ଶୋଇବାର ଏତିକି ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ, ଜାଣନ୍ତୁ କାହିଁକି?


ଖାଦ୍ୟ ଖାଇବା ସମୟରେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସକାଳର ଜଳଖିଆ ନିଶ୍ଚୟ ଖାଇବା ଉଚିତ। ନଚେତ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସେହିପରି ରାତିରେ ଶୋଇବା ପୂର୍ବରୁ କିଛି ଖାଦ୍ୟ ସେବନ କରିବା ଉଚିତ ନୁହେଁ। ରାତି ସମୟରେ ସର୍ବଦା ହାଲକା ଖାଦ୍ୟ ସେବନ କରିବା ଉଚିତ। ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ସେବନ କରିବା ଉଚିତ। ରାତିରେ ଖାଉଥିବା ଖାଦ୍ୟର ପ୍ରଭାବ ସିଧାସଳଖ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେଣୁ ରାତିରେ ଯେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ, ତାହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ରାତିରେ ଶୋଇବା ପୂର୍ବରୁ ଚକୋଲେଟ୍‍ ଖାଇବା ଉଚିତ ନୁହେଁ। ଏହା ନିଦରେ ସମସ୍ୟା ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ଛେନା ମଧ୍ୟ ରାତିରେ ସେବନ କରନ୍ତୁ ନାହିଁ। ଏଥିରେ ଆମିନୋ ଏସିଡ୍‍ ଅଧିକ ମାତ୍ରାରେ ରହିଥାଏ। ରାତିରେ ଆମିନୋ ଏସିଡ୍‍ର ଅଧିକ ନିଦରେ ସମସ୍ୟା ସୃଷ୍ଟି କରିଥାଏ।

ରାତିରେ ଶୋଇବା ସମୟରେ ହଜମ କ୍ରିୟା ୫୦ ପ୍ରତିଶତ କମ ଥାଏ। ଯାଦ୍ୱାରା ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ତେଣୁ ରାତିରେ ଅଧିକ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ ନାହିଁ।

ବିଶେଷଜ୍ଞଙ୍କ ମତରେ ରାତିରେ ଶୋଇବା ପୂର୍ବରୁ ଫାଇବରରେ ଭରପୁର ଥିବା ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ରାତିରେ ଗ୍ରୀନ ଟି ପିଇବା ଦ୍ୱାରା ମଧ୍ୟ ନିଦରେ ସମ୍ୟା ସୃଷ୍ଟି ହୋଇଥାଏ। ରାତିରେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।


Share It

Comments are closed.