ରୋଗ ନାଶକାରୀ ମହୁ


ବହୁ ପୁରାତନ କାଳରୁ ମହୁ ଔଷଧୀ ପାଇଁ ବ୍ୟବହୃତ ହୋଇ ଆସୁିଛି । ଏହାର ଆଣ୍ଟିଆକ୍ସିଡାଣ୍ଟ ଏବଂ ଆଣ୍ଟିଫଙ୍ଗାଲ ଗୁଣ ବହୁ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମହୁ ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହା ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ମହୁର କିଛି ଉପକାରିତା ।
୧. ପ୍ରତିଦିନ ସକାଳେ ଏକ ଚାମଚ ମହୁ ଖାଆନ୍ତୁ । ଏହା ଦ୍ୱାରା ଡାଇବେଟିସ, ପେଟ ଗରମ ,ଥଣ୍ଡା ଇତ୍ୟାଦି ବିଭିନ୍ନ ରୋଗରୁ ଉପଶମ ମିଳିପାରିବ ।
୨. ପ୍ରତ୍ୟେକ ଦିନ ଖୀରରେ ଆପଣ ଚିନି ବଦଳରେ ମହୁର ସେବନ କରନ୍ତୁ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରକ୍ତରେ ଅମ୍ଳଜାନର ପରିମାଣ ବୃଦ୍ଧି କରିବା ସହିତ କ୍ୟାନସର ରୋଗର ସମ୍ଭାବନା କମ କରିଥାଏ ।
୩. ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଏକ ଚାମଚ ମହୁ ଗୋଳାଇ ପିଅନ୍ତୁ । ଏହା ଶରୀରରେ କୋଷ୍ଟ୍ରେଲ କମ କରି ଶରୀରର ବର୍ଜ ବସ୍ତୁ ତଥା ଟକ୍ସିନ ବାହାର କରିବାରେ ସାହାଯ୍ୟ କରିବ ଏବଂ ଦିନଭରି କାର୍ଯ୍ୟ କରିବାପାଇଁ ଶକ୍ତି ପ୍ରଦାନ କରିବ ।
୪. ମହୁର ଆଣ୍ଟି ଆକ୍ସିଡାଣ୍ଟ ଗୁଣ ନିମ୍ନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତୁଳସୀ ପତ୍ର ସହିତ ମହୁର ମିଶ୍ରଣ ପ୍ରତିଦିନ ଶିଶୁଙ୍କୁ ଦିଅନ୍ତୁ । ଏହା ଦ୍ୱାରା ଥଣ୍ଡା, କଫ ଏବଂ କାଶରୁ ଉପଶମ ମିଳିଥାଏ ।
୫. ଖଣ୍ଡିଆ ଏବଂ ଘା ଜାଗାରେ ମହୁର ଲେପ ବ୍ୟାକ୍ଟେରିଆର ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏବଂ ଘା ଶୀଘ୍ର ଭଲ ହୋଇଯାଏ ।
୬. ମହୁ ଅଲସର ଏବଂ ଗ୍ୟାସ ପରି କେତେକ ପେଟ ରୋଗ ଠିକ କରିବାରେ ସାହାଯ୍ୟ କରିଥାଏ । ଆପଣ ଜୁସ ଏବଂ କିଛି ମିଠା ଜାତୀୟ ଖାଦ୍ୟ ଖାଉଥିଲେ ଚିନିର ପ୍ରତି ବଦଳରେ ମହୁର ବ୍ୟବହାର କରିପାରିବେ ।
୭. ମହୁକୁ ମୁହଁରେ ମାସ୍କ ପରି ବ୍ୟବହାର ଦ୍ୱାରା ବ୍ରଣର ଦାଗ କମ କରିବା ସହିତ ତ୍ୱଚାକୁ କୋମଳ ମଧ୍ୟ କରିଥାଏ ।


Share It

Comments are closed.