ଶରୀରର ହଜମ କ୍ରିୟା ବଢ଼ାଇଥାଏ ଏହିସବୁ ଖାଦ୍ୟ, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ


ଆପଣଙ୍କ ଶରୀରରେ ଭୋଜନର ଶକ୍ତି ବଢ଼ାଇବାକୁ ବିପାକକ୍ରିୟା କୁହାଯାଏ। ମନୁଷ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଶକ୍ତି ଆବଶ୍ୟକ କରିଥାଏ ଯାହା ଖାଦ୍ୟରୁ ମିଳିଥାଏ। ଏହି ଶକ୍ତି ବିପାକକ୍ରିୟାରୁ ମିଳିଥାଏ । ବିପାକକ୍ରିୟା ଯେତେ ଉନ୍ନତ ହେବ ଆପଣ ସେତେ ଶକ୍ତିବାନ୍ ଏବଂ ସକ୍ରିୟ ହେବେ। କିନ୍ତୁ ଯଦି ଶରୀରରେ ବିପାକକ୍ରିୟା ଠିକ୍ ଭାବରେ ହେବ ନାହିଁ ତେବେ ହାଲିଆ ଲାଗିବା,ଅତ୍ୟଧିକ କୋଲେଷ୍ଟ୍ରୋଲ,ମାଂସପେଶୀରେ ଦୁର୍ବଳତା,ଶୁଷ୍କ ତ୍ବଚା,ଓଜନ ବଢ଼ିବା,ଗଣ୍ଠି ଫୁଲିବା,ଅତ୍ୟଧିକ ଋତୁସ୍ରାବ,ଅବସାଦ ଏବଂ ହୃଦସ୍ପନ୍ଦନ କମିବାଭଳି ସମସ୍ୟା ଦେଖାଯିବ।

୧.ପୁଷ୍ଟିସାର ଜାତୀୟ ଖାଦ୍ୟ: ପୁଷ୍ଟିସାର ଜାତୀୟ ଖାଦ୍ୟ ବିପାକକ୍ରିୟାକୁ ବଢ଼ାଇଥାଏ। କ୍ଷୀର,ଲହୁଣି ଏବଂ ସମସ୍ତ ଦୁଗ୍ଧଜାତୀୟ ଖାଦ୍ୟ ,ଅଣ୍ଡା,କୁକୁଡ଼ା ମାଂସ,ସାମୁଦ୍ରିକ ଖାଦ୍ୟ,ମାଛମାଂସ ବିପାକକ୍ରିୟାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ପୁଷ୍ଟିସାର ଜାତୀୟ ଖାଦ୍ୟ ଚର୍ବିକୁ ମାଂସପେଶୀରେ ରୂପାନ୍ତରିତ କରି ମଜବୁତ କରିଥାଏ ଯାହା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।

୨.ଲଙ୍କାମରିଚ: ଲଙ୍କାମରିଚ ଶରୀରରେ ବିପାକକ୍ରିୟାକୁ ବଢ଼ାଇ ଚର୍ବି ଏବଂ କ୍ୟାଲୋରୀକୁ ନଷ୍ଟ କରିଥାଏ। ଗୋଟିଏ ଦିନରେ ଏହା ୫୦କ୍ୟାଲୋରୀ ନଷ୍ଟ କରିଥାଏ।

୩.ଡାଲିଜାତୀୟ ଖାଦ୍ୟ: ମୁଗ,ମସୁର,ହରଡ଼,ବିରି,କୋଳଥ,ଚଣା ଭଳି ଡାଲିଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣରେ ପୁଷ୍ଟିସାର ରହିଥାଏ। ଡାଲି ଖାଇବାଦ୍ବାରା ସହଜରେ ସବୁ ଖାଦ୍ୟ ହଜମ ହୋଇଥାଏ। ଏହା ରକ୍ତ ଶର୍କରାର ସ୍ତରକୁ ସାମାନ୍ୟ ରଖିଥାଏ।

୪.ଆପଲ ସାଇଡର ଭିନେଗାର: ଆପଲ ସାଇଡର ଭିନେଗାର ତ୍ବଚା ଏବଂ ଶରୀର ପାଇଁ ଲାଭଦାୟକ ଅଟେ ଏବଂ ଏହା ବିପାକକ୍ରିୟାକୁ ବଢ଼ାଇଥାଏ।

୫.ନଡ଼ିଆ ତେଲ: ନଡ଼ିଆ ତେଲ ବିପାକକ୍ରିୟା ବଢ଼ାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ଏପରି ଜିନିଷ ରହିଛି ଯାହା ସିଧା ପେଟକୁ ଯାଇ ଚର୍ବିକୁ ଶକ୍ତିରେ ରୂପାନ୍ତରିତ କରିଥାଏ।

୬.ଶାଗ: ସବୁଜ ଶାଗରେ ଜିଙ୍କ୍,ଆଇରନ,ସିଲେନିୟମ୍ ରହିଥାଏ ଯାହା ଥାଇରଏଡ ଗ୍ଲାଣ୍ଡ ପାଇଁ ଲାଭଦାୟକ ହୋଇଥାଏ। ପାଳଙ୍ଗ ଶାଗ ବ୍ୟତୀତ ଅନ୍ୟାନ୍ୟ ଶାଗ ଖାଇବା ଦ୍ବାରା ମଧ୍ୟ ମେଟାବଲିଜିମର ସ୍ତର ବଢ଼ିଥାଏ।

୭.ଜୀବସାର ଜାତୀୟ ଫଳ: କମଳା,ଅଙ୍ଗୁର ଏବଂ ଲେମ୍ବୁ ଆଦି ଫଳ ଶରୀରରେ ଆଇରନର ମାତ୍ରା ବଢ଼ାଇଥାଏ। ଏହା ଶରୀରରେ ଟିସୁ ଏବଂ ମାଂସପେଶୀକୁ ମଜବୁତ କରିଥାଏ।

୮.ଗ୍ରୀନ୍ ଟି: ଗ୍ରୀନ୍ ଟି ରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ହଜମକ୍ରିୟାକୁ ବଢ଼ାଇଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଗ୍ରୀନ୍ ଟି ପିଇବା ଦ୍ବାରା ଦିନରେ ୧୦୦କ୍ୟାଲୋରୀ କମିଥାଏ।


Share It

Comments are closed.