ଭୁବନେଶ୍ୱରରେ ଏଚ୍‌ଆଣ୍ଡ୍‌ଏମ୍‌ର ପ୍ରଥମ ଷ୍ଟୋର ଉନ୍ମୋଚିତ


ଭୁବନେଶ୍ୱର, : ଏକ ସ୍ଥାୟୀ ମାଧ୍ୟମରେ ସର୍ବୋତ୍ତମ ମୂଲ୍ୟରେ ଫ୍ୟାଶନ ଓ କ୍ୱାଲିଟି ପାଇଁ ପରିଚିତ ଆନ୍ତର୍ଜାତୀୟ ରିଟେଲର୍‌, ହେନ୍‌ସ ଆଣ୍ଡ ମରିଟ୍‌ଜ ଏବି, ଏଚ୍‌ଆଣ୍ଡ୍‌ଏମ୍ ଭାରତରେ ଏହାର ୫୦ତମ ଷ୍ଟୋର୍‌ର ଶୁଭାରମ୍ଭ କରିଛି । ଏହି ନୂତନ ଏଚ୍‌ଆଣ୍ଡ୍‌ଏମ୍ ଷ୍ଟୋର୍ ଭୁବନେଶ୍ୱରରେ ଖୋଲାଯାଇଛି ।
ହାଇ ଷ୍ଟ୍ରୀଟ୍ ଜନପଥରେ ଅବସ୍ଥିତ, ଏହି ଷ୍ଟୋର ଭୁବନେଶ୍ୱରରେ ନିଜ ବ୍ରାଣ୍ଡର ପ୍ରବେଶକୁ ଚିହ୍ନିତ କରିଛି । ୧୫,୫୭୫ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଷ୍ଟୋର୍‌କୁ ଜାନୁଆରୀ ୯ ତାରିଖ ୨୦୨୧, ଦିନ ୧୧ଟାରେ ଶୁଭାରମ୍ଭ କରାଯାଇଛି ।
ଆଧୁନିକ ଧାରା ଓ ସମୟହୀନ କ୍ଲାସିକ୍‌ର ଏକ ବ୍ୟାପକ ଚୟନ ଉପସ୍ଥାପନ କରି ଏଚ୍‌ଆଣ୍ଡ୍‌ଏମ୍‌ରେ ମହିଳା, ପୁରୁଷ. କିଶୋର ଓ ଶିଶୁମାନଙ୍କ ପାଇଁ ପୋଷାକ, ଜୋତା ଓ ଆକ୍‌ସେସରିଜ୍ ଉପଲବ୍ଧ ହେବ ଯାହା ସମଗ୍ର ପରିବାର ପାଇଁ ଫ୍ୟାଶନ ପ୍ରେରଣା ପ୍ରଦାନ କରିଥାଏ । ସମସ୍ତଙ୍କୁ ଭଲ ଦେଖାଯିବା ଓ ଭଲ ଅନୁଭବ କରାଇବାର ଲକ୍ଷ୍ୟ ସହିତ ଏହାର ଉତ୍ପାଦଗୁଡିକୁ ଆକ୍‌ସେସରିଜ୍ ପାଇଁ ୨୯୯ ଟଙ୍କାରୁ, ମହିଳାଙ୍କ ପୋଷାକଙ୍କ ପାଇଁ ୩୯୯ ଟଙ୍କାରୁ, ଡେନିମ୍ ପାଇଁ ୭୯୯ ଟଙ୍କାରୁ ଓ ପୁରୁଷ ପୋଷାକଙ୍କ ପାଇଁ ୧୨୯୯ ଟଙ୍କାରୁ ଆରମ୍ଭ ହେଉଥିବା ମୂଲ୍ୟ ସହିତ ଏଭଳି ଉପାୟରେ ଡିଜାଇନ୍ ଓ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ଯାହା ବିବିଧ ଉପଭୋକ୍ତା ଆବଶ୍ୟକତାକୁ ପୂରଣ କରିବ ।
ଏସମ୍ପର୍କରେ ଏଚ୍‌ଆଣ୍ଡଏମ୍‌ର ମାର୍କେଟିଙ୍ଗ୍ ଓ କମ୍ୟୁନିକେଶନ୍ସ ମୁଖ୍ୟ ଅମିତ କୋଠାରି କହିଛନ୍ତି, “ଏଚ୍‌ଆଣ୍ଡ୍‌ଏମ୍ ଭୁବନେଶ୍ୱରରେ ଆମର ୫୦ତମ ଷ୍ଟୋର୍ ସହିତ ୨୦୨୧କୁ ସ୍ୱାଗତ କରିବା ପାଇଁ ରୋମାଂଚିତ ରହିଛି । ୫ ବର୍ଷରେ ୫୦ଟି ଷ୍ଟୋର୍ ଆମ ପାଇଁ ବହୁତ ମହତ୍ୱପୂର୍ଣ୍ଣ କାରଣ ଏହା ଆମକୁ ଅଧିକରୁ ଅଧିକ ଗ୍ରାହକଙ୍କୁ ଏକ ସ୍ଥାୟୀ ମାଧ୍ୟମରେ ସର୍ବୋତମ ମୂଲ୍ୟରେ ଫ୍ୟାଶନ ଓ କ୍ୱାଲିଟି