ବେକରେ ରହିଥିବା କଳା ଦାଗକୁ ନେଇ ଚିନ୍ତିତ କି? ତେବେ କରନ୍ତୁ ଏହି ସହଜ ଉପାୟ


ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ଉତ୍ତାପ ଯୋଗୁଁ ବିଭିନ୍ନ ପ୍ରକାରର ଚର୍ମ ରୋଗ ସହ ତ୍ବଚା ଉପରେ ମଧ୍ୟ ପ୍ରଭାବ ପଡୁଛି । ଯେମିତିକି ଅଧିକ ଖରା ହେତୁ ସନ୍‌ଟ୍ୟାନ୍‌ ହେବା ବେକରେ ଏକ ପ୍ରକାରର କଳା ଦାଗ ହୋଇଯାଏ । ଯେଉଁଥି ପାଇଁ ଆମେ ବିୟୁଟି ପାର୍ଲରରେ ସ୍କ୍ରବିଂ, ମସାଜ୍ ଏବଂ ପ୍ୟାକ୍‌ ଭଳି ଟ୍ରିଟମେଣ୍ଟ କରିଥାଉ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ପାର୍ଲର କିମ୍ବା ସ୍ପାକୁ ଯାଇ ପାରନ୍ତି ନାହିଁ। ବେକର କଳା ଦାଗକୁ ଘରୋଇ ଉପଚାର ଦ୍ୱାରା ମଧ୍ୟ କରାଯାଇପାରେ । ତେବେ ଚାଲନ୍ତୁ ଜାଣିବା ଘରୋଇ ଉପାଦାନ ବ୍ୟବହାର ବିଷୟରେ।

୧-ଆଲୋବେରା ଜେଲ୍‌ ବ୍ୟୁଟି ଟ୍ରିଟ୍‌ମେଣ୍ଟ ପାଇଁ ଖୁବ୍‌ ଉପକାରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ ଥିବାରୁ ବେକରେ ଥିବା କଳା ଦାଗକୁ ଦୂର କରିଥାଏ। ଏହି ପ୍ରତିଦିନ ଆଲୋ ଭେରାକୁ କାଟି ଜେଲକୁ ବାହାର କରି ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ବେକରେ ମସାଜ୍ କର ।

୨-ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ମଧ୍ୟ ବେକ କିମ୍ବା କହୁଣିର କଳା ଦାଗ ଦୂର କରାଯାଇ ପାରିବ । ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର ନେଇ ଚାରି ଚାମଚ ପାଣିରେ ଭଲ ଭାବରେ ମିଶାଇବାକୁ ପଡିବ । ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଦେଖିବେ ଏହା ଖୁବ୍‌ ଶୀଘ୍ର ଦୂର ହୋଇଯିବ ।

୩-ବେକିଂ ସୋଡା କଳା ଦାଗକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଦୁଇରୁ ତିନି ଚାମଚ ସୋଡା ନେଇ ପାଣି ସାହାଯ୍ୟରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ଏହି ପେଷ୍ଟକୁ କିଛି ସମୟ ବେକରେ ଲଗାଇ ରଖନ୍ତୁ । ଶୁଖିବା ପରେ ଏହାକୁ ଓଦା ହାତରେ ମସାଜ କରି ସଫା କରନ୍ତୁ । ଏହା ପରେ ବେକକୁ ମଶ୍ଚରାଇଜ୍ କରିବାକୁ ଭୁଲନ୍ତୁ ନାହିଁ ।

୪-ଆଳୁ ମଧ୍ୟ କଳା ଦାଗ ଦୂର କରିବା ପାଇଁ ଖୁବ୍‌ ସହାୟକ। ଆଳୁ ରସ ବେକରେ ଘସିବା ଦ୍ବାରା ମଧ୍ୟ ଏହା ଚର୍ମର ଚମକ ଫେରାଇଥାଏ।


Share It

Comments are closed.