁ ଘଣ୍ଟା ଘଣ୍ଟା ଧରି ରଖିବା ପାଇଁ, କ୍ଷୀର ଫୁଟାଇବା ପରେ ଏଥିରେ ୧ ଚାମଚ ମହୁ ମିଶାନ୍ତୁ ।

ଅଣ୍ଡା:

ଗ୍ରୀଷ୍ମର ଆର୍ଦ୍ରତା ହେତୁ ଅଣ୍ଡା ଶୀଘ୍ର ନଷ୍ଟ ହେବାକୁ ଲାଗେ । ତେଣୁ ଏହାକୁ ଥଣ୍ଡା ପାଣିରେ ବୁଡ଼ାଇ ରଖନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ବଜାରରୁ ବରଫ ପ୍ୟାକ୍ ମଧ୍ୟ କିଣି ପାରିବେ ।


Share It

Comments are closed.