ସହିତ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଛି । ସମସ୍ତ ସାମାଜିକ ଦୂରତା ନିୟମ ଓ ସୁରକ୍ଷା ପଦକ୍ଷେପ ସହିତ, ଆମେ ଭୁବନେଶ୍ୱର ସମେତ ଭାରତରେ ଆମର ଅନ୍ୟ ସମସ୍ତ ଷ୍ଟୋରରେ ଗ୍ରାହକଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ ।”
ଏଚ୍‌ଆଣ୍ଡଏମ୍ ୨୦୧୫ରେ ନୂଆଦିଲ୍ଲୀରେ ଏହାର ପ୍ରଥମ ଷ୍ଟୋର ଉନ୍ମୋଚନ କରିଥିଲା ଏବଂ ମାତ୍ର ୫ ବର୍ଷ ମଧ୍ୟରେ ନିଜର ଖୁଚୁରା ଉପସ୍ଥିତିକୁ ନିରନ୍ତର ଭାବେ ସମ୍ପ୍ରସାରିତ କରିଆସିଛି । ବର୍ତମାନ ଭାରତର ଅଗ୍ରଣୀ ରିଟେଲର ଭାବେ ଏହା ସମସ୍ତ ଅଗ୍ରଣୀ ମେଟ୍ରୋ ସହର ସମେତ ଅନ୍ୟାନ୍ୟ ପ୍ରମୁଖ ସହର ଯେପରିକି ଡେହରାଡୁନ, କୋଚି, ଭୋପାଳ, ଜଳନ୍ଧର, ପୁନେ, ଅମୃତସର, ଇନ୍ଦୋର, କୋଏମ୍ବାଟୁର, ମୋହାଲି, ମହୀଶୂର, ଅହମ୍ମଦାବାଦ, ଲକ୍ଷ୍ନୌ ଓ ରାୟପୁର ଆଦିରେ ୪୯ଟି ଷ୍ଟୋର୍‌ର ପରିଚାଳନା କରୁଛି ।
ଏଚ୍‌ଆଣ୍ଡ୍‌ଏମ୍‌ର ଫ୍ୟାଶନ ଉତ୍ପାଦଗୁଡିକ ଏଭଳି କଲେକ୍ସନଗୁଡିକୁ ଆଣିବା ଜାରି ରଖିଛି ଯାହା ଅତ୍ୟାଧୁନିକ ଧାରାଠାରୁ ଆରମ୍ଭ କରି ସମୟହୀନ କ୍ଲାସିକ୍ ପର୍ଯ୍ୟନ୍ତ ସବୁକିଛିକୁ ସାମିଲ କରୁଛି ଯାହାଫଳରେ ଭାରତର ଗ୍ରାହକମାନେ ନିଜର ବ୍ୟକ୍ତିଗତ ଷ୍ଟାଇଲ୍ ଅନୁଯାୟୀ ପୋଷାକ ପିନ୍ଧିପାରିବେ ଏବଂ ଏହାକୁ ଏକ ସ୍ଥାୟୀ ମାଧ୍ୟମରେ କରିପାରିବେ । ଏଚ୍‌ଆଣ୍ଡ୍‌ଏମ୍ ଏହାର ସମସ୍ତ ଷ୍ଟୋରରେ ଏକ ଗାର୍‌ମେଂଟ୍ ସଂଗ୍ରହ ଓ ରିସାଇକ୍ଲିଙ୍ଗ୍ ସର୍ଭିସ୍ ପ୍ରଦାନ କରୁଛି ଯାହାକି ଭୁବନେଶ୍ୱର ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିବ । ଏହି ଅଭିଯାନ ବର୍ଷର ପ୍ରତ୍ୟେକ ଦିନରେ ଯେକୌଣସି ବ୍ରାଣ୍ଡର ଅବାଂଛିତ ପୋଷାକ ଓ ଟେକ୍ସଟାଇଲ୍‌ଗୁଡିକୁ ଯେକୌଣସି ସ୍ଥିତିରେ ଷ୍ଟୋରରେ ଗ୍ରହଣ କରିଥାଏ । ଷ୍ଟୋର୍‌ର କ୍ୟାଶ ଡେସ୍କରେ ପୁରୁଣା ପୋଷାକଗୁଡିକର ବ୍ୟାଗ୍‌କୁ ହସ୍ତାନ୍ତର କରନ୍ତୁ ଏବଂ ନିଜର ପରବର୍ତୀ କ୍ରୟ ପାଇଁ ବ୍ୟବହାର କରିବା ଲାଗି ଏକ ଭାଉଚର ରିସିଭ୍ କରନ୍ତୁ ।


Share It

Comments are closed.