ପୁଣି ଥରେ ଋଷର ଚେତାବନୀ; ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କର, ସିଧା ସିଧା ମନା କଲା ୟୁକ୍ରେନ


ଋଷ ଏବଂ ୟୁକ୍ରେନ ମଝିରେ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ଋଷ ସେନା ଦ୍ୱାରା ୟୁକ୍ରେନରେ କରାଯାଉଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏନେଇ ୟୁକ୍ରୋନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୧୩ ଜଣ ଲୋକ ପ୍ରାଣ ହରାଇଲେଣି।

ତେବେ ଏହାରି ଭିତରେ ଋଷ ପୁଣିତରେ ୟୁକ୍ରନେ ସେନାଙ୍କୁ ଅସ୍ତ୍ରଶସ୍ତ୍ର ରଖିଦେବା ସହ ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦଆଯାଇଛି। ହେଲେ ୟୁକ୍ରେନ ଆତ୍ମସମର୍ପଣ କରିବ ନାହିଁ ବୋଲି ସିଧା ସିଧା ମନା କରିଦେଇଛି। ଏହାପରେ ଋଷ ରାଜଧାନୀ କିୱ ଉପରେ ଏୟାର ଷ୍ଟ୍ରାଇକ କରିଛି। କିୱ ରିହାୟଶି ଅଞ୍ଚଳରେ ଲଗାତର ୬ ଥର ଏୟାର ଷ୍ଟ୍ରାଇକ କରାଯାଇଛି।

ଅନ୍ୟପଟେ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେଂସ୍କିଙ୍କ ଏକ ଭାବପୂର୍ଣ୍ଣ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ତାଙ୍କର ପତ୍ନୀ ଓ ଶିଶୁ କଥା କହିଛନ୍ତି। ଜେଲେଂସ୍କି କହିଛନ୍ତି ଯେ, ଋଷର ଟାର୍ଗେଟ୍‌ରେ ସର୍ବ ପ୍ରଥମେ ମୁଁ ଅଛି ଏବଂ ଦ୍ଵିତୀୟରେ ମୋ ପରିବାର। ଋଷ କିୱରେ ପଶି ସାରିଲାଣି। ସମସ୍ତେ ସତର୍କ ରୁହନ୍ତୁ। ତେବେ ସେ ଏବଂ ତାଙ୍କ ପରିବାର ବିଶ୍ଵାସଘାତକ ନୁହଁନ୍ତି, ତେଣୁ ସେମାନେ ୟୁକ୍ରେନ୍ ଛାଡି ପଳାୟନ କରିବେ ନାହିଁ।


Share It

Comments are closed.