ଜିଏମଏଟି ଅନଲାଇନ ପରୀକ୍ଷାରେ ଉନ୍ନତି ଆଣିଛି ଜିଏମଏସି


ଭୁବନେଶ୍ୱର: ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ ଟେଷ୍ଟଟିଏମ(ଜିଏମଏଟି)ର ପରିଚାଳକ ତଥା ଅଧିକାରୀ ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ କାଉନସିଲଟିଏମ(ଜିଏମଏସି)ଗତ ମାସରେଏହାର ଜିଏମଏଟି ଅନଲାଇନ ପରୀକ୍ଷାରେ ଅନେକ ନୂଆ ଫିଚର ସାମିଲ କରି ଏଥିରେ ଉନ୍ନତି ଆଣିଛି । ଯାହା ଦ୍ୱାରା ପରୀକ୍ଷାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଏବଂ ନିଜ ବିଜନେଓ ସ୍କୁଲ ଲକ୍ଷକୁ ଆତ୍ମବିଶ୍ୱାସର ସହିତ ପୁରା କରିବା ପାଇଁ ବର୍ତମାନ ଛାତ୍ରଛତ୍ରୀ ମାନଙ୍କ ପାଖରେ ଅଧିକ ବିକଳ୍ପ ଏବଂ ସୁବିଧା ରହିଛି । ଏହି ପରୀକ୍ଷାରେ ବର୍ତମାନ ଛାତ୍ରଛାତ୍ରୀମାନେ ଆନାଲିଟିକ ରାଇଟିଙ୍ଗ ଆସେସମେଂଟ(ଏଡବ୍ଲୁଏ), ସେକ୍ସନ ଅର୍ଡର ଚୟନ କରିବା, ୮ ମିନିଟର ଦୁଇଟି ଇଚ୍ଛାଧିନ ବିରତି, ପରୀକ୍ଷା ଶେଷ ହେବା ପରେ ତୁରନ୍ତ ସ୍କ୍ରିନରେ ଅନ୍ ଅଫିସିଆଲ ସ୍କୋର ଦେଖିବା ଆଦି ସୁବିଧା ପାଇ ପାରିବେ । ଏପରିକି ଛାତ୍ରଛାତ୍ରୀମାନେ ଜିଏମଏଟି ଅନଲାଇନ ପରୀକ୍ଷା ଆପଏଂଟମେଂଟକୁ ୬ମାସ ପର୍ଯ୍ୟନ୍ତ ଆଗରୁ ନର୍ଦ୍ଧାରଣ କରିପାରିବେ । ଛାତ୍ରଛାତ୍ରୀ ମାନେ ଜିଏମଏଟି ଅନଲାଇନ ପରୀକ୍ଷାରେ ହୋଇଥିବା ଏହି ଉନ୍ନତି ଗୁଡ଼ିକ ବିଷୟରେ mba.com/gmatonlineରୁ ଆହୁରି ଅଧିକ ଭଲ ଭାବରେ ଜାଣିପାରିବେ ।
ଏହାସମ୍ପର୍କରେଚିଫ ପ୍ରଡକ୍ଟ ଅଫିସର ଏବଂଜେନେରାଲମ୍ୟାନେଜର ଆସେସମେଂଟ ଶ୍ରୀ ଜଏ ଜୋନସକହିଛନ୍ତିଯେ, “ଆମେବିଶ୍ୱାସକରୁ ଯେ ପରୀକ୍ଷାରେ ନିଜରଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରୀକ୍ଷାର୍ଥୀଙ୍କ ପାଖରେସେମାନେ କିଭଳି ପରୀକ୍ଷା ଦେବେତାହା ଚୟନ କରିବାରକ୍ଷମତାରହିବା ଆବଶ୍ୟକ । ଜିଏମଏଟି ଅନଲାଇନ ପରୀକ୍ଷାରେ ଆମର ଜାରିରହିଥିବାଉନ୍ନତିଗୁଡ଼ିକ ପରୀକ୍ଷାର୍ଥୀଯେଉଁଠାରେ ପରୀକ୍ଷା ଦେବା ପାଇଁ ପସନ୍ଦ କରନ୍ତୁ ନା କାହିଁକିବିକଳ୍ପଗୁଡ଼ିକଯେଭଳିସୁସଂଗଠିତରହେତାହା ସୁନିଶ୍ଚିତ କରିବାରେସାହାଯ୍ୟକରିଥାଏ । ବିଦ୍ୟାଳୟଏବଂ ପରୀକ୍ଷାର୍ଥୀମାନଙ୍କର ଦୀର୍ଘକାଳୀନ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଆମେ ନମନୀୟତାଏବଂସହାୟତା ପ୍ରଦାନ ଉପରେ ଧ୍ୟାନ ଦେଇଛୁ ।”
ଭାରତର ପ୍ରାର୍ଥୀମାନେ ଜିଏମଏମଟି ଅନଲାଇନ ପରୀକ୍ଷା ପଞ୍ଜିକରଣ ପ୍ରକ୍ରିୟାସମୟରେ ଆଧାରକାର୍ଡ କିମ୍ବା ପାସପୋର୍ଟବ୍ୟବହାରକରିସେମାନଙ୍କର ପରିଚୟବୈଧ କରିବାରବିକଳ୍ପ ଚୟନ କରିପାରିବେ, ଯେପର୍ଯ୍ୟନ୍ତ କାର୍ଡଟିବୈଧ ଏବଂବର୍ତମାନରହୋଇଥିବ । ଜିଏମଏଟି ପରୀକ୍ଷାର ପରୀକ୍ଷାକେନ୍ଦ୍ରଭର୍ସନ ପାଇଁ ପାସପୋର୍ଟଏକମାତ୍ରଗ୍ରହଣୀୟ ପରିଚୟ ପତ୍ରଭାବେରହିଛି । ଜିଏମଏଟି ପରୀକ୍ଷାର ଅନଲାଇନ ଭର୍ସନ ପାଇଁ ଆଧାରକାର୍ଡ କେବଳ ଏକ ବିକଳ୍ପ ପରିଚୟ ପତ୍ରଭାବେ ଉପଲବ୍ଧ ।
ଜିଏମଏସି, ସାଉଥ ଏସିଆର ଆଂଚଳିକ ନିର୍ଦ୍ଦେଶକଶ୍ରୀଗୌରବଶ୍ରୀବାସ୍ତବକହିଛନ୍ତିଯେ, “ବର୍ତମାନ ଉନ୍ନତ ହୋଇଥିବାଜିଏମଏଟି ଅନଲାଇନ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ନମନୀୟତା ଓ ସହଜ ଉପଲବ୍ଧତା ପ୍ରଦାନ କରିବାଉଦ୍ଦେଶ୍ୟରେ ଆମେ ଆଧାର କାର୍ଡକୁ ଏକ ଗ୍ରହଣୀୟ ପରିଚୟ ପତ୍ରଭାବେ ପରିଚିତକରାଇଛୁ । ଏହି ନୂଆ ଫିଚରଗୁଡ଼ିକମାଧ୍ୟମରେ ଅପହଂଚ ଅଂଚଳରେ ଥିବାହଜାରହଜାରଛାତ୍ରଛାତ୍ରୀଙ୍କ ପାଇଁସେମାନଙ୍କ ଆଧାରକାର୍ଡ ବ୍ୟବହାରକରିଯେକୌଣସିସ୍ଥାନରୁଭର୍ଚୁଆଲଭାବେଏହି ଅନଲାଇନ ପରୀକ୍ଷା ଦେବା ଆହୁରି ସହଜହୋଇଯାଇଛି ।”


Share It

Comments are closed.