ଭୁବନେଶ୍ୱରରେ ହୋମ ଟାଉନର ପ୍ରଥମ ଷ୍ଟୋରର ଶୁଭାରମ୍ଭ


ଭାରତର ସର୍ବବୃହତ୍ ହୋମ୍ ଷ୍ଟୋର୍ ହୋମ ଟାଉନ୍ ଜନପଥ ଭୁବନେଶ୍ୱର, କେନ୍ଦ୍ରିୟ ବିଦ୍ୟାଳୟର ବିପରୀତ ପାଶ୍ୱର୍ରେ ଏହାର ପ୍ରଥମ ଷ୍ଟୋରର ଶୁଭାରମ୍ଭ କରିଛି । ଏହି ଷ୍ଟୋର୍ ୩୫,୦୦୦ ବର୍ଗ ଫୁଟ୍ କ୍ଷେତ୍ରଫଳ ସ୍ଥାନରେ ନିର୍ମିତ ହୋଇଛି, ଯାହା ଭାରତରେ ଏହାର ସର୍ବବୃହତ୍ ଷ୍ଟୋର ମାନଙ୍କ ମଧ୍ୟରୁ ଗୋଟିଏ । ଏଠାରେ ଗୋଟିଏ ଛାତ ତଳେ ସାମ୍ପ୍ରତିକ ଡିଜାଇନର ଉପକରଣ, ଘରୋଇ ଅସବାବ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ମଡୁଲାର୍ କିଚେନ, ମଡୁଲାର୍ ୱାର୍ଡ୍ରବ୍ ମାନଙ୍କର ଏକ ବିସ୍ତୃତ ସମ୍ଭାର ରହିଛି । ଏହି ଷ୍ଟୋର୍ ଏକ ସ୍ୱତନ୍ତ୍ର ଏଣ୍ଡ୍-ଟୁ-ଏଣ୍ଡ୍ ଆଭ୍ୟନ୍ତରୀଣ ଡିଜାଇନ୍ ଓ ପ୍ରୋଜେକ୍ଟ ଏକଜିକ୍ୟୁସନ୍ ସର୍ଭିସ୍ ଡିଜାଇନ୍ ତଥା ନିର୍ମାଣ ମଧ୍ୟ ପ୍ରଦାନ କରୁଛି, ଯାହା ଗ୍ରାହକମାନଙ୍କ ପାଇଁ ସେମାନଙ୍କ ଗୃହକୁ ଉତ୍ତମ ଡିଜାଇନ୍ କରିବା ନିମନ୍ତେ ଉପଲବ୍ଧ ହେଇଛି ।

ନୂତନ ହୋମ ଟାଉନ୍ ଷ୍ଟୋର୍ରେ ଘରୋଇ ଉପକରଣ ସମ୍ଭାର ବିଭିିନ୍ନ ପାରମ୍ପରିକଠାରୁ ଆରମ୍ଭ କରି ସମକାଳୀନ ଡିଜାଇନର ଏକ ବିସ୍ତୃତ ତଥା ଆକର୍ଷଣୀୟ ରେଞ୍ଜର ଲିଭିଂ ରୁମ୍, ଡାଇନିଂ ରୁମ୍, ବେଡ୍ରୁମ୍ ଉପକରଣମାନ ପ୍ରଦାନ କରୁଛିି । ଏହି ଷ୍ଟୋର୍ ମଧ୍ୟ ଦୈନଦିନ ପାଇଁ ଦରକାରୀ ଉପକରଣମାନଙ୍କର ଏକ ବିସ୍ତୃତ ସମ୍ଭାର ପ୍ରଦାନ କରୁଛି ।

ହୋମ ଟାଉନରେ ହୋମଓଆର କଲେକ୍ସନ୍ ଡେକର୍, ଫର୍ନିସିଂ, ଟେବୁଲ୍ୱେୟାର୍, ଗ୍ଲାସ ଓୟାର୍, କୁକ ଓୟାର୍ ଓ ରୋଷେଇ ସାମଗ୍ରୀ ଆଦି ଉପଲବ୍ଧ ହେଉଛି । ସାଜସଜ୍ଜା ଓ ହୋମ୍ ଫ୍ୟାସନରେ ୫୦୦୦ରୁ ଅଧିକ ଡିଜାଇନ୍ ରହିଥିବା ଏହି ଷ୍ଟୋର୍ ଘରର ପ୍ରତି କୋଣ ଅନୁକୋଣକୁ ସ୍ୱତନ୍ତ୍ରତା ପ୍ରଦାନ କରୁଛି ।

ହୋମ ଟାଉନର ମଡୁଲାର୍ ସେବା କିଚେନ୍ ଓ ୱାର୍ଡ୍ରବ୍ସ ପାଇଁ ମଡୁଲାର୍ ସମାଧାନ ପ୍ରଦାନ କରୁଛି, ଯେଉଁଥିରେ ଗ୍ରାହକମାନେ କମ୍ପାନୀର ନିଜସ୍ୱ ଡିଜାଇନର୍ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୦୦ରୁ ଅଧିକ ଷ୍ଟାଇଲ୍ ଓ ଡିଜାଇନ୍ ଚୟନ କରିପାରିବେ । ହୋମ ଟାଉନର ଇନ୍ ହାଉସ୍ ବ୍ରାଣ୍ଡ ଓ ମଡୁଲାର୍ କିଚେନ୍, ଡ୍ୟୁରାକୁସାଇନ୍ ସର୍ବନିମ୍ନ ୫ବର୍ଷର ୱାରେଣ୍ଟି ଓ ମାଗଣା ସର୍ଭିସ୍ କ୍ୟାମ୍ପ୍ ସହିତ ଆସୁଛି । ହୋମ୍ଟାଉନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୦,୦୦୦ରୁ ଅଧିକ ରୋଷେଇଘରଗୁଡ଼ିକୁ ସଫଳତାର ସହିତ ଡିଜାଇନ୍ କରିସାରିଛିି । ବ୍ରାଣ୍ଡ ମଧ୍ୟ ଡିଜାଇନ୍ ଓ ନିର୍ମାଣରେ ସ୍ୱତନ୍ତ୍ର ସେବା ପ୍ରଦାନ କରୁଛି, ଯାହା ଘର ପାଇଁ ଏଣ୍ଡ-ଟୁ-ଏଣ୍ଡ ଆକର୍ଷଣୀୟ ଅଭ୍ୟନ୍ତରୀୟ ଡିଜାଇନ୍ ଓ ଚମତ୍କାର ସମାଧାନ ପ୍ରଦାନ କରୁଛି । ଗ୍ରାହକମାନେ ସେମାନଙ୍କ ସର୍ଭିସରେ ଆମର ନିଜସ୍ୱ ଡିଜାଇନର୍ମାନଙ୍କଠାରୁ ଏକ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ମ୍ୟାନେଜ୍ମେଣ୍ଟ ଟିମ୍ ସହିତ ବ୍ୟକ୍ତିଗତ ଭାବେ ଡିଜାଇନ୍ ସମାଧାନ ପାଇପାରିବେ ।

ହୋମ ଟାଉନର ଆକର୍ଷଣୀୟ ରିହାତି ଓ ଅଫର୍ ମାଧ୍ୟମରେ ବର୍ଷସାରା ଗ୍ରାହକମାନଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ରେଞ୍ଜ୍ରେ ଉତ୍ସାହଜନକ ରିହାତିମାନ ପ୍ରଦାନ କରୁଛି । ଏହି ବ୍ରାଣ୍ଡ ବର୍ଷକୁ ଦୁଇ ଥର ଏକ୍ସଚେଞ୍ଜ ଓ ଅପଗ୍ରେଡ ପ୍ରମୋସନମାନ ପ୍ରଦାନ କରୁଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଉପକରଣ, ହୋମ୍ୱେୟାର୍, ଇଲେକ୍ଟ୍ରୋନିକ୍କୁ ପରିବର୍ତ୍ତନ କରି ଏଗୁଡ଼ିକୁ ନୁଆକୁ ଅପଗ୍ରେଡ କରିପାରିବେ । ଏହି ଷ୍ଟୋର୍ ହୋମ ଟାଉନର ସ୍ୱତନ୍ତ୍ର ମାନୋ ୟା ନା ମାନୋ ସେଲ୍ ସହିତ ଖୋଲୁଛି, ଯେଉଁଥିରେ ଗ୍ରାହକମାନେ ସମସ୍ତ ସମ୍ଭାରଗୁଡ଼ିକୁ ଅବିଶ୍ୱନୀୟ ଭାବେ କମ୍ ମୂଲ୍ୟରେ ପାଇବେ ।

ଫ୍ୟୁଚର୍ ଗୃପ୍ର ଏକ ଅଂଶ ଭାବରେ, ହୋମ ଟାଉନର ବର୍ତ୍ତମାନ ଭାରତର ୨୩ଟି ସହରରେ ୪୭ଟି ଷ୍ଟୋର୍ ରହିଛି ଏବଂ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଆନନ୍ଦିତ ଗ୍ରାହକ ରହିଛନ୍ତି । ଏହି ବ୍ରାଣ୍ଡ ସର୍ବୋତ୍ତମ ଗ୍ରାହକ ଅନୁଭୂତି ଓ ବିକ୍ରି ପରର ସେବା, ଯେପରିକି ମାଗଣା ଯୋଗାଣ, ସେମ୍ ଡେ ଇନ୍୍ଷ୍ଟାଲେସନ୍, ମାଗଣା ସର୍ଭିସ୍ କ୍ୟାମ୍ପ, ଉପକରଣଗୁଡ଼ିକର ଦୀର୍ଘକାଳୀନ ମେଣ୍ଟେନାନ୍ସ ଓ ଠିକ୍ ସମୟରେ ଯୋଗାଣ ଆଦି ପ୍ରଦାନ କରି ନିଜକୁ ଗର୍ବନ୍ୱିତ ମନେକରୁଛି ।


Share It

Comments are closed.