ମୋଟୋରଲାର ମୋଟୋ ଜି ୬, ଜି୬ ପ୍ଲସ, ଜି୬ ପ୍ଲେର ଶୁଭାରମ୍ଭ


ମୋଟୋରଲା ମୋବାଇଲ କମ୍ପାନୀ ପକ୍ଷରୁ ବ୍ରାଜିଲ ଠାରେ ଏହାର ମୋଟୋ ଜି୬ ସିରିଜର ଶୁଭାରମ୍ଭ କରାଯାଇଛି । ଲିନୋଭୋ ମାଲିକାନାରେ ଥିବା ଏହି କମ୍ପାନୀ ପକ୍ଷରୁ ଜି୬ ସିରିଜରେ ତିନୋଟି ସ୍ମାର୍ଟଫୋନ ମୋଟୋ ଜି ୬, ମୋଟୋ ଜି ୬ ପ୍ଲସ ଏବଂ ମୋଟୋ ଜି୬ ପ୍ଲେର ଶୁଭାରମ୍ଭ କରାଯାଇଛି । ତିନୋଟି ସ୍ମାର୍ଟଫୋନ ମଧ୍ୟରେ ମୋଟୋ ଜି୬ ଏବଂ ମୋଟୋ ଜି୬ ପ୍ଲସ ସାମାନ୍ୟ ବ୍ୟୟସାଧ୍ୟ ହୋଇଥିବା ବେଳେ ମୋଟୋ ଜି୬ ପ୍ଲେ ବଜେଟକୁ ଖାପ ଖୁଆଇଲା ପରି ଫୋନ । ଜି୬ ସିରିଜ ସହିତ ମୋଟୋରଲା ପକ୍ଷରୁ ଇ ସିରିଜର ତିନୋଟି ନୂତନ ସ୍ମାର୍ଟଫୋନ ତଥା ମୋଟୋ ଇ୫, ମୋଟୋ ଇ୫ପ୍ଲସ, ମୋଟୋ ଇ୫ ପ୍ଲେର ଘୋଷଣା କରାଯାଇଛି ।
ଉକ୍ତ ଜି ସରିଜ ଫୋନରେ ମୋଟୋ ଜି୬ ପ୍ଲସ ପ୍ରିମିୟମ ସ୍ୱତନ୍ତ୍ରତା, ବୃହତ ଡିସପ୍ଲେ, ତୀବ୍ର ପ୍ରୋସେସର ଏବଂ ଭଲ ରାମ ସହିତ ଉପଲବ୍ଧ । ଜି୬ ଏବଂ ଜି୬ ପ୍ଲେର ଡିସପ୍ଲେର ଆକାର ଏକ ପ୍ରକାର ଥିବା ବେଳେ ବ୍ୟାଟେରୀ କ୍ଷମତା, କ୍ୟାମେରା ସେଟ ଅପ ଏବଂ ପ୍ରୋସେସର ଭିନ୍ନ ।
ଜି୬ ପ୍ଲସ – ଏହି ସ୍ମାର୍ଟଫୋନଟି ୨.୨  ଅକ୍ଟା କୋର ସ୍ନାପଡ୍ରାଗନ ୬୩୦ ପ୍ରୋସେସର ସହିତ ଶକ୍ତିଶାଳୀ ସ୍ମାର୍ଟଫୋନ । ଏହା ୪ଜିବି ଓ ୬ଜିବି ରାମ,୬୪ ଜିବିର ଅନ୍ତରୀଣ ମେମୋରି ସହିତ ପ୍ରସ୍ତୁତ । ୫.୯ ଇଞ୍ଚର ଏହି ସ୍ମାର୍ଟଫୋନର ରିୟର କ୍ୟାମେରା ୧୨ ଏମପି ଏବଂ ସମ୍ମୁଖ କ୍ୟାମେରା ୮ ଏମପି ବିଶିଷ୍ଟ ଏହି ଫୋନର ମୂଲ୍ୟ ୨୪, ୩୦୦ ରହିଛି । ଏହାର ବ୍ୟାଟେରୀ ଲାଇଫ ୩୨୦୦ ଏମଏଏଚ ରହିଥିବା ବେଳେ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ମଧ୍ୟରେ ଏହା ବ୍ୟାକରେ ଏଲଇଡି ଫ୍ଲାସ ଏବଂ ସମ୍ମୁଖରେ ସେଲଫି ଫ୍ଲାସ ରହିଛି ।
ଜି ୬ ପ୍ଲେ- ଏହି ସ୍ମାର୍ଟଫୋନଟି ୧.୪  କ୍ୱାଡକୋର ପ୍ରୋସେସର କ୍ୱାଲକମ ସ୍ନାପଡ୍ରାଗନ ପ୍ରୋସେସର ବିିଶିଷ୍ଟ । ଏହା ୨ଜିବି ଏବଂ ୧୬ ଜିବି ଷ୍ଟୋରେଜ ଏବଂ ୩ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ସହିତ ଉପଲବ୍ଧ । ଏହି ସ୍ମାର୍ଟଫୋନର ବ୍ୟାକ କ୍ୟମେରା ୧୩ ଏମପି ଏବଂ ସମ୍ମୁଖ କ୍ୟାମରୋ ୮ ଏମପିର ହୋଇଥିବା ବେଳେ ଏହାର ବ୍ୟାଟେରୀ ଲାଇଫ ୪,୦୦୦ ଏମଏଏଚର ରହିଛି । ଏହାର ମୂଲ୍ୟ ଟ. ୧୩,୧୧୫ ରହିଛି ।
ଜି ୬ – ଜି ୬ ସ୍ମାର୍ଟଫୋନଟି ଶକ୍ତିଶାଳୀ ୧.୮ ଜିଗାହର୍ଜ ଅକ୍ଟାକୋର ପ୍ରୋସେସର କ୍ୱାଲକମ ସ୍ନାପଡ୍ରାଗନ ୪୫୦ ପ୍ରୋସେସର ସହିତ ପ୍ରସ୍ତୁତ । ମୋଟୋ ଜି ୬ର ୩ଜିବି ରାମ ସଂସ୍କରଣ ୩୨ ଜିବି ଷ୍ଟୋରେଜ ବିଶିଷ୍ଟ ଏବଂ ୪ଜିବି ରାମ ସଂସ୍କରଣ ୬୪ ଜିବି ଷ୍ଟୋରେଜ ବିଶିଷ୍ଟ । ମୋଟୋ ଜି୬ ସମ୍ପୂର୍ଣ୍ଣ ଏଚଡି ସ୍କ୍ରିନ ସହିତ ଉପଲବ୍ଧ ହେଉଥିବା ବେଳେ ଏହାର ରିୟର କ୍ୟାମେରା ୧୨ ମେଗା ପିକ୍ସଲ ଏବଂ ସମ୍ମୁଖ କ୍ୟାମେରା ୮ ମେଗା ପିକ୍ସଲ ବିଶିଷ୍ଟ । ମୋଟୋ ଜି୬ ୩,୦୦୦ ଏମଏଏଚ ବ୍ୟାଟେରୀ ଲାଇଫ ସହିତ ପ୍ରସ୍ତୁତ । ଏହାର ମୂଲ୍ୟ ୧୬, ୪୩୫ ରହିଛି ।


Share It

Comments are closed